ଯେତେ ଶୀଘ୍ର ସମ୍ଭବ ଶରୀରର ଏହି ସ୍ଥାନରେ ଆଜି ହିଁ ବାନ୍ଧନ୍ତୁ କଳାଫିତା ! କାହାର ଖରାପ ନଜର ଲାଗିବ ନାହିଁ… Anuchinta

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ କଳାଫିତାର ବହୁତ ମହତ୍ୱ ରହିଛି । କଳାଫିତାକୁ ଦେହରେ ଧାରଣ କରିବା ଦ୍ୱାରା ଆପଣ ସବୁ ଖରାପ ନଜରରୁ ବଞ୍ଚିରହି ପାରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରରେ କଳାଫିତା ଆପଣ ଠିକ ଜାଗାରେ ଧାରଣ କରିବା ଦ୍ୱାରା ଆପଣ ବହୁତ ଧନି ହୋଇପାରିବେ । ଯଦି ଆପଣ କଳାଫିତା ପିନ୍ଧୁଛନ୍ତି ତାହାଲେ ଏହି ଜାଗାରେ ପିନ୍ଧନ୍ତୁ, ଯେଉଁଥିରେ କି ଆପଣ ଧନୀ ହୋଇପାରିବେ ।

ଆପଣ ଗୋଟିଏ କଳାଫିତା ଆଣି ସେଥିରେ ନଅଟି ଗଣ୍ଠି ପକେଇଦିଅନ୍ତୁ ଓ ସେହି ସୁତାକୁ ଆପଣ ଆପଣଙ୍କ ଡାହାଣ ହାତର ବାହୁରେ ବାନ୍ଧିଦିଅନ୍ତୁ । ଏହାକୁ ଆପଣ ଶନିବାର ଓ ମଙ୍ଗଳ ବାର ଦିନ ହିଁ ବାନ୍ଧନ୍ତୁ । ଏହାକୁ ଆପଣ ତିନି ରୁ ଚାରି ସପ୍ତାହ ବାନ୍ଧି ରଖନ୍ତୁ । ଏହାକୁ ଧାରଣ କରିବା ଦ୍ୱାରା ଆପଣଙ୍କର ବହୁତ ଫାଇଦା ହୋଇଥାଏ । ଏହାକୁ ଆପଣ ପିନ୍ଧିବାର ଗୋଟିଏ ସପ୍ତାହ ମଧ୍ୟରେ ପ୍ରଭାବ ଦେଖିବାକୁ ପାଇବେ ।

ଶନିଦେବ ସମସ୍ତଙ୍କୁ ତାଙ୍କର କର୍ମ ଅନୁସାରେ ଫଳ ଦେଇଥାନ୍ତି । ଯଦି ଆପଣଙ୍କର କୁଣ୍ଡଳୀରେ ଶନିଦେବଙ୍କ ସ୍ଥିତି ଖରାପ ସ୍ଥିତିରେ ଥାଆନ୍ତି, ତେବେ ଆପଣ ଶନିବାର ଦିନ ଶନି ଠାକୁରଙ୍କୁ ରାଶିର ତେଲ ଚଢ଼େଇବା ଦରକାର । ଯେଉଁମାନେ ଏହି ଉପାୟକୁ ଠିକ ଭାବେ କରିଥାନ୍ତି ସେମାନଙ୍କୁ ଶନି ଦେବଙ୍କ ଅଶେଷ କୃପା ମିଳିଥାଏ । ଶନି ଦେବଙ୍କୁ ରାଶି ତେଲ ଚଢାଇବା ଦ୍ୱାରା, ଶନିଦେବ ଶୀଘ୍ର ପ୍ରସନ୍ନ ହୋଇ ଭକ୍ତକୁ ବିପଦ ମୁକ୍ତ କରିଥାନ୍ତି ।

ଶନିଦେବଙ୍କୁ ଲୁହାର ବାସନରେ ରାଶି ତେଲ ଚଢ଼ାଇଲେ, ଏହା ଅତି ଶୁଭଙ୍କର ହୋଇଥାଏ । ତେଲ ଚଢାଇବା ପୂର୍ବରୁ ଆପଣ ତେଲରେ ଆପଣଙ୍କ ମୁହଁକୁ ଥରେ ଦେଖିନେବା ଦରକାର । ଏହା ଦ୍ୱାରା ଶନି ଦେବ ଆପଣଙ୍କୁ ସବୁ ଦୋଷରୁ ମୁକ୍ତି ଦେଇଥାନ୍ତି । ତେଲ ଚଢ଼େଇବା ବେଳେ ଆପଣ ଶନି ଦେବଙ୍କ ପାଦକୁ ଚାହିଁବା ଦରକାର । ତେଲ ଚଢ଼େଇସାରି ଆପଣ ଆପଣଙ୍କ ଇଚ୍ଛାରେ କିଛି ଦାନ ଦେବା ଦରକାର ।

ଏହି ଦାନ ଆପଣ କୌଣସି ଅସହାୟ ଭିକାରୀକୁ ଦେବା ଦରକାର । ଶନିବାର ଦିନ ଆପଣ ଗୋଟିଏ କଳାଫିତା ନେଇ, ଶନି ମନ୍ଦିରରେ ଚଢେଇ ନଅଟି ଗଣ୍ଠି ପକେଇ ନିଜ ଡାହାଣ ହାତରେ ବାନ୍ଧିଲେ । ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ଜୀବନରେ ଆପଣ ଉନ୍ନତି ମଧ୍ୟ ବହୁତ ଶୀଘ୍ର କରିପାରନ୍ତି । କାହାର ଖରାପ ନଜର ଆପଣଙ୍କ ଉପରେ ପଡ଼ିପାରିନଥାଏ ।

 

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବା ସହ କମେଣ୍ଟରେ ଜୟ ଶନିଦେବ ଲେଖିକି ଅବଶ୍ୟ ଜଣାନ୍ତୁ ।