ଦେଶରେ ବଢୁଛି କରୋନା ର ତାଣ୍ଡବ, ସପ୍ତାହରେ ମାତ୍ର 2 ଥର ଏହାକୁ ପିଇ ନିଅନ୍ତୁ, ଥଣ୍ଡା-କାଶ ସବୁ ଗାୟବ ହେଇଯିବ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ । କିଛି ରୋଗର ନିରାକରଣ ରହିଛି ତ ଆଉ କିଛି ରୋଗର ଯେତେ ଚିକିତ୍ସା କରିଲେ ମଧ୍ୟ କୌଣସି ଫଳ ମିଳି ନ ଥାଏ । ସାଧାରଣ ଦେଖିବାକୁ ଗଲେ ଆମକୁ ଥଣ୍ଡା ଓ ଜର ହୋଇଥାଏ । ଯାହା ଫଳରେ ଆମେ ଅନେକ ଔଷଧ ଖାଇଥାଉ । ଆଜି ଆମେ ଆପଣ ମାନଙ୍କୁ ଆମକୁ ଥଣ୍ଡା ହେଲେ ଏହାର ପ୍ରତିକାର କଣ ରହିବ ସେହି ବିଷୟରେ କହିବାକୁ ଯାଉଛୁ ।

ଅଧିକାଂଶ ବୟସ୍କ ଓ ଛୋଟ ପିଲା ମାନଙ୍କୁ ଥଣ୍ଡା ଜ୍ଵର ହୋଇଥାଏ । ଏହା ଛଡା ଟନସିଲ ମଧ୍ୟ ବହୁତ ଜଲ୍ଦି ହୋଇଥାଏ । ନିଶ୍ଵାସ ପ୍ରଶ୍ଵାସ ନେବାକୁ ମଧ୍ୟ କଷ୍ଟ ହୋଇଥାଏ । ଏହା ଫଳରେ ଆମ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥାଏ । ଏପରି ହେବା ଦ୍ଵାରା କାଶ ମଧ୍ୟ ହୋଇଥାଏ । ଶ୍ଵାସ ଜନିତ କୌଣସି ରୋଗ ଥିଲେ ସେହି ବ୍ଯକ୍ତିର ଅଧିକାଂଶ ସମୟ ସ୍ୱାସ୍ଥ୍ୟ ଖରାପ ରହିଥାଏ । ଏହି କାଶରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଚିକିତ୍ସା ରହିଛି । ତେବେ ଆସନ୍ତୁ ଜାଣିବା ତାହା କଣ ଅଟେ ?

ପ୍ରଥମେ କିଛି ୫ ଇଞ୍ଚର ଗିଲୋଇ ଖଣ୍ଡକୁ ନେବେ । ଏହା ପରେ ଏହି ଗିଲୋଇକୁ ଭଲ ଭାବେ ଗୁଣ୍ଡ କରି ଦେବେ । ଏହା ପରେ ଏକ ପାତ୍ରରେ କିଛି ପାଣି ନେବେ । ଯେଉଁ ଗିଲେଇକୁ ଭାଙ୍ଗି ଥିଲେ ତାକୁ ପାଣି ଭିତରେ ପକାଇ ଦେବେ । ତା ପରେ ସେ ପାତ୍ରଟିକୁ ଘୋଡାଇ ଦେବେ । ୪ରୁ ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବେ ଫୁଟାଇ ଦେବେ ଯେ ପର୍ଯ୍ୟନ୍ତ ଏହା ଭଲ ଭାବେ ପାଣି ସହ ମିଶି ନ ଯାଇଛି ।

ଗିଲୋଇ ଆମ ଶରୀରର ବାତ, ପୀତ, କଫ ଆଡିକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଏହାକୁ ସେବନ କରିଲେ ଆଁଠୁ ଗଣ୍ଠି ଯନ୍ତ୍ରଣା ହୁଏ ନାହି । ଏହା ଆମ ସିରା ପ୍ରଶିରାକୁ ଅଧିକ ଷ୍ଟ୍ରାଙ୍ଗ ରଖିଥାଏ । ୩ରୁ ୪ ମିନିଟ ପରେ ଏହି ଗିଲୋଇ ପାଣିକୁ ଗୋଟିଏ କପରେ ଛାଣି ଦେବେ । ଯଦି ଅଧିକ ଷ୍ଟ୍ରଙ୍ଗ ଜୁସ ଦରକାର ତେବେ ଆପଣ ଏଥିରେ ଅଦା ମିଶାଇ ପାରିବେ । ଏହା ପରେ କିଛି ହଳଦୀ ଏହି ପାଣିରେ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏଥିରେ କିଛି ଗୋଲ ମରୀଚ ମିଶାନ୍ତୁ । ଯଦି ଛୋଟ ପିଲା ମାନେ ଏହାକୁ ସେବନ କରିବେ ତେବେ ଏହି ଜୁସରେ କିଛି ମହୁ ମିଶାଇ ପିଇବାକୁ ଦିଅନ୍ତୁ । ଯଦି ବୟସ୍କ ବ୍ୟକ୍ତି ଏହାକୁ ସେବନ କରିବେ ତେବେ ଏହି ଜୁସକୁ ଗରମ ଥିବା ଅବସ୍ଥାରେ ପିଆନ୍ତୁ । ଏହି ଗିଲୋଇ କାଢାକୁ ସବୁ ବ୍ୟକ୍ତି ସେବନ କରିବା ଉଚିତ । ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢେଇବା ପାଇଁ, ଶରୀରକୁ ଅଧିକ ଷ୍ଟ୍ରଙ୍ଗ କରିବା ପାଇଁ ବା ଯଦି ଆପଣଙ୍କୁ ବହୁତ ଜଲ୍ଦି ଥଣ୍ଡା ବା କାଶ ହେଉଛି ତେବେ ଏହି ଗିଲୋଇ ଜୁସକୁ ସେବନ କରିଲେ ଆରାମ ମିଳିଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