ସତ୍ୟବତୀ ଓ ରୂଷି ପରାଶରଙ୍କର ଏହି କଥା ଆପଣ ଜାଣି ନଥିବେ, କେମିତି ହେଇଥିଲେ ଦେଖା ଓ କେମିତି କରିଥିଲେ ବିବାହ

ମହାଭାରତରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଧ୍ୟ ହେବାର ବହୁତ କାରଣ ଉଲ୍ଲେଖ ଅଛି । ସମସ୍ତେ ନିଜ ହିସାବରେ ବହୁତ କାହାଣୀ କହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ମହାଭାରତର ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ବି କହିବେ ଯଦି ଏହା ନ ହୋଇ ଥାନ୍ତା ତେବେ ମହାଭାରତ ଭଳି ଯୁଧ୍ୟ ହୋଇ ନ ଥାନ୍ତା । ମହାଭାରତ ଯୁଧ୍ୟ ପାଇଁ ପ୍ରାୟତଃ ଲୋକମାନେ ଦୁଜ୍ୟୋଧନ ଓ ମାମୁଁ ସଙ୍କୁନିକୁ ଦୋଷ ଦେଇଥାନ୍ତି, କିନ୍ତୁ ଏହା ସତ୍ୟ ନୁହେଁ ।

ଯଦି ଆପଣ ମହାଭାରତ କଥା ଉପରେ ଧ୍ୟାନ ଦେବେ ତେବେ ଜାଣି ପାରିବେ କି ଏହି ଯୁଧ୍ୟର ମଞ୍ଜି ବହୁତ ପୂର୍ବରୁ ହିଁ ପୋତା ହୋଇ ସାରିଥିଲା । ମହାଭାରତ କଥା ଅନୁସାରେ ଦ୍ଵାପର ଯୁଗରେ ପରାଶର ନାମକ ଜଣେ ରୂଷି ଥିଲେ ।

ଯିଏକି ବହୁତ ଜ୍ଞାନୀ ଓ ପ୍ରସିଦ୍ଧ ଋଷି ଥିଲେ । କୁହାଯାଏ କି ଦିନେ ଋଷି ପରାଶର ଯମୁନା ନଦୀ ପାର କରିବା ପାଇଁ ଡଙ୍ଗାରେ ବସିଲେ । ଭାଗ୍ୟ ବଶତଃ ସେହି ଦିନ କେଉଟ ସ୍ଥାନରେ ତାଙ୍କ ଝିଅ ସତ୍ୟବତୀ ଚଳାଉଥିଲେ । ସତ୍ୟବତୀ ଦେଖିବାକୁ ବହୁତ ସୁନ୍ଦର ଥିଲେ । ଋଷି ପରାଶର ସତ୍ୟବତୀର ରୂପ ଓ ସୁନ୍ଦରତା ଦେଖି ବହୁତ ମୋହିତ ହୋଇଗଲେ । ଏହା ପରେ ଋଷି ନିଶାଦଙ୍କ କନ୍ୟା ସତ୍ୟବତୀ ସହ ପ୍ରେମ କରିବା ପାଇଁ ଇଚ୍ଛା ଜାହିର କରିଲେ, କିନ୍ତୁ ସତ୍ୟବତୀ ପୁରା ମନାକରି ଦେଲେ ଓ କହିଲେ କି ଏହା ଏକ ଧର୍ମ ବିରୋଧ କାର୍ଯ୍ୟ ଅଟେ ।

ବିବାହ ପୂର୍ବରୁ ମୁଁ ଏହିଭଳି କାର୍ଯ୍ୟ କରିବି ନାହିଁ ଓ ମୁଁ ଧର୍ମ ବିରୋଧ କାର୍ଯ୍ୟ କରିପାରିବି ନାହିଁ । କିନ୍ତୁ ଋଷି ପରାଶର ମାନିବାକୁ ରାଜି ନ ଥିଲେ । ସେଥିପାଇଁ ସେ ବାରମ୍ବାର ସତ୍ୟବାତ୍ୟୀକୁ ପ୍ରେମ ପାଇଁ ନିବେଦନ କରିଲେ, ଶେଷରେ ସତ୍ୟବତୀ ଋଷି ପରାଶରଙ୍କ ସହ ସମ୍ବନ୍ଧ ରଖିବା ପାଇଁ ରାଜି ହୋଇଗଲେ କିନ୍ତୁ ସତ୍ୟବତୀ ଋଷି ପରାଶରଙ୍କ ସାମ୍ନାରେ ୩ ଟି ସର୍ତ ରଖିଦେଲେ । ପ୍ରଥମ ଏହା କି ତାଙ୍କ ସହ କିଛି ବି କରିବା ସମୟରେ କେହି ନ ଦେଖନ୍ତି । ଏମିତିରେ ରୂଷି ଗୋଟିଏ କୃତିମ ଦ୍ଵୀପ ତିଆରି କରି ଦେଲେ ।

