ଓଜନ ସହିତ ଏହି ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଞ୍ଚନ୍ତି, ତ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଜିନିଷ

ପ୍ରାୟତଃ ଗ୍ରୀନ ବୀନ୍ସ ର ନାମ ଶୁଣିବା ମାତ୍ରେ ହିଁ ଲୋକମାନେ ମୁହଁକୁ ବୁଲାଇ ଦିଅନ୍ତି । କିନ୍ତୁ ଏହି ସବୁଜ ପନିପରିବା ଆପଣଙ୍କୁ ସୁସ୍ଥ ରଖିଥାଏ । ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ ଓ କାର୍ବୋହାଇଡ୍ରେଟ ପ୍ରଚୁର ମାତ୍ରାରେ ଥାଏ । ଏହା ଛଡା ଏଥିରେ ଫସପରସ, କ୍ୟାଲସିୟମ, ଆଇରନ ଓ ପୋଟାସିୟମ ବି ଥାଏ । ଯାହା ହୃଦୟ ସମ୍ବନ୍ଧିତ ସମସ୍ୟାକୁ ହେବାକୁ ଦେଇ ନ ଥାଏ ।

ସପ୍ତାହକୁ ୩ ଥର ଗ୍ରୀନ ବୀନ୍ସ ଖାଇବା ଦ୍ଵାରା ଡାଇବେଟିସ ବି କଣ୍ଟ୍ରୋଲରେ ରହିଥାଏ । ଏହା ଛଡା ଗ୍ରୀନ ବୀନ୍ସକୁ ଖାଇବା ଦ୍ଵାରା ମଧ୍ୟ ବହୁତ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏହି ଲାଭ ବିଷୟରେ କହିବୁ ।

୧. ହୃଦୟ ସୁସ୍ଥ ରୁହେ

Image courtesy: Google

ସବୁଜ ପନିପରିବା ଖାଇବା ଦ୍ଵାରା ହୃଦୟ ସମ୍ବନ୍ଧିତ ସମସ୍ୟା ହୋଇ ନ ଥାଏ । ଏଥିରୁ ମିଳୁଥିବା ଗୁଣ କୋଲେଷ୍ଟ୍ରୋଲକୁ କମ କରିବାରେ ସହାୟକ ହୋଇଥାଏ । ଗ୍ରୀନ ବୀନ୍ସରେ ଫାଇବର ଓ ପୋଟାସିୟମର ମାତ୍ରା ବହୁତ ଅଧିକ ହୋଇଥାଏ ଯାହା ହୃଦୟକୁ ସୁସ୍ଥ ରଖିବାର କାମ କରିଥାଏ ।

୨. ଡାଇବେଟିସ

Image courtesy: Google

 

ଗ୍ରୀନ ବୀନ୍ସରେ ଥିବା ଫାଇବର ବ୍ଲଡ ସୁଗାରକୁ କନ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଛଡା ଏହା ଖାଦ୍ୟକୁ ହଜମ କରିବାରେ ବି ସାହାର୍ଯ୍ୟ କରିଥାଏ । ଡାଇବେଟିସ ରୋଗୀମାନେ କଞ୍ଚା ଗ୍ରୀନ ବୀନ୍ସ ବି ଖାଇ ପାରିବେ ।

୩. କ୍ୟାନ୍ସରରୁ ମୁକ୍ତି

ଗ୍ରୀନ ବୀନ୍ସରେ ଫ୍ଲେବୋନୟଡ୍ସ ଓ କେଂପଫ୍ରେରଲ ଥାଏ ଯାହା ଶରୀରରେ କ୍ୟାନ୍ସରକୁ ଜନ୍ମ ଦେଉଥିବା ସେଲ୍ସକୁ ହେବାକୁ ଦେଇ ନଥାଏ । ଗୋଟିଏ ଅଧ୍ୟୟନ ଦ୍ଵାରା ଜଣା ପଡିଛି କି ଯଦି ଆପଣ ସପ୍ତାହକୁ ୩ ରୁ ୪ ଥର ବୀନ୍ସ ଖାଉଛନ୍ତି ତେବେ କ୍ୟାନ୍ସର ହେବାର ଡର ବହୁତ କମ ଥାଏ ।

୪. କବ୍ଜର ସମସ୍ୟାରୁ ମୁକ୍ତି

ଯେଉଁ ଲୋକମାନଙ୍କୁ ପେଟ ସମ୍ବନ୍ଧିତ ସମସ୍ୟା ଅଛି ତାଙ୍କୁ ବୀନ୍ସର ସେବନ କରିବା ବହୁତ ଜରୁରୀ ଅଟେ । ଏଥିରୁ ମିଳୁଥିବା ଗୁଣ ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ । କବ୍ଜ ଓ ହଜମ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ରୀନ ବୀନ୍ସର ସେବନ କରନ୍ତୁ ।

୫. ବ୍ଲଡ ପ୍ରେସରକୁ କଣ୍ଟ୍ରୋଲରେ ରଖିଥାଏ

Image courtesy: Google

ଗ୍ରୀନ ବୀନ୍ସରେ ହାଇପୋଗ୍ଲେସେମିକ ଓ ହାଇପୋଲିପିଡେମିକ ଥାଏ ଯାହା ହାଇପରଟେଂଶନ କୁ ଦୂର କରିବାର କାମ କରିଥାଏ । ସପ୍ତାହକୁ ଥରେ ଏହାର ସେବନ କରିବା ଦ୍ଵାରା ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ ।

୬. ହାଡ ଗୁଡିକୁ ମଜବୁତ କରିବା

ବୀନ୍ସରେ କ୍ୟାଲସିୟମ, ମିନେରଲ ଓ କେତେକ ପୋଷକ ତତ୍ୱ ଥାଏ ଯାହା ହାଡ ଗୁଡିକୁ ମଜବୁତ କରିଥାଏ । ଯେଉଁ ଲୋକମାନଙ୍କର ହାତ – ଗୋଡ ବିନ୍ଧା ହେଉଛି ସେମାନଙ୍କୁ ବୀନ୍ସର ସେବନ କରିବା ଉଚିତ । ବୀନ୍ସ ଖାଇବା ଦ୍ଵାର ହାଡ ଗୁଡିକ ମଜବୁତ ହୋଇଥାଏ ।

୭. ମାସିକ ଧର୍ମରେ ଲାଭକାରୀ

Image courtesy: Google

ଗ୍ରୀନ ବୀନ୍ସ ଖାଇବା ଦ୍ଵାରା ମହିଳାମାନଙ୍କର ମାସିକ ଧର୍ମ ସମୟରେ ହେଉଥିବା ସମସ୍ୟାରୁ ବହୁତ ଆରାମ ମିଳିଥାଏ । କାରଣ ଏଥିରେ ଫ୍ୟାଟ ଓ କୋଲେଷ୍ଟ୍ରୋଲ କମ ହୋଇଥାଏ ଏବଂଏହା ଫାଇବର ଓ ପ୍ରୋଟିନର ବହୁତ ଭଲ ସ୍ରୋତ ଅଟେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।