ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର, ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେବା ଯାଉଛି ଖାଇବା ତେଲ, ଦେଖନ୍ତୁ କେତେ ଓ କେବେ ଠାରୁ ?

ସମସ୍ତ ଗ୍ରାହକଙ୍କ ପାଇଁ ଆଉ କେ ଖୁସି ଖବର ଆସିଛି । ବର୍ତ୍ତମାନ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ଯାସ ପରେ ଖାଇବା ତେଲ ମଧ୍ୟ ଶସ୍ତା ହେବାକୁ ଯାଉଛି । ଖାଇବା ତେଲକୁ ନେଇ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦୁଇ ବର୍ଷ ପାଇଁ ସୋୟାବିନ ତେଲ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରେ ଲାଗୁଥିବା କଷ୍ଟମ ଡ୍ଯୁଟିକୁ ହଟାଇ ଦେଇଛନ୍ତି ସରକାର । ଖାଇବା ତେଲ ବଢିଯିବା ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଉଥିଲା । ଏହାର ପ୍ରଭାବ ସିଧା ଲୋକଙ୍କ ବଜେଟ ଉପରେ ପଡୁଥିଲା ।

ତେଲ ଦର ଅଧିକ ହେତୁ ସାଧାରଣ ଲୋକମାନେ ଖୁବ ଚିନ୍ତାରେ ଥିଲେ । କାରଣ ଆମ ଭାରତୀୟ ରୋଷେଇରେ ପ୍ରାୟ ପ୍ରତ୍ଯେକ ଖାଦ୍ୟ ରାନ୍ଧିବା ପାଇଁ ତେଲର ଆବଶ୍ୟକ ପଡିଥାଏ । ଏମିତିରେ ପ୍ରତିଦିନ ରୋଷେଇରେ ତେଲର ବ୍ୟବହାର ଲୋକଙ୍କୁ ଖୁବ ମହଙ୍ଗା ପଡୁଥିଲା । କିନ୍ତୁ ଏବେ ସାଧାରଣ ଗ୍ରାହକଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି । ତେଲ ଦର ସାମାନ୍ଯ ହ୍ରାସ ପାଇବା ପରେ ଏବେ ଏହାକୁ ନେଇ ଆଉ ଚିନ୍ତିତ ରହିବାକୁ ପଡିବ ନାହିଁ । ଦୀର୍ଘ ଦିନ ପରେ ସାଧାରଣ ଜନତାଙ୍କ ପାଇଁ ଏମିତି ଖୁସି ଖବର ଦେଇଛନ୍ତି ସରକାର ।

ସୋୟାବିନ ପଓ ସୂର୍ଯ୍ୟମୁଖୀ ତେଲର କଷ୍ଟମ ଡ୍ଯୁଟି ଯୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି । ତେଣୁ ଭାରତୀୟ ବଜାରରେ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଦାମ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି । ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ୍ ଅଶୌଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଆମଦାନୀକୁ ଅନୁମତି ପ୍ରଦାନ କରାଯାଇଛି ।

ଆଜି ଠାରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଡ୍ଯୁଟି ମୁକ୍ତ ଆମଦାନୀ କରିହେବ । ଖାଇବା ତେଲର ଅହେତୁକ ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହିଭଳି ଟିକସ ଛାଡ ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକତାର ୬୦ ପ୍ରତିଶତ ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଭାରତ ଅନ୍ୟ ଦେଶରୁ ଆମଦାନୀ କରିଥାଏ । ମୁଖ୍ୟତଃ ୟୁକ୍ରେନରୁ ଆମଦାନୀ ହୁଏ ସୂର୍ଯ୍ୟମୁଖୀ ତେଲ । ତେବେ ଯୁଦ୍ଧ ପାଇଁ ଅନେକ ଜିନିଷ ମହଙ୍ଗା ହେବା ସହ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡିଥିଲା ।

କିଛିଦିନ ତଳେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଏକ୍ସାଇଜ ଡ୍ଯୁଟି କମାଇବା ସହ ଡିଜେଲ ଉପରୁ ମଧ୍ୟ ଲିଟର ପିଛା ୬ ଟଙ୍କା କମାଇଥିଲେ । ସେହିପରି ଇନ୍ଧନ ଗ୍ଯାସ ମଧ୍ୟ ୨୦୦ ଟଙ୍କା ଶସ୍ତା ହେବ ବୋଲି କୁହା ଯାଇଥିଲା । ଆଉ ଏବେ ଖାଇବା ତେଲ ମଧ୍ୟ ଶସ୍ତା ହେବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।