ଆପଣ ଦୁନିଆରେ ଦେଖିଥିବେ କି ଯେଉଁମାନେ ସୁଖୀ ଅଛନ୍ତି ସେମାନଙ୍କ ଜୀବନରେ ଆହୁରି ଖୁସି ଆସିଥାଏ । କିନ୍ତୁ ଯେଉଁମାନେ ଦୁଃଖୀ ଥାଆନ୍ତି ସେମାନଙ୍କ ଜୀବନରେ ଦିନକୁ ଦିନ ଅଭାବ ଅସୁବିଧା ବଢି ଚାଲିଥାଏ । ଆପଣ ବି ହୁଏତ ଭଗବାନଙ୍କ ନିକଟରେ ଏମିତି ଅଭିଯୋଗ କରିଥିଲେ । ଏହି ପ୍ରଶ୍ନ ଦିନେ ମାତା ପାର୍ବତୀ ମଧ୍ୟ ଭଗବାନ ଶିବଙ୍କୁ ପଚାଇଥିଲେ । ଆଉ ମହାଦେବ ତାଙ୍କୁ ସୁଖ ଏବଂ ଦୁଃଖର ଏକ ବଡ ରହସ୍ୟ ବିଷୟରେ ଜଣାଇଥିଲେ । ଚାଲନ୍ତୁ ଜାଣିବା କଣ ସେହି ରହସ୍ୟ ।

ଏହା ହେଉଛି କଳିଯୁଗର କଥା । ପୃଥିବୀରେ ନିଜ ଭକ୍ତଙ୍କ ସୁହଖ ସହି ନପାରି ମାତା ପାର୍ବତୀ ଥରେ ଭଗବାନ ଶିବଙ୍କୁ ପଚାରିଥିଲେ କି ଏଠି ଦୁଃଖୀ ଲୋକକୁ କାହିଁକି ଅଧିକ ଦୁଃଖ ମିଳୁଛି ଓ ଯିଏ ସୁଖୀ ଅଛି ତାକୁ ହିଁ କାହିଁକି ସବୁବେଳେ ସୁଖ ପ୍ରାପ୍ତି ହେଉଛି । ମଣିଷ ମାନଙ୍କ ସହ କାହିଁକି ଏମିତି ଭେଦଭାବ କରୁଛନ୍ତି ? ପାର୍ବତୀଙ୍କୁ ଏହାର ରହସ୍ୟ ବୁଝାଇଦେବା ପାଇଁ ଭଗବାନ ଶିବ ତାଙ୍କୁ ନେଇ ପୃଥିବୀକୁ ଅବତରଣ କଲେ ।
ସେମାନେ ସ୍ଵାମୀ ସ୍ତ୍ରୀ ଭେକ ଧାରଣ କରି ଏକ ଗାଁକୁ ଗଲେ ଓ ବୁଲୁ ବୁଲୁ ସନ୍ଧ୍ୟା ହୋଇଗଲା । ସେତେବେଳେ ମହାଦେବ ପାର୍ବତୀଙ୍କୁ କହିଲେ, ଦେବୀ ଯେହେତୁ ଆମେ ମନୁଷ୍ୟ ରୂପରେ ଅଛୁ ତେଣୁ ଆମକୁ ସୃଷ୍ଟିର ନିୟମ ପାଳନ କରିବାକୁ ହେବ । ମୁଁ କିଛି ଖାଦ୍ୟ ସାମଗ୍ରୀ ଆଣିବାକୁ ଯାଉଛି ତୁମେ ରୋଷେଇ ପାଇଁ ପ୍ରସ୍ତୁତି କର । ପାର୍ବତୀଙ୍କୁ ଏକଥା ଉଚିତ ଲାଗିବାରୁ ସେ ପ୍ରଥମେ ଚୁଲି ତିଆରି କରିବାକୁ ଚିନ୍ତା କଲେ ଓ ଭଗବାନ ଶିବ ଖାଦ୍ୟ ସାମଗ୍ରୀ ଆଣିବାକୁ ଚାଲିଗଲେ ।

ଚୁଲି ତିଆରି କରିବା ପାଇଁ ମାତା ପାର୍ବତୀ ଗାଁ’ ର ଏକ ଭାଙ୍ଗି ଆସୁଥିବା ଘରୁ କିଛି ଇଟା ଆଣି ଚୁଲି ତିଆରି କଲେ । ଏତିକି ବେଳେ ଭଗବାନ ଶିବ ଖାଲି ହାତରେ ଫେରି ଆସିଲେ । ଏହା ଦେଖି ପାର୍ବତୀ ଆଶ୍ଚର୍ଯ୍ୟ ହେଲେ । ଭଗବାନ ଶିବ ତାଙ୍କୁ ପଚାରିଲେ ଦେବୀ ତୁମେ ଏହି ଚୁଲି କେମିତି ତିଆରି କରିଲ ? ପାର୍ବତୀ କହିଲେ ଗାଁର ଏକ ଭାଙ୍ଗି ଆସୁଥିବା ଘରୁ ମୁଁ ଇଟା ଆଣି ଚୁଲି ତିଆରି କଲି । ଭଗବାନ ଶିବ ତାଙ୍କୁ ପଚାରିଲେ, ଏମିତିରେ ତୁମେ ତ ଭାଙ୍ଗି ଆସୁଥିବା ଘରକୁ ଆହୁରି ଭାଙ୍ଗି ଦେଲ ।
ଚୁଲି ତିଆରି କରିବା ପାଇଁ ତୁମେ ସୁନ୍ଦର ସୁସଜ୍ଜିତ ଘରୁ ବି ଇଟା ଆଣି ପାରିଥାନ୍ତ । କିନ୍ତୁ ସେମିତି କାହିଁକି କଲନି ? ପାର୍ବତୀ କହିଲେ ସେସବୁ ଘର ଏତେ ସୁନ୍ଦର ଅଛି ମୁଁ ତାହା କେମିତି ଭାଙ୍ଗିଥାନ୍ତି । ତେଣୁ ଭଙ୍ଗା ଘରୁ ଇଟା ଆଣିବାକୁ ଊଚିତ ମଣିଲି । ଏହାପରେ ଭଗବାନ ଶିବ କହିଲେ ଦେବୀ ତୁମ ପ୍ରଶ୍ନର ଉତ୍ତର ଏଥିରେ ନିହିତ ଅଛି । ଆପଣ ଯେମିତି ଏକ ଭଲ ଘରକୁ ଭାଙ୍ଗିବାକୁ ଉତ୍ତମ ଭାବିଲେ ନାହିଁ ନିୟତି ମଧ୍ୟ ଠିକ ସେହିପରି ।

ଯେଉଁମାନେ ନିଜ ପରିଶ୍ରମରେ ଜୀବନକୁ ଏତେ ସୁନ୍ଦର କରିଛନ୍ତି ସେମାନଙ୍କ ଜୀବନରେ ନିୟତି କେମିତି ଦୁଃଖ ଆଣିବ । କହିବାର ଅର୍ଥ ହେଉଛି ସଂସାରରେ ସମସ୍ତେ ନିଜ କର୍ମ ହେତୁ ହିଁ ସୁଖୀ କିମ୍ବା ଦୁଃଖୀ ହୋଇଥାନ୍ତି । ସେଥିପାଇଁ ନିଜ ଜୀବନକୁ ସୁଖୀ କରିବା ପାଇଁ ମନୁଷ୍ୟକୁ ପରିଶ୍ରମ ଓ ଉତ୍ତମ କର୍ମ କରିବା ଆବଶ୍ଯକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।