ଯେଉଁଠି ତାଙ୍କ ଛଡା ଆଉ କେହି ବି ନ ଥିଲେ । ଦ୍ଵିତୀୟ ସର୍ତ ଏହା ଥିଲା କି ତାଙ୍କର କୋମଳତା କେବେ ହେଲେ ବି ଖରାପ ନ ହେଉ । ଏମିତିରେ ଋଷି ଆଶୀର୍ବାଦ ଦେଲେ କି ସନ୍ତାନର ଜନ୍ମ ପରେ ତାଙ୍କର ସୁନ୍ଦରତା ପୂର୍ବ ଭଳି ହୋଇଯିବ । ତୃତୀୟ ସର୍ତ ହେଲା ତାଙ୍କର ମାଛ ଭଳି ଦୁର୍ଗନ୍ଧ ମନମୋହକ ବାସ୍ନା ହୋଇଯାଉ । ଏହା ପରେ ରୂଷି ତାଙ୍କ ମନ୍ତ୍ର ଦ୍ଵାରା ସତ୍ୟବତୀର ସବୁ ଦୁର୍ଗନ୍ଧକୁ ଦୂର କରି ଦେଲେ ତାକୁ ସୁଗନ୍ଧରେ ପରିଣତ କରିଦେଲେ । ସବୁ ସର୍ତ ପୁରା ହେବା ପରେ ସତ୍ୟବତୀ ରୂଷି ପରାଶରଙ୍କ ସହ ସମ୍ବନ୍ଧ ରଖିଲେ ।

କିଛି ମାସ ପରେ ସତ୍ୟବତୀ ଗୋଟିଏ ପୁଅ ସନ୍ତାନକୁ ଜନ୍ମ ଦେଲେ । ତାଙ୍କର ସେହି ପୁତ୍ର ଭବିଷ୍ୟତରେ ମହର୍ଷି ବେଦବ୍ୟାସ ନାମରେ ପରିଚିତ ହେଲେ । ଏହା ପରେ ଏହି ନିଶାଦ ପୁତ୍ରୀ ଭବିଷ୍ୟତରେ ହସ୍ତୀନାପୁର ରାଜ୍ୟର ରାଜା ସାନ୍ତନୁଙ୍କ ରାଣୀ ହୋଇଥିଲେ । ସତ୍ୟବତୀଙ୍କ କାରଣରୁ ହିଁ ଗଙ୍ଗା ପୁତ୍ର ଦେବରତଙ୍କୁ ସାରା ଜୀବନ ବ୍ରହ୍ମଚାରୀ ରହିବା ପାଇଁ ବିଷ୍ମ ପ୍ରତିଜ୍ଞା ନେବାକୁ ପଡିଲା ଓ ସେହି ସମୟରୁ ଦେବରତଙ୍କ ନାମ ଭୀଷ୍ମ ହୋଇଗଲା । ଏହା ପରେ କିଛି ଦିନ ପରେ ରାଜା ସାନ୍ତନୁ ଓ ସତ୍ୟବତୀଙ୍କର ଚିତ୍ରାଙ୍ଗତ ଓ ବିଚିତ୍ର ବୀର ନାମକ ଦୁଇଟି ସନ୍ତାନ ହେଲେ ।

ଚିତ୍ରାଙ୍ଗତ ବଡ ହେବା ପରେ ତାଙ୍କୁ ରାଜା କରାଗଲା । କିନ୍ତୁ କିଛି ଦିନ ଗନ୍ଧର୍ବଙ୍କ ସହ ଯୁଧ୍ୟ କରିବା ସମୟରେ ଚିତ୍ରାଙ୍ଗତଙ୍କ ମୃତ୍ୟୁ ହୋଇଗଲା । ଏହା ପରେ ତାଙ୍କର ସାନ ଭାଇଙ୍କୁ ରାଜ୍ୟର ରାଜା କରାଗଲା । କିନ୍ତୁ ବିଚିତ୍ର ବୀରରାଜା ହେବାପରେ ସେ ତାଙ୍କ ଦୁଇ ରାଣୀଙ୍କ ସହ ଭୋଗ ବିଳାସରେ ମାତି ରହିଲେ । କିନ୍ତୁ ତାଙ୍କର କୌଣସି ସନ୍ତାନ ନ ଥିଲା । ଏହା ପରେ ରାଜା ପିଲିଆ ରୋଗରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଲେ । ସେହି ସମୟରେ ମାତା ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବେଦବ୍ୟାସଙ୍କୁ ଡାକିଲେ ।

ଯାହାଙ୍କର ପୁତ୍ର ଦ୍ରୁତରାଷ୍ଟ୍ର, ପାଣ୍ଡୁ ଓ ବିଦୁର ଅଟନ୍ତି । ଏମିତିରେ କୁହାଯାଇ ପାରିବ କି ଯଦି ରୂଷି ପରାଶର ଓ ସତ୍ୟବତୀଙ୍କ ଭିତରେ କୌଣସି ପ୍ରକାରର ସମ୍ବନ୍ଧ ନ ଥାନ୍ତା ତେବେ ମହାଭାରତର କଥା କିଛି ଅଲଗା ହୋଇଥାନ୍ତା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।