Vastu Tips- ସବୁଦିନ ଖାଇବା ପୂର୍ବରୁ ବା ସମୟରେ କରନ୍ତୁ ଏହି ୩ ଟି କାମ ଧନ ବଢି ଚାଲିବ ମନକୁ ମନ

ହିନ୍ଦୁ ଶାସ୍ତ୍ର ଅନୁସାରେ ଖାଇବା ପୂର୍ବରୁ ଖାଦ୍ଯ ପୂଜା କରିବାର ମହତ୍ତ୍ଵ ରହଚି । ଖାଦ୍ଯର ସମାନ କରିବା ଦ୍ଵାରା କେବେ ଘରେ ଅଭାବ ରହେ ନାହି । ମଣିଷ ଖାଇବା ପାଇଁ ଦିନ ରାତି କଷ୍ଟ କରିଥାଏ । କେବେ ବି ଭୁଲରେ ଖାଇବା ଥାଳିକୁ ଅପମାନ କରିବା ଠିକ ନୁହେ । ଖାଦ୍ଯ ଖାଇବା ପ୍ରତେକ ବ୍ୟକ୍ତି ଆବଶ୍ୟକତା ହୋଇଥାଏ ଯାହା ବିନା ଜୀବନ ଧରି ବଞ୍ଚିବା ସମ୍ଭବ ନୁହେ । ପ୍ରତେକ ମଣିଷ ପରିଶ୍ରମ କରି ନିଜ ପରିବାରର ପୋଷଣ କରିଥାନ୍ତି ।

ଧନୀ ହେଉ ବା ଗରିବ ବ୍ୟକ୍ତି ହେଉ ଖାଦ୍ଯ ଖାଇବା ସମୟରେ କିଛି ଗୁରୁତ୍ତ୍ଵପୂର୍ଣ୍ଣ କଥାକୁ ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଖାଦ୍ୟ ଖାଇବା ସମୟରେ କେଉଁ କାମ କରିଲେ ଘରେ ସୁଖ ଶାନ୍ତି ରହିବା ସହ ଧନ ପ୍ରାପ୍ତ ହୋଇଥାଏ ଓ ମା ଲକ୍ଷ୍ମୀଙ୍କର ମଧ୍ୟ ବିଶେଷ କୃପା ରହିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପ୍ରତେକ ବ୍ୟକ୍ତି ରୋଷେଇ କରି ସାରିବା ପରେ ରନ୍ଧା ଯାଇଥିବା ଖାଦ୍ୟକୁ ଭଗବାନଙ୍କ ପାଖରେ ଭୋଗ ଲଗାଇବା ଉଚିତ । ଭଗବନାଙ୍କ ପାଖରେ ହୋଇଥିବା ଭୋଗକୁ ପ୍ରଥମେ ଗାଈକୁ ଖାଇବାକୁ ଦେବା ଉଚିତ । ଏହା ପରେ ଘରର ଅନ୍ୟ ସମସ୍ତେ ଯେତିକି ଆବଶ୍ୟକ ଅଟେ ସେତିକି ଖାବନା ଉଚିତ । ଏହା କରିବା ଫଳରେ ମା ଲକ୍ଷ୍ମୀଙ୍କର କୃପା ମିଳିବା ସହ ଆପଣଙ୍କ ଘରେ ଧନର ଆଗମନ ହୋଇଥାଏ ।

୨-  ଖାଇବା ସମୟରେ ରକ୍ଷା ଯାଇଥିବା ଥାଳିକୁ ପ୍ରଥମେ ନମସ୍କାର କରି ଭଗବାନଙ୍କ ନାମ ନେଇ ଧନ୍ୟବାଦ ଜଣାନ୍ତୁ। ମାନାଯାଏ କି ଭଗବାନ ଆମକୁ ଖାଦ୍ଯ ଦେବାର ରାସ୍ତା ଦେଖାଇ ଥାନ୍ତି । ସେଥି ପାଇଁ ଖାଇବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଜଣେଇବା ପାଇଁ କେବେ ବି ଭୁଲିବେ ନାହି । ଏହା କରିବା ଦ୍ଵାରା ଆପଣଙ୍କ ଘରେ କେବେ ବି ଅଭାବ ରହି ନ ଥାଏ ।

୩- ଯେତେବେଳେ ଆପଣ ମାନେ ଖାଇବାକୁ ବସୁଛନ୍ତି ସେତେବେଳେ ଖାଇବା ଚାରିପଟେ ପାଣି ଢାଳନ୍ତୁ । ଏହା ପରେ ଭଗବାନଙ୍କ ନାମ ମନରେ ସ୍ମରଣ କରି ଖାଇବା ଆରମ୍ଭ କରନ୍ତୁ । ମାନ୍ୟତା ରହିଛି ଯେ ଏହି ନିୟମ କରିବା ଫଳରେ ଆମ ଆଖପାଖରେ ରହିଥିବା ସବୁ ଖରାପ ଶକ୍ତିର ବିନାଶ ବା ଲୋପ ହୋଇଥାଏ । ସେଥି ପାଇଁ ଆପଣଙ୍କ ଶରୀରର ସଦାବେଳେ ସୁସ୍ଥ ରହିଥାଏ ।

ଏହି ୩ଟି ନିୟମ ଖାଦ୍ଯ ଖାଇବା ସମୟରେ ପାଳନ କରିଲେ ଆପଣ ମାନଙ୍କ ଜୀବନରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଏହା ସହ ମା ଲକ୍ଷ୍ମୀଙ୍କର ମଧ୍ୟ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ଏହା ଛଡା ଆପଣଙ୍କ ଘରେ କେବେ ବି ଦୁଖ ଦରିଦ୍ରତା ଦେଖା ଯାଏ ନାହି । ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କ ଘରେ କେବେ ଖାଦ୍ଯର ଅଭାବ ରହିବ ନାହି । ଏହା କରିବା ଫଳରେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେଲେ ଆପଣଙ୍କ ଘରେ ଧନ ସମ୍ପତିର ଆଗମନ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।