୬ ଜୁଲାଇ ଠାରୁ ଆରମ୍ଭ ହେଉଛି ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ, ବନୁଛି ଏହି ବିଶେଷ ଯୋଗ

ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ହିନ୍ଦୁ ଧର୍ମରେ ଶ୍ରାବମ ମାସର ବିଶେଷ ମହତ୍ଵ ଅଛି ବୋଲି କୁହାଯାଇ ଥାଏ । କୁହାଯାଏ କି ଶ୍ରାବଣ ମାସରେ ଭଗବାନ ଶିବ ପୃଥିବୀରେ ବାସ କରନ୍ତି ଏବଂ ବିଷ୍ଣୁଙ୍କ ସ୍ଥାନ ନେଇଥାନ୍ତି । ଶ୍ରାବଣ ମାସରେ ଭଗବାନ ଶିବ ସୃଷ୍ଟିର ସଞ୍ଚାଳନ କରିଥାନ୍ତି । ଏମିତିରେ ବି ଶ୍ରାବଣ ମାସ ଶିବ ଭକ୍ତ ମାନଙ୍କ ପାଇଁ ବିଶେଷ ମାସ ହୋଇଥାଏ । ଏହି ବର୍ଷ ଜୁଲାଇ ମାସ ୬ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହେଉଛି ।

ସବୁଠାରୁ ଖାସ କଥା ଏହା କି ଏହି ବର୍ଷ ଶ୍ରାବଣ ମାସ ସୋମବାର ଦିନ ହିଁ ଆରମ୍ଭ ହେଉଛି ଏବଂ ସୋମବାର ଦିନ ମଧ୍ୟ ଶେଷ ହେଉଛି । ଏହି ବର୍ଷ ଶ୍ରାବଣର ଆରମ୍ଭ ଉତ୍ତରାଷାଢ ନକ୍ଷତ୍ର ବୈଧୃତି ଯୋଗ ତଥା କୌଲବ କରଣ ପ୍ରତିପଦା ତିଥିରୁ ଆରମ୍ଭ ହେଉଛି । ଏହି କାରଣ ପାଇଁ ଏହି ବର୍ଷ ସୋମବାର ଦିନ ହେବାରୁ ଏହି ବର୍ଷ ଶ୍ରାବଣ ମାସ ଲାଭଦାୟକ ରହିବ ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ବର୍ଷ ଶ୍ରାବଣ ମାସ ୫ ଜୁଲାଇ ସକାଳ ୧୦ଟା ବାଜି ୧୫ ମିନିଟରୁ ଶ୍ରାବଣ ମାସ ଆରମ୍ଭ ହେଇ ଯାଉଛି । ଆଜି ପୂର୍ଣ୍ଣିମା ଅଟେ ଏବଂ ଚନ୍ଦ୍ର ଗ୍ରହଣ ମଧ୍ୟ ପଡୁଛି । ଏହି ବର୍ଷ ଶ୍ରାବଣ ମାସ ୩ ଅଗଷ୍ଟ ବା ରକ୍ଷାବନ୍ଧନ ଦିନ ପର୍ଯ୍ୟନ୍ତ ରହିବ । ଏହି ଥର ଶ୍ରାବଣ ମାସରେ ୩୬ ଟି ଶୁଭ ଯୋଗ ପଡୁଛି । ଏହି ଶୁଭ ଯୋଗ ସମସ୍ତଙ୍କ ପାଇଁ ଭାଲ ଅଛି ବୋଲି କୁହାଯାଉଛି ।

ଏହି ଦିନ ବହୁତ ବର୍ଷା ହେବ ବୋଲି ମଧ୍ୟ କୁହାଯାଉଛି । କୁହାଯାଏ କି ଭଗବାନ ଶିବଙ୍କୁ ଶ୍ରାବଣ ମାସ ବହୁତ ପ୍ରିୟ ହୋଇଥାଏ । ଯେଉଁ ଲୋକ ଏହି ସମୟରେ ଭଗବାନ ଶିବଙ୍କୁ ପୂଜା କରିବା ସହିତ ତାଙ୍କ ବ୍ରତ ମଧ୍ୟ କରିଥାଏ, ଭଗବାନ ତା ଉପରେ ପ୍ରସନ୍ନ ହୋଇ ତାଙ୍କର ସବୁ ମନସ୍କାମନା ପୂରଣ କରିଥାନ୍ତି ।

ଶ୍ରାବଣ ମାସରେ ପଡୁଥିବା ସବୁ ସୋମବାର ଶୁଭ ଅଟେ । ହିନ୍ଦୁ ଧର୍ମରେ ଶ୍ରାବଣ ମାସ ଏକ ପବିତ୍ର ମାସ ଅଟେ । ଯଦି ଆପଣ ମନପସନ୍ଦର ଜୀବନସାଥୀ ପାଇବାକୁ ଚାହୁଁଛନ୍ତି ତାହେଲେ ଶ୍ରାବଣ ମାସରେ ଷୋଳ ସୋମବାର ବ୍ରତ ମଧ୍ୟ କରି ପାରିବେ । ଏହା ସହିତ ଆପଣ ଚାହିଁଲେ ପ୍ରଦୋଷର ବ୍ରତ ମଧ୍ୟ କରି ପାରିବେ କାରଣ କୁହାଯାଏ କି ଏହି ବ୍ରତ କରିବା ଦ୍ଵାରା ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ବ୍ରତ ବହୁତ ଲାଭଦାୟକ ହୋଇଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।