ଆମ ଦେଶ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ । ଲୋକମାନେ ନିଜ ପସନ୍ଦ ଅନୁସାରେ ଭୋଟ ଦେଇ ନିଜ ନେତାଙ୍କୁ ନିଜେ ବାଛିଥାନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ରାଜନେତା ଅଟନ୍ତି । ତେବେ ସେମାନେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହ ନିଜ ପରିବାର ପୋଷିବା ପାଇଁ ଦରମା ମଧ୍ୟ ନେଇଥାନ୍ତି । ତେବେ ଆପଣ କଣ ଜାଣିଛନ୍ତି କି ଏହିସବୁ ରାଜନେତା ମାନଙ୍କର ଦରମା କେତେ ହୋଇଥାଏ ? ତେବେ ଚାଲନ୍ତୁ ଆଜି ଏହି ବିଷୟରେ ଜାଣିବା ।
ରାଷ୍ଟ୍ରପତିଙ୍କୁ ଆମ ଦେଶର ପ୍ରଥମ ନାଗରିକ ଭାବେ ବିବେଚନା କରାଯାଏ । ବର୍ତ୍ତମାନ ଆମ ଦେଶର ରାଷ୍ଟ୍ରପତି ପଦରେ ନିଯୁକ୍ତ ଅଛନ୍ତି ରାମନାଥ କୋବିନ୍ଦ । ସେ ହେଉଛନ୍ତି ଦେଶର ୧୪ତମ ରାଷ୍ଟ୍ରପତି । ତାଙ୍କର ମାସିକ ବେତନ ହେଉଛି ୫ ଲକ୍ଷ ଟଙ୍କା । ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ବାହିନୀର ମୁଖ୍ୟ କମାଣ୍ଡର ମଧ୍ୟ ଅଟନ୍ତି ।
ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟଭାର ସମ୍ଭାଳିଥାନ୍ତି । ସେ ରାଜ୍ୟସଭାର ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ ଭାରତର ଉପ ରାଷ୍ଟ୍ରପତି ହେଉଛନ୍ତି ଏମ. ଭେଙ୍କୟା ନାଇଡୁ । ତାଙ୍କର ମାସିକ ବେତନ ହେଉଛି ୪ ଲକ୍ଷ ଟଙ୍କା ।
ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ମଧ୍ୟ ଦେଶର ହିତ ପାଇଁ କାର୍ଯ୍ୟ କରିଥାନ୍ତି । ତାଙ୍କୁ ମଧ୍ୟ ଜଣେ ରାଷ୍ଟ୍ର ମୁଖ୍ୟ ଭାବେ ମାନ୍ୟ କରାଯାଏ । ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦୀ । ସେ ନିକଟରେ ଲଗାତାର ଦ୍ଵିତୀୟ ଥର ପାଇଁ ଦୁନିଆର ସବୁଠୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଟପ୍ ରେ ରହିଛନ୍ତି । ତେବେ ତାଙ୍କର ମାସିକ ବେତନ ହେଉଛି ୩ ଲକ୍ଷ ୮୦ ହଜାର ଟଙ୍କା ।
ଆମ ରାଜ୍ୟ ଓଡିଶାର ବର୍ତ୍ତମାନ ରାଜ୍ୟପାଳ ଅଛନ୍ତି ଗଣେଶ ଲାଲ । ତାଙ୍କର ମାସିକ ବେତନ ହେଉଛି ୩ ଲକ୍ଷ ୫୦ ହଜାର ଟଙ୍କା । ସେହିପରି ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବାଇଜଲଙ୍କ ବେତନ ହେଉଛି ମାସିକ ୩ ଲକ୍ଷ ୨୫ ହଜାର ଟଙ୍କା । ଓଡିଶାର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଓଡିଶାରେ ଖୁବ ଲୋକପ୍ରିୟତା ରହିଛି । ତାଙ୍କ କାର୍ଯ୍ୟ ପାଇଁ ସେ ଓଡିଶାର ଘରେ ଘରେ ପରିଚିତ । ତେବେ ଅପରଜିତା ଷଡଙ୍ଗୀଙ୍କର ମାସିକ ବେତନ ହେଉଛି ୩ ଲକ୍ଷ ୩୦ ହଜାର ।
ଓଡିଶାର ମୁଖ୍ୟମନ୍ତ୍ରୀ ତଥା ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ଵର ସାରା ଦେଶରେ ଖୁବ ଚର୍ଚ୍ଚା ହୁଏ । ତେବେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ମାସିକ ବେତନ ହେଉଛି ୧ ଲକ୍ଷ ୬୦ ହଜାର ଟଙ୍କା । ଓଡିଶାର ବିଧାନସଭାର ସଭ୍ଯ ତଥା MLA ମାନଙ୍କ ମାସିକ ଦରମା ହେଉଛି ପ୍ରାୟ ୧ ଲକ୍ଷ ଟଙ୍କା । ଜିଲ୍ଲା ପରିଷଦ ବା ଚେୟାରମ୍ୟାନଙ୍କ ଦରମା ହେଉଛି ମାସିକ ୯୩୮୦ ଟଙ୍କା ।
ଜିଲ୍ଲା ପରିଷଦଙ୍କ ଦରମା ହେଉଛି ମାସିକ ୭୦୪୦ ଟଙ୍କା ଓ ପୌରପାଳିକାର କାଉନସେଲରଙ୍କ ଦରମା ହେଉଛି ୧୫ରୁ ୨୦ ହଜାର ଟଙ୍କା । ସେହିପରି ବ୍ଲକ ଚେୟାରମ୍ୟାନଙ୍କ ଦରମା ମାସକୁ ୩୫୩୦ ଟଙ୍କା, ସରପଞ୍ଚଙ୍କ ଦରମା ହେଉଛି ମାତ୍ର ୨୩୫୦ ଟଙ୍କା ଓ ନାଏବ ସରପଞ୍ଚଙ୍କ ଦରମା ହେଉଛି ମାତ୍ର ୯୪୦ ଟଙ୍କା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।