ଶାଶୁ ବୋହୁର ସମ୍ପର୍କ ପ୍ରାୟତଃ ଖରାପ ରହିଥାଏ । କହିଥାନ୍ତି କି ଏହି ଦୁଇ ଜଣ କେବେ ବି ଏକାଠି ରହି ପାରନ୍ତି ନାହିଁ । କିନ୍ତୁ ଏହା ସବୁବେଳେ ହୋଇ ନ ଥାଏ । ଏହି ଦୁନିଆରେ କିଛି ଭଲ ଶାଶୁ ବି ଅଛନ୍ତି । ଯିଏ ସବୁବେଳେ ନିଜ ବୋହୁର ଭଲ ଚାହିଁଥାନ୍ତି । ଆଜି ଆମେ ଆପଣଙ୍କୁ ଏକ ଏହିଭଳି ଶାଶୁ ବିଷୟରେ କହିବାକୁ ଯାଉଛୁ । ଆପଣ ଜାଣି ଗର୍ବ ଅନୁଭବ କରିବେ କି ଏହି ଶାଶୁ ନିଜର ବିଧବା ବୋହୁର ଦୁଃଖକୁ କମ କରିବା ପାଇଁ ନିଜେ ହିଁ ତାହାର ଦ୍ଵିତୀୟ ବିବାହ କରାଇଛି ।
ଏହି ପୁରା ମାମଲା ଅନୁଗୁଳ ଜିଲ୍ଲାର ଅଟେ । ତାଳଚେର ର ଗୋବରା ଗ୍ରାମର ପୂର୍ବ ସରପଞ୍ଚ ପ୍ରତିମା ବେହେରା ନିଜ ପୁଅ ରଶ୍ମିରଞ୍ଜନର ବିବାହ ଏହି ବର୍ଷ ଫେବୃୟାରୀରେ ତୁରଙ୍ଗା ଗ୍ରାମରେ ରହୁଥିବା ଲିଲୀ ବେହରା ସହିତ କରାଇଥିଲା ।
କିନ୍ତୁ ବିବାହର କିଛି ମାସ ପରେ ରଶ୍ମିରଞ୍ଜନର କୋଇଲା ଖଣିରେ ଏକ ଦୁର୍ଘଟଣାରେ ଜୀବନ ଚାଲିଗଲା । ପୁଅର ମୃତ୍ୟୁ ପରେ ପରିବାରରେ ପୁରା ଦୁଃଖର ବାଦଲ ଖେଳିଗଲା । ମା’ ସହିତ ରଶ୍ମିରଞ୍ଜନର ପତ୍ନୀ ଲିଲୀର ବି କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇ ଯାଇଥିଲା । ଏମିତିରେ ଶାଶୁ ନିଜ ବୋହୁର ଦୁଃଖକୁ ଦେଖି ପାରିଲା ନାହିଁ । ଏମିତିରେ ସେ ନିଜ ଭାଇର ପୁଅ ସଂଗ୍ରାମ ସହିତ ନିଜ ବୋହୁର ବିବାହ କରିବା ପାଇଁ ନିସ୍ପତି ନେଲା ।
ଏହା ପରେ ୧୧ ସେପ୍ଟେମ୍ବର ଦିନ ଜିଲ୍ଲାର ରାଜକିଶୋରପଡ଼ା ମନ୍ଦିରରେ ଦୁଇ ଜଣଙ୍କର ବିବାହ କରି ଦିଆଗଲା । ଏହି ସମୟରେ ଲିଲୀର ଶଶୁରଘର ଓ ବାପଘର ଲୋକମାନେ ବି ଉପସ୍ଥିତି ଥିଲେ ।
ଏହି ଭଲ କାମ ବିଷୟରେ ପ୍ରତିମା କାନ୍ଦି କାନ୍ଦି କୁହନ୍ତି, ‘ମୁଁ ଏକ ଦୁର୍ଘଟଣାରେ ନିଜର ପୁଅକୁ ହରାଇ ଦେଲି, ଏହି କ୍ଷତିର ପୂରଣ ତ କେବେ ବି କରି ପାରିବି ନାହିଁ । କିନ୍ତୁ ମୁଁ ମୋ ବୋହୁକୁ ବହୁତ ଭଲ ପାଏ । ମୁଁ ଚାହୁଁଛି କି ସେ ଏକ ଭଲ ଜୀବନ ବ୍ୟତିତ କରୁ । ମୋ ପାଇଁ ତାକୁ ଏତେ କମ ବୟସରେ କାନ୍ଦୁଥିବାର ଓ ଦୁଃଖିତ ଦେଖିବା ବହୁତ କଷ୍ଟ ଅଟେ । ସେଥିପାଇଁ ମୁଁ ଏହିଭଳି ନିର୍ଣ୍ଣୟ ନେଲି ।‘
ପ୍ରତିମାର ଏହି ଭଳି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସେ ଜଣେ ଶାଶୁ ହୋଇ ବି ନିଜ ବୋହୁ ପ୍ରତି ଭଲ ପାଇବା ଓ ମାନ ସମ୍ମାନ ଦେଇଛନ୍ତି ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।