ସତ ମଣ୍ଡପ, ସତ ହାତଗଣ୍ଠି, ଅନୁଭବ ସତ ଆଉ ସେ ଝିଅ ବି ସତ… Anubhav Mohanty ଙ୍କ ଭାଇରାଲ ବାହାଘର ଭିଡିଓର ସତ୍ୟତା ବଖାଣିଲେ ଏହି ପ୍ରତ୍ଯକ୍ଷଦର୍ଶୀ

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ଏବେ ସୋସିଆଲ ମିଡିଆରେ ସବୁଠୁ ହଟ୍ ଟପିକ୍ ପାଲଟିଛି । ଅନୁଭବ ବିବାହ ବେଦିରେ ବିବାହ କରୁଥିବା ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଚାଲିଛି । ଅନୁଭବ ଦ୍ଵିତୀୟ ବିବାହ କଲେ ବୋଲି ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏନେଇ ଜଣେ ପ୍ରତ୍ଯକ୍ଷଦର୍ଶୀ ରାକେଶ ରୋଶନ ମହାନ୍ତି ସତର ଖୁଲାସା କରିଛନ୍ତି ।

ସେ କହିଛନ୍ତି କି, ଅନୁଭବ ମହାନ୍ତି ତାଙ୍କ ବିବାହ ଏବଂ ରିଶେପସନକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ । ସେ ଅନୁଭବଙ୍କ ସହ ଦେଖା ହେବା ସହ ମଣ୍ଡପରେ ଫଟୋ ମଧ୍ୟ ଉଠାଇଲେ ଆଉ ଭୋଜି ମଧ୍ୟ ଖାଇଲେ । ଅନୁଭବଙ୍କ ବାହାଘରର ସତ୍ୟତାକୁ ନେଇ ରାକେଶ କହିଛନ୍ତି, ଅନୁଭବଙ୍କ ବାହାଘର ସତ, ମଣ୍ଡପ ସତ ଆଉ ସେ ଯେଉଁ ଯୁବତୀଙ୍କୁ ବିବାହ କଲେ ସେ ମଧ୍ୟ ସତ । ଜଣେ ଫ୍ୟାନ ହିସାବରେ ଅନୁଭବ ତାଙ୍କୁ ବାହାଘରକୁ ନିମନ୍ତ୍ରଣ କରିଥିଲେ ।

ସେ ବାହାଘରରେ ଯୋଗ ଦେଇ ଭୋଜି ଖାଇ ଫେରିଲେ । ମଣ୍ଡପ ବି ବେଶ ଭଲରେ ସଜା ହୋଇଥିଲା । ଯେମିତି ବାହାଘର ହୁଏ ଅନୁଭବଙ୍କ ବାହାଘର ଠିକ ସେମିତି ହୋଇଛି । ତେଣୁ ଏହା ପଛରେ ଆଉ ପ୍ରକୃତ ଘଟଣା କଣ ସେ ଜାଣି ନାହାନ୍ତି କି କହି ପାରିବେନି ବୋଲି କହିଛନ୍ତି ।

ତେବେ ଏହା ଅନୁଭବଙ୍କ ରିଲ୍ ବାହାଘର ବୋଲି ଖବର ଆସୁଥିବା ବେଳେ ପ୍ରତ୍ଯକ୍ଷଦର୍ଶୀ ରାକେଶଙ୍କ ଏଭଳି ବୟାନ ସମସ୍ତଙ୍କୁ ଆହୁରି ଅଡୁଆରେ ପକାଇ ଦେଉଛି । ତେବେ ଏହା ରିଲ୍ ନା ରିୟାଲ ବାହାଘର ଥିଲା ଏହାକୁ ନେଇ ଏବେ ସମସ୍ତେ ଦ୍ଵନ୍ଦରେ । ରାକେଶଙ୍କ କହିବାନୁସାରେ କଲ୍ୟାଣ ମଣ୍ଡପରେ ଅନୁଭବଙ୍କ ବାହାଘର ଅନୁଷ୍ଠିତ ହୋଇଥିଲା । ବାହାଘରରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଥିଲେ । ବାହାଘରରେ ଯାହା ବି ରୀତିନୀତି ହୋଇଥିଲା ତାହା ଏକଦମ ସତ ।

ଅନୁଭବ ସତ ଫୁଲମାଳ ପକାଇଥିଲେ ଓ ସତ ହାତଗଣ୍ଠି ମଧ୍ୟ ପଡିଥିଲା । ଏହା ବାଦ୍ ଆଉ ଯାହା ବି ସତ୍ୟତା ରହିଛି ତାହା ସମସ୍ତେ ନୂଆବର୍ଷରେ ଜାଣିବେ ବୋଲି ସେ ସ୍ପଷ୍ଟ କହିଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।