Chanakya Niti- ସାରା ଜୀବନ କରଜରେ ବୁଡି ରହିବେ, ଯଦି ଛାଡିବେ ନାହିଁ ଏହି ୩ ଅଭ୍ୟାସ

ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିର ଧର୍ମ ଓ ଜନ୍ମ ତାର ପରିଚୟ ଦିଏ ନାହିଁ । ବ୍ୟକ୍ତି ନିଜ କର୍ମ ଦ୍ଵାରା ହିଁ ମହାନ ହୋଇଥାଏ । ଋଣ ହେଉଛି ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ । ଖୁସିରେ ଜୀବନଯାପନ କରିବାକୁ ଚାହୁଁଥିଲେ ବ୍ୟକ୍ତିକୁ ସମୂଳ ଋଣ ପରିଶୋଧ କରିବା ଉଚିତ୍ ଅଟେ ।

ମନୁଷ୍ୟକୁ ନିଜ ଭବିଷ୍ୟତ କିମ୍ବା ଅତୀତ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ । କେବଳ ବର୍ତ୍ତମାନ ବିଷୟରେ ଚିନ୍ତା କରି ଜୀବନକୁ ସଫଳ ବନାଇ ହେବ । ଶିକ୍ଷା ବ୍ୟକ୍ତିକୁ ଉତ୍କୃଷ୍ଟ କରି ଗଢେ । ସୁନ୍ଦରତା ଓ ଯୌବନ ମନୁଷ୍ୟକୁ ଛାଡ଼ି ଚାଲି ଯାଏ, ମାତ୍ର ଏକମାତ୍ର ଶିକ୍ଷା ହିଁ ସର୍ବଦା ସାଥୀରେ ରହିଥାଏ । ସେ ଆପଣଙ୍କର ଯେତେ ଘନିଷ୍ଠ ବନ୍ଧୁ ହୋଇଥିଲେ ମଧ୍ୟ, ବ୍ୟବସାୟ ସମ୍ବନ୍ଧିତ ତଥ୍ୟ କାହାକୁ ମଧ୍ୟ କହିବା ଉଚିତ୍ ନୁହେଁ ।

ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କର ବିନାଶ ନିଶ୍ଚିତ ଅଟେ । ବାସ୍ତବିକ ଜ୍ଞାନ ପୁସ୍ତକ ଓ ସମ୍ପତ୍ତିରୁ ମିଳେ ନାହିଁ । ଏପରି ହୋଇଥିଲେ ଲୋକେ ଆବଶ୍ୟକ ସମୟରେ ଏ ଗୁଡ଼ିକର ପ୍ରୟୋଗ କରି ପାରି ନ ଥାନ୍ତେ । ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିଛି ପ୍ରଶ୍ନ ନିଜକୁ ଅବଶ୍ୟ ପଚାରନ୍ତୁ । କଣ ତୁମେ ସତରେ ଏହି କାର୍ଯ୍ୟ କରିବା ପାଇଁ ଚାହୁଁଛ? ତୁମେ କଣ ସଫଳତା ପାଇବ? କଣ ପାଇଁ ଏହି କାର୍ଯ୍ୟ କରିବାକୁ ଚାହୁଁଛ?

ଯଦି ଏହି ସବୁର ଆପଣଙ୍କୁ ସକାରାତ୍ମକ ଉତ୍ତର ମିଳୁଛି ତେବେ ଯାଇ କାର୍ଯ୍ୟ ଆରମ୍ଭ କରନ୍ତୁ । ଆପଣ ସଫଳ ହେବେ କି ନାହିଁ, ଏହି ଭୟରେ କୌଣସି କାର୍ଯ୍ୟକୁ ଅଧାରୁ ଛାଡ଼ି ଦିଅନ୍ତୁ ନାହିଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନିଜ ଧୈର୍ଯ୍ୟ ହାସଲ କରି ପାରୁଥିବା ବ୍ୟକ୍ତି ଦୁନିଆର ସବୁଠୁ ସୁଖୀ ବ୍ୟକ୍ତି ଅଟେ । ଯିଏ ଆପଣଙ୍କ ଧନର ସଠିକ୍ ବ୍ୟବହାର ଜାଣିଥିବେ, ସେପରି ବ୍ୟକ୍ତିଙ୍କୁ ହିଁ ଧନ ଦାନ କରିବା ଉଚିତ୍ ।

ନିଜ ଭୟ ଦ୍ଵାରା କେବେ ଭୟଭୀତ ହେବା ଉଚିତ୍ ନୁହେଁ । ଯଦି ଆପଣଙ୍କୁ କୌଣସି ବିଷୟର ଭୟ ରହିଛି ତେବେ ତାର କାରଣ ଜାଣି ତାକୁ ସଂପୂର୍ଣ୍ଣ ଶେଷ କରି ଦିଅନ୍ତୁ । ସିଧା ଛିଡା ହୋଇଥିବା ବୃକ୍ଷ ପ୍ରଥମେ କଟା ଯାଇଥାଏ । ଏହାର ଅର୍ଥ ବହୁତ ଅଧିକ ସଚ୍ଚୋଟତା ମଧ୍ୟ ଘାତକ ସିଦ୍ଧ ହୋଇପାରେ ଓ ବିନାଶର କାରଣ ବନିପାରେ । ଭଗବାନଙ୍କୁ ମନ୍ଦିରରେ ଖୋଜିଲେ କୌଣସି ଲାଭ ନାହିଁ ।

ଯେଉଁ ଶରୀରରେ ପବିତ୍ର ଆତ୍ମା ରହିଥାଏ ସେହି ଶରୀରରେ ସ୍ଵୟଂ ଭଗବାନ ବାସ କରିଥାନ୍ତି । ଆପଣଙ୍କର ଜୀବନ ସେତେ ବଡ଼ ନୁହେଁ କି ଭୁଲ୍ କରି କରି ହିଁ ଶିଖୁଥିବେ । ଅନ୍ୟର ଭୁଲ୍ କୁ ଦେଖନ୍ତୁ, ତାକୁ ବୁଝନ୍ତୁ ଓ ସେଥିରୁ ଶିକ୍ଷା ଗ୍ରହଣ କରନ୍ତୁ । ଆଚାର୍ଯ୍ୟ ଚାଣକ୍ୟଙ୍କୁ ଖୁବ୍ କଠୋର ନୀତିଜ୍ଞ କୁହା ଯାଉଥିଲା । ତାଙ୍କର କଠୋର ଶିକ୍ଷା ଓ ପରିଶ୍ରମ ଏକ ସାଧାରଣ ବାଳକକୁ ସମ୍ରାଟ ବନାଇ ପାରିଥିଲା । ଚାଣକ୍ୟଙ୍କର ଏହି ସବୁ ଶିକ୍ଷା ପ୍ରତ୍ୟେକଙ୍କ ପାଇଁ ସଞ୍ଜିବନୀର କାର୍ଯ୍ୟ କରି ପାରିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।