ଛତିଶଗଡ ରୁ ଏକ ଆଚମ୍ବିତ କରି ଦେଲା ଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ସରକାରୀ ସ୍କୁଲର ଶିକ୍ଷକଙ୍କୁ ଦିଆ ଯାଇଥିଲା ଅଟେଂଡେଂସ ନେବା ପାଇଁ ଟୈବଲେଟ, କିନ୍ତୁ ଅନ କରୁ କରୁ ଖୋଲା ଥିଲା ପର୍ନ ୱେବସାଇଟ । କୁହାଯାଉଛି କି ସର୍ଗୁଜା ଏବଂ ଦୁର୍ଗ, ଜିଲ୍ଲାର ସ୍କୁଲ ଶିକ୍ଷକ ଅଭିଯୋଗ କରିଛନ୍ତି କି ଅଟେଂଡେଂସ ନେବାକୁ ଓ ସ୍କୁଲ ସମ୍ବନ୍ଧିତ ସୂଚନା ଅପଡେଟ କରିବାକୁ ଦିଆ ଯାଇଥିବା ଟୈବଲେଟ ସ୍କ୍ରୀନ ରେ ଅଶ୍ଳୀଳ ଫୋଟୋ ଦେଖା ଯାଉଛି ।
ଏହା ପାଇଁ ଶିକ୍ଷକଙ୍କୁ ବିଶେଷତଃ ମହିଳା ଶିକ୍ଷୟତ୍ରି ମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସମସ୍ୟା ଆରମ୍ଭରୁ ହେଉଥିଲା କିନ୍ତୁ ଲଜ୍ୟା କାରଣରୁ କେହି ଏହି ବିଷୟରେ ଅଭିଯୋଗ କରୁ ନ ଥିଲେ । କିନ୍ତୁ ଏବେ କିଛି ଶିକ୍ଷକ ମାନେ ସଙ୍କୋଚ ଛାଡି ଏହାର ଅଭିଯୋଗ କରିଛନ୍ତି ।
ଏହି ଟୈବଲେଟ ସ୍କୁଲ ର ସମସ୍ତ କାର୍ଯ୍ୟକୁ ଅପଡେଟ କରିବା ପାଇଁ ଦିଆ ଯାଇଥିଲା କିନ୍ତୁ ସେଥିରେ କୌଣସି ବାୟରସ ଆସି ଯାଇଥିବାରୁ ତାକୁ ଯେତେ ବଳେ ଖୋଲା ଯାଉଛି ପ୍ରଥମେ ଅଶ୍ଳୀଳ ଫୋଟୋ ଦେଖିବାକୁ ମିଳୁଛି । ଜଣେ ଅଧିକାରୀ କହିଛନ୍ତି ଏହି ସମସ୍ୟା ର ସମାଧାନ କରା ଯାଉଛି ।
ଏହି ସମସ୍ୟା ରେ ଚିନ୍ତା ବ୍ୟକ୍ତ କରି ରାଜ୍ୟ ଶାସନ ଏହା ଉପରେ ତତ୍କାଳ ପଦକ୍ଷେପ ନେବା ପାଇଁ ଅଗ୍ରହ ଦେଖାଇ ଛନ୍ତି । ଶିକ୍ଷକ ଶିକ୍ଷୟତ୍ରି ମାନେ ଯେଉଁଠି ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କାର ଦେବା କଥା ସେଠି ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।