ବଲିଉଡ ଅଭିନେତା Satish Kaushik ଙ୍କୁ ନେଇ ବଡ ସୂଚନା ଦେଲେ Anupam Kher ! କାଲି ଟ୍ବିଟରରେ ଏମିତି ପୋଷ୍ଟ କରିଥିଲେ ଆଉ ଆଜି…

ପରଦାରେ ଥାଇ ଲୋକଙ୍କୁ ଆଉ କନ୍ଦାଇବେନି କି ହସାଇବେନି ଜଣାଶୁଣା ବଲିଉଡ ଅଭିନେତା ଏବଂ ନିର୍ଦ୍ଦେଶକ ସତୀଶ କୌଶିକ । ଆଜି ସକାଳୁ ମାତ୍ର 67 ବର୍ଷ ବୟସରେ ସତୀଶଙ୍କର ଦେହାନ୍ତ ହୋଇଯାଇଛି । ସତୀଶଙ୍କ ମିତ୍ର ତଥା ଅନ୍ଯତମ ଲୋକପ୍ରିୟ ଅଭିନେତା ଅନୁପମ ଖେର ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସତୀଶଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ହାସ୍ୟ ଅଭିନେତା ଓ ସ୍କ୍ରିନ ଲେଖକ ମଧ୍ୟ ଥିଲେ ।

ତେବେ ତାଙ୍କର ମୃ-ତ୍ୟୁ-ର ସଠିକ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହାର କାରଣ ହୃଦଘାତ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଅନୁପମ ତାଙ୍କ ଟ୍ବିଟରେ ଲେଖିଛନ୍ତି, “ମୁଁ ଜାଣେ ମୃ-ତ୍ୟୁ ହେଉଛି ଏଇ ଦୁନିଆର ଶେଷ ସତ୍ୟ । 45 ବର୍ଷର ବନ୍ଧୁତାରେ ବିରାମ ଲାଗିଲା । ତୁମ ବିନା ଜୀବନ ଆଉ ପୂର୍ବ ଭଳି ରହିବ ନାହିଁ । ଓମ ଶାନ୍ତି ।” ସତୀଶ କୌଶିକ 13 ଏପ୍ରିଲ 1956 ରେ ଜନ୍ମଗ୍ରହଣ କରିଥିଲେ ଓ ଛାତ୍ର ଜୀବନରୁ ଅଭିନୟ ପ୍ରତି ତାଙ୍କର ରୁଚି ଥିଲା ।

କଲେଜ ପାଠପଢା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଏବଂ ପୁନେ FTII ରେ ଅଧ୍ୟୟନ ଶେଷ କରିଥିଲେ । ବଲିଉଡ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’, ‘ଦିୱାନା ମସ୍ତାନା’, ‘ରାମ ଲଖନ’, ‘ସାଜନ ଚଲେ ସସୁରାଲ’, ‘ସ୍ଵର୍ଗ’ ଆଦିରେ ନିଖୁଣ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣି ପାରିଥିଲେ । ଦୁଇଥର ଶ୍ରେଷ୍ଠ ଅଭିନେତା ଭାବେ ‘ଫିଲ୍ମଫେୟାର’ ପୁରସ୍କାର ମଧ୍ୟ ହାତେଇ ଥିଲେ ସତୀଶ ।

ସେହିପରି ‘ରୂପ କି ରାନୀ’ ଓ ‘ଚୋରୋନ କା ରାଜା’ ଚଳଚ୍ଚିତ୍ରରୁ ସେ ନିର୍ଦ୍ଦେଶକ ଭାବେ ମଧ୍ୟ କ୍ଯାରିୟର ଆରମ୍ଭ କରିଥିଲେ । ଏହାପରେ ସେ ‘ପ୍ରେମ’, ‘ହମ୍ ଆପକେ ଦିଲ୍ ମେ ରେହତେ ହେ’, ‘ୱାଦା ତେରି ସନମ୍’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିବା ବେଳେ ବର୍ତ୍ତମାନ ସେ ରାଜଶ୍ରୀ ପ୍ରଡ଼କ୍ସନର ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ତାନସେନ’ ନିର୍ମାଣରେ ବ୍ୟସ୍ତ ଥିଲେ ।

ମୃ-ତ୍ୟୁ-ର ଗୋଟିଏ ଦିନ ପୂର୍ବରୁ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ହୋଲି ପର୍ବର ଶୁଭେଚ୍ଛା ଜଣାଇଥିଲେ । ହେଲେ ଆଜି ତାଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।