ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି: ସରକାରୀ ଚାକିରି ପାଇଁ ବଢିଲା ବୟସ ସୀମା, ଏଣିକି 32 ବର୍ଷ ନୁହେଁ ବରଂ ଏତିକି ବର୍ଷ ପର୍ଯ୍ୟନ୍ତ ଆପଣ ଚାକିରି ପାଇଁ କରି ପାରିବେ ଆବେଦନ !

ସରକାରୀ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । କାରଣ ସରକାରୀ ଚାକିରି ପାଇଁ ବୃଦ୍ଧି କରାଯାଇଛି ବୟସ ସୀମା । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ସରକାରୀ ଚାକିରି ପାଇଁ ବୟସ ସୀମା ୩୨ ଥିବା ବେଳେ ସରକାର ଏହାକୁ ବଢାଇ ୩୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳା ମାନଙ୍କ ପାଇଁ ଚାକିରି ପ୍ରବେଶର ବୟସକୁ ୪୩ ବର୍ଷ କରାଯାଇଛି । ଏନେଇ ରାଜ୍ୟ କ୍ଯାବିନେଟରେ ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଏହି ନିଷ୍ପତ୍ତିକୁ ତିନି ବର୍ଷ ପାଇଁ ମଞ୍ଜୁରୀ ମିଳିଛି । ୨୦୨୧, ୨୦୨୨ ଓ ୨୦୨୩ରେ ଜାରି ହୋଇଥିବା ଏବଂ ଜାରି ହେବାକୁ ଥିବା ସମସ୍ତ ସରକାରୀ ପଦବୀରେ ଉଚ୍ଚ ବୟସ ସୀମାକୁ ବଢାଇଛନ୍ତି ରାଜ୍ୟ ସରକାର । ସେହିପରି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏହି ବୟସ ସୀମାକୁ ଆହୁରି ଅଧିକ କୋହଳ କରାଯାଇଛି ।

ସାଧାରଣ ବର୍ଗଙ୍କ ପାଇଁ ଉଚ୍ଚ ବୟସ ସୀମା ୩୮ ବର୍ଷ ଥିବା ବେଳେ SC, ST, OBC ଏବଂ ସବୁ ବର୍ଗର ମହିଳାଙ୍କ ପାଇଁ ଚାକିରି ପ୍ରବେଶ ବୟସକୁ ୪୩ ବର୍ଷକୁ ବୃଦ୍ଧି କରାଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ବୟସ ସୀମାକୁ ଆହୁରି କୋହଳ କରାଯାଇଛି । ଯାହାକି ୫୩ ବର୍ଷ ବୟସ ରଖାଯାଇଛି । ୫୩ ବର୍ଷ ବୟସରେ ମଧ୍ୟ ସେମାନେ ସରକାରୀ ଚାକିରିରେ ପ୍ରବେଶ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ତେବେ ଚାକିରି ବୟସ ସୀମାକୁ କୋହଳ ନେଇ କ୍ଯାବିନେଟ ଏଥିରେ ମୋହର ମାରିଛି । ଗତକାଲି ରାଜ୍ୟ କ୍ଯାବିନେଟର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଚାକିରି ପାଇଁ ୩୨ ବଦଳରେ ଏଣିକି ୩୮ ବର୍ଷ ବୟସ କରାଯାଇଛି । ୨୦୨୧, ୨୦୨୨ ଏବଂ ୨୦୨୪ରେ ହେବାକୁ ଥିବା ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ତିନି ବର୍ଷ ପାଇଁ ବୟସ ସୀମାକୁ କୋହଳ କରିଛନ୍ତି ରାଜ୍ୟ ସରକାର ।

ଏହିପରି ନିଷ୍ପତ୍ତିରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବେ ଖୁସି ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।