ସପ୍ତାହର 7 ଦିନର ମହତ୍ତ୍ଵ ଜାଣନ୍ତୁ… କେଉଁ ଦିନରେ କେଉଁ ଉପାୟ କରିଲେ ଜୀବନର ସବୁ ଦୁଃଖ ଦୂର ହେବ – Astrology

ବନ୍ଧୁଗଣ ଯେଉଁ ଲୋକମାନଙ୍କ କୁଣ୍ଡଳୀରେ କୌଣସି ପ୍ରକାର ଗ୍ରହ ସମ୍ବନ୍ଧିତ ଦୋଷ ଥାଏ, ସେମାନଙ୍କୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଗ୍ରହ ଦୋଷ ଦୂର କରିବା ପାଇଁ ଶିବ ପୁରାଣରେ କେତେ ଗୁଡିଏ ଉପାୟ ବିଷୟରେ କୁହାଯାଇଛି । ଏହି ଗ୍ରନ୍ଥ ଅନୁସାରେ ସପ୍ତାହର ସାତଦିନର ଗ୍ରହ ସ୍ଵାମୀ ଭିନ୍ନ ଭିନ୍ନ ଅଟନ୍ତି, ଏବଂ ସେମାନଙ୍କୁ ପ୍ରସନ୍ନ କରିବାର ଉପାୟ ମଧ୍ୟ ଭିନ୍ନ ଅଟେ । ତେବେ ଜାଣନ୍ତୁ ସପ୍ତାହର ସାତ ଦିନ ପାଇଁ କେଉଁ କେଉଁ ଉପାୟ କରାଯାଇ ପାରିବ ।

ରବିବାର;- ରବିବାରର ଅଧିପତି ଦେବତା ଭଗବାନ ସୂର୍ଯ୍ୟ ଅଟନ୍ତି । ଜିଏକି ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଉପାୟ ରବିବାର ଦିନ ଆରମ୍ଭ କରନ୍ତୁ । ଏଥିସହ ଆପଣ କୌଣସି ଗରିବକୁ ଗୁଡ ଦାନ କରନ୍ତୁ ।

ସୋମବାର;- ଏହା ଚନ୍ଦ୍ରଙ୍କର ଦିନ ଏବଂ ଚନ୍ଦ୍ର ସମ୍ପତ୍ତିର ଦାତା ଅଟନ୍ତି । ଏହି ଦିନ କୌଣସି ଗରିବାକୁ ତା’ର ସପରିବାର ସହ ଭୋଜନ କରାନ୍ତୁ । ଶୁଦ୍ଧ ଘିଅରେ ଖାଦ୍ୟ ପ୍ରସ୍ତୁତ କରି ଭୋଜନ କରାନ୍ତୁ ।

ମଙ୍ଗଳବାର;- ମଙ୍ଗଳ ଗ୍ରହ ଏହି ଦିନର ଅଧିପତି ଅଟନ୍ତି। ସେ ରୋଗ ଦୂର କରନ୍ତି। ତାଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ମହାକାଳୀଙ୍କ ପୂଜା କରନ୍ତୁ । ଏହା ସହ କୌଣସି ଗରିବକୁ ଭୋଜନ କରାନ୍ତୁ ।

ବୁଧବାର;- ଏହି ବାରର କାରକ ଗ୍ରହ ହେଉଛନ୍ତି ବୁଧ । ଏହି ଗ୍ରହ ବୁଦ୍ଧିର ସ୍ଵାମୀ । ବୁଧବାରରେ ଭଗବାନ ଗଣେଶଙ୍କୁ ଦୂବ ଚଢାନ୍ତୁ ଏବଂ କ୍ଷୀରରେ ପ୍ରସ୍ତୁତ ଭୋଗ ଲଗାନ୍ତୁ । ବିଷ୍ଣୁ ଭଗବାନଙ୍କ ପୂଜାରେ ମଧ୍ୟ ବୁଧ ପ୍ରସନ୍ନ ହୁଅନ୍ତି ।

ଗୁରୁବାର;- ଗୁରୁବାରର ସ୍ଵାମୀ ହେଉଛନ୍ତି ବୃହସ୍ପତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ବସ୍ତ୍ର, ଏବଂ କ୍ଷୀରରେ ନିଜ ଇଷ୍ଟଦେବ ଏବଂ ଶିବଙ୍କର ପୂଜା କରନ୍ତୁ ।

ଶୁକ୍ରବାର;- ସୁଖ-ସୁବିଧାର କାରକ ଗ୍ରହ ଶୁକ୍ର ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ କୌଣସି ଗରିବ ମହିଳାକୁ ସଧବାଙ୍କ ଜିନିଷ ଦେବା ସହ ତାଙ୍କୁ କିଛି ଦାନ କରନ୍ତୁ ।

ଶନିବାର;- ଶନିବାରର କାରକ ଗ୍ରହ ହେଉଛନ୍ତି ଶନି ଦେବ। ଶନିଦେବ ମୃତ୍ଯୁର ଭୟ ଦୂର କରନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଶିବଲିଙ୍ଗରେ ରାଶି ଚଢାନ୍ତୁ। କୌଣସି ଗରିବକୁ ଭୋଜନ କରନ୍ତୁ ଏବଂ ତେଲ ଦାନ କରନ୍ତୁ ।

ବନ୍ଧୁଗଣ ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଆମ ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।