ସତ କୁହ ପୋଲିସ ବାବୁ ମୋ ଘରେ କିଏ ଅଛି ? ଦୟାକଲି ଗେଟ୍ ଖୋଲନ୍ତୁ, ବାହାରେ ମୋ ନାଁରେ ସିନ୍ଦୂର ପିନ୍ଧି ଲୁଗା ବାଣ୍ଟୁଛନ୍ତି ଆଉ ଏଠି…ଦେଖନ୍ତୁ video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟାଦର୍ଶିନୀ ଉଭୟ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । କିନ୍ତୁ ଦୁହିଙ୍କର ବୈବାହିକ ଜୀବନ କିଛି ଦିନ ଠିକ ଠାକ ଚାଲିବା ପରେ ଦୁହିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାରିବାରିକ ବିବାଦ । ଆଉ ଯାହା ପରେ ଦୁହେଁ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ଦୁହିଙ୍କର କେସ ବି ଏବେ ବି ପାରିବାରିକ ଅଦାଲତ ରେ ବିଚାରଧିନ ଅବସ୍ଥାରେ ରହିଛି । ତେବେ ଏହାରି ମଧ୍ୟରେ ବର୍ଷା ଓ ଅନୁଭବ ପରସ୍ପରକୁ ନୀଚ୍ଚା ଦେଖାଇବାକୁ ଅନେକ କିଛି କାଣ୍ଡ କରି ସାରିଛନ୍ତି ।

ଏବେ ବର୍ଷା ଅନୁଭବଙ୍କ ଘରେ ରହୁଛନ୍ତି ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଆଉ ସବୁଠାରୁ ବଡ କଥା ହେଉଛି ଅନୁଭବ ଙ୍କୁ ତାଙ୍କ ନିଜ ଘରକୁ ଯିବାକୁ ଦେଉ ନାହାନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ଯାହାର ଅଡିଓ କଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଅଡିଓ କଲ ରେ ଅନୁଭବ କହୁଛନ୍ତି କି ମୋ ଘର ଭିତରେ ମୋ ସ୍ତ୍ରୀ ହିଁ ଅଛନ୍ତି ତ ଆଉ କେହି ନାହନ୍ତି ତ ? ପୋଲିସ ଛଡା ଆଉ କେହି ନାହାନ୍ତି ତ ? ମୋତେ ଘର ଭିତରକୁ ଛାଡୁ ନାହାନ୍ତି ।

ସେଥିପାଇଁ ମୋର ସନ୍ଦେହ ହେଉଛି ଘର ଭିତରେ ଆଉ କିଏ ଅଛି କି ? ବର୍ଷା ଜିଦି ରେ ଗେଟ ଖୋଲୁ ନାହାନ୍ତି । ଜିଦିରେ ଭିତରେ ଥାଇ ସବୁ କିଛି ଶୁଣୁଛନ୍ତି । ବାହାରକୁ ଆସୁ ନାହାନ୍ତି । ବର୍ଷା ତାଲା ବି ଖୋଲୁ ନାହାନ୍ତି । ଭିତରେ ଯେଉଁ ଲେଡି କନେଷ୍ଟବଳ ଅଛନ୍ତି ସେ ବି ଶୁଣୁ ନାହାନ୍ତି । ମୋତେ ରାତିରେ ଆସିବାକୁ ମନା କରୁଛନ୍ତି ମୋ ଘରକୁ । ଆଛା ଠିକ ଅଛି ଦିନ ବେଳା ତ ମୁଁ ଘରକୁ ଆସି ପାରିବି ।

ବର୍ଷା ନ ଥିଲା ବେଳେ ମୁଁ ମୋ ଘରକୁ ଆସି ପାରିବି । ଆପଣ ମାନେ କିଛି ତ ଶୁଣୁ ନାହାନ୍ତି । ବର୍ଷା ମୁଁ ଆମେ ଦୁହେଁ ସ୍ଵାମୀ ସ୍ତ୍ରୀ । ମୁଁ ଯଦି ଘରକୁ ଯାଏ ତାଙ୍କ ସହ କଣ ହାଏ ହେଲୋ ହୋଇ ବସିବି । ବାହାରେ କହୁଛନ୍ତି ସିନ୍ଦୁର ପିନ୍ଧି ଛନ୍ତି କିନ୍ତୁ ସିନ୍ଦୁର କୁ ହିଁ ଘର ଭିତରକୁ ପସିବାକୁ ଦେଉ ନାହାନ୍ତି ।ରଶ୍ମୀ ବାବୁ ଆପଣ ତ ସବୁ କିଛି ଜାଣିଛନ୍ତି ନା । ବର୍ଷା ବାହାରେ ସିନ୍ଦୁର ଲଗାଇ ଲୁଗା ବାଣ୍ଟୁଛନ୍ତି ।

ଆଉ ସ୍ଵାମୀ ଘରକୁ ଆସିଲା ବେଳକୁ ବାହାରେ ଛିଡା କରି ଦେଉଛନ୍ତି । ରାତିରେ ଯଦି ମୋ ଘରକୁ ଯିବାକୁ ମୋତେ ଅନୁମତି ମିଳୁ ନାହି ତେବେ ମୋର ସନ୍ଦେହ ହେଉଛି ଆଉ କିଏ ଅଛି କି ? ଏମିତି ସନ୍ଦେହ ସମସ୍ତଙ୍କ ମନରେ ଆସିବ । ରଶ୍ମୀ ବାବୁ ଆପଣ ଥରେ ମୋ ଜାଗାରେ ରହିକି ଦେଖନ୍ତୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।