ସତ ହେବ କି ମାଳିକା ? ଗୋଟିଏ ମାସରେ ପଡୁଛି ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ? ଏହା ଯୁଗାନ୍ତର ସଙ୍କେତ ଅଟେ କି ? ଜାଣନ୍ତୁ ଜ୍ୟୋତିର୍ବିଦ Badal ନନାଙ୍କ ଠାରୁ

ଚଳିତ ବର୍ଷ ପବିତ୍ର ଦୀପାବଳୀ ଦିନ ସୂର୍ଯ୍ୟପରାଗ ଲାଗୁଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଗୋଟିଏ ମାସ ମଧ୍ୟରେ ଏଭଳି ଦୁଇଟି ଗ୍ରହଣ ଲୋକଙ୍କ ମନରେ ବେଶ ଭୟ ସୃଷ୍ଟି କରିଛି । କାରଣ ମାଳିକାରେ କାଳର ଏହିସବୁ ଲକ୍ଷଣକୁ ନେଇ ଅନେକ ଭୟଙ୍କର କଥା ସବୁ ଉଲ୍ଲେଖ ରହିଛି । ପଞ୍ଚସଖା ଅଚ୍ୟୁତାନନ୍ଦଙ୍କ ଦ୍ଵାରା ଲିଖିତ ମାଳିକାରେ ଦୁନିଆର ଅନ୍ତ ପୂର୍ବରୁ ଦେଖାଯିବାକୁ ଥିବା ଚିହ୍ନ ବା ଲକ୍ଷଣ ସବୁକୁ ନେଇ ଅନେକ କଥା ବର୍ଣ୍ଣିତ ରହିଛି ।

ଯାହାକି ବର୍ତ୍ତମାନ ଯୁଗରେ ଅନେକାଂଶରେ ଘଟୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ଲକ୍ଷଣ କଣ ପୃଥିବୀର ଅନ୍ତକୁ ସୁଚାଏ ବୋଲି ଅନେକ ଲୋକଙ୍କ ମନରେ ଭୟ ଏବଂ ପ୍ରଶ୍ନ ଉଠେ । ତେବେ ଏନେଇ ସମସ୍ତଙ୍କ ଦ୍ଵନ୍ଦ କରିଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ ତଥା ମାଳିକା ଗବେଷକ ବାଦଲ ନନା । ନନାଙ୍କ କହିବା ଅନୁଯାୟୀ, ମାଲିକାରେ ଉଲ୍ଲେଖ ରହିଛି ଯେବେ ଗୋଟିଏ ନକ୍ଷତ୍ରରୁ ଆଉ ଏକ ନକ୍ଷତ୍ର ପର୍ଯ୍ୟନ୍ତ ୨୭ ଦିନରେ ମାସ ସେଶ ହେବ ଏବଂ ସେହି ମାସକ ମଧ୍ୟରେ ତିନୋଟି ଗ୍ରହଣ ଲାଗିବ ।

ସେବେ ଜାଣିବ ଦେଶରେ ଦୁର୍ଭିକ୍ଷ, ମରୁଡି, ବନ୍ୟା ଆଜି ପ୍ରଳୟଙ୍କରୀ ପ୍ରାକୃତିକ ବିପତ୍ତି ଆସିବ । ଆଉ ଏସବୁ ଚିହ୍ନ ପୃଥିବୀ ଶେଷ ହେବାର ସଙ୍କେତ ଅଟେ । ତେଣୁ ବର୍ତ୍ତମାନ ସେହି ସମୟ ଆସିନାହିଁ । ମହାପୁରୁଷ ଅଚ୍ୟୁତାନନ୍ଦ ଗଣନା କରି ଯାହାସବୁ ତାଙ୍କ ପୋଥିରେ ଲେଖି ଯାଇଛନ୍ତି ତାହା ନିଶ୍ଚୟ ଘଟିବ ।

ଏହିଭଳି ସମୁଦାୟ ତିନୋଟି ମାସ ମଧ୍ୟରେ ସାତୋଟି ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଲାଗିବା କଥା ଗ୍ରନ୍ଥରେ ଉଲ୍ଲେଖ ରହିଛି । ଯାହା କଳିଯୁଗର ଯୁଗାନ୍ତକୁ ସୁଚାଏ । ଆଉ ଏକ ଧାର୍ମିକ ଗ୍ରନ୍ଥ ଆଦିତ୍ଯକଳ୍ପ ବିଷୟରେ ମଧ୍ୟ ବାଦଲ ନନା ଆଲୋକପାତ କରିଛନ୍ତି । ଆଦିତ୍ୟକଳ୍ପ ପୁସ୍ତକରେ ମଧ୍ୟ ଯୁଗାନ୍ତ ସମୟକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ।

ସେଥିରେ ଲେଖାଯାଇଛି କି, ଯୁଗାନ୍ତ ସମୟରେ ତିନି ମାସ ମଧ୍ୟରେ ସାତୋଟି ଗ୍ରହଣ ଲାଗିବ ଓ ନବଗ୍ରହଙ୍କ ମିଳନ । ହିନ୍ଦୁଧର୍ମ ଅନୁସାରେ ରାହୁ ଯେତେବେଳେ ସୂର୍ଯ୍ୟକୁ ଗିଳିବାକୁ ଚେଷ୍ଟା କରିଥିଲେ ସେତେବେଳେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ତାଙ୍କ ମୁଣ୍ଡ କାଟି ଦେଇଥିଲେ । ସେବେଠାରୁ ରାହୁ ସୂର୍ଯ୍ୟଙ୍କ ଯେତିକି ଭାଗକୁ ଗିଳି ଦେଇଥିଲେ ତାହାକୁ ଗ୍ରହଣ ଲାଗିବା ରାହୁ ଗ୍ରାସ କରିଛି ବୋଲି ମାନାଯାଏ ।

ରାହୁ ମଣିଷଙ୍କ ଭାଗ୍ୟ ଉପରେ ଅନେକ ଖରାପ ପ୍ରଭାବ ପକାଇଥାନ୍ତି । ତେଣୁ ଏଭଳି ସଙ୍କେତ ଦେଶର ବା ଦୁନିଆର ଭାଗ୍ୟକୁ ପ୍ରଭାବିତ କରିବ ବୋଲି ବୁଝାଇ କହିଛନ୍ତି ବାଦଲ ନନା । କିନ୍ତୁ ଏସବୁ କେବେ ଘଟିବ ତାହା କେହି ମଧ୍ୟ ସ୍ପଷ୍ଟ ଭାବେ ଆକଳନ କରିପାରନ୍ତି ନାହିଁ ।

ଆଜିବି ଅନେକ ଲୋକ ଏସବୁକୁ ତୁଚ୍ଛ ବୋଲି ଭାବୁଥିବା ବେଳେ ଏସବୁ ଘଟି ସାରିଥିବା କଥା ଅନେକ ଲୋକ କୁହନ୍ତି । କିନ୍ତୁ ଦିନେ ନା ଦିନେ ଯେ ନିଶ୍ଚୟ ଯୁଗାନ୍ତ ହେବ ଏହା ସାରା ଦୁନିଆ ବିଶ୍ବାସ କରେ କହିଲେ ଅତ୍ୟକ୍ତି ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।