କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଟାର୍ଗେଟ କରି ନୀରବତା ଭାଙ୍ଗିଛନ୍ତି ସାଂସଦ ଅନୁଭବ ମହାନ୍ତି । ବର୍ଷା ଓ ଅନୁଭବଙ୍କୁ ନେଇ ଭୁଲ ଖବର ଦେଖାଉଥିବା ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କୋର୍ଟକୁ ଟାଣିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ବର୍ଷା ଓ ଅନୁଭବ ଏବେ ଏକାଠି ହେବେ ବୋଲି କିଛିଦିନ ତଳେ ଏକ ୟୁଟ୍ଯୁବ ଚ୍ଯାନେଲ ଖବର ପ୍ରସାରିତ କରିଥିଲା । ଚ୍ଯାନେଲଟି ଏହି ଭିଡିଓର ଶୀର୍ଷକ ଦେଇଥିଲେ, “ତାଙ୍କୁ ଛାଡି ଆଉ ରହି ହେବନି, ଆମେ ପୁଣି ମିଶିବୁ” ।
ସେହିପରି ତଳେ ଟାଇଟଲ ବା ଡ଼େସକ୍ରିପସନରେ ମଧ୍ୟ ଲେଖିଥିଲେ କି, “ତାଙ୍କୁ ଛାଡି ଆଉ ରହି ହଉନି, ବହୁତ କଷ୍ଟ ହେଉଛି, ଆମେ ମିଶିବୁ ଏକାଠି ରହିବୁ” । ଏହି ଭିଡିଓକୁ ସ୍କ୍ରିନସଟ୍ ସହ ଅନୁଭବ ନିଜ ଫେସବୁକ ପେଜ୍ ରେ ପୋଷ୍ଟ କରିଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି କି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ସେ ଚୁପ୍ ରହିଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ କିଛି ମିଡିଆ ହାଉସ ଓ ୟୁଟ୍ଯୁବ ଚ୍ଯାନେଲ ଯାହା ଇଚ୍ଛା ତାହା ଲେଖିବେ ଓ କହିପାରିବେ ।
ତାଙ୍କ ବିଷୟରେ ଏମିତି କୌଣସି ଭିତ୍ତିହୀନ, ମିଥ୍ୟାହୀନ ଅଯଥା ଖବର ପ୍ରକାଶ କରନ୍ତୁ ନାହିଁ କି ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଦ୍ଵନ୍ଦରେ ପକାନ୍ତୁ ନାହିଁ ବୋଲି ଅନୁଭବ ତାଙ୍କ ଫେସବୁକ ପେଜ୍ ରେ ଲେଖିଛନ୍ତି । ଏହାସହ ଏଭଳି ଖବର ପ୍ରକାଶ କରିବା ବନ୍ଦ ନକଲେ ସେ କୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।
ଏହା ପୂର୍ବରୁ ଅନୁଭବ ଅନେକ ଥର ମିଡିଆ ଆଗରେ କହି ସାରିଛନ୍ତି କି ବର୍ଷାଙ୍କ ସହ ତାଙ୍କର ମିଳନ ହେବା ଆଉ କଦାପି ସମ୍ଭବ ନୁହେଁ । ଏ ଜନ୍ମରେ ନୁହେଁ କି କେଉଁ ଜନ୍ମରେ ମଧ୍ୟ ବର୍ଷାଙ୍କ ସହ ସମ୍ପର୍କ ଯୋଡି ହେବା ସମ୍ଭବ ନୁହେଁ ବୋଲି ଅନୁଭବ ସ୍ପଷ୍ଟ ଭାବେ କହିଛନ୍ତି । ତେବେ ଅନୁଭବ ଏହି ପୋଷ୍ଟରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଚେତାବନୀ ଦେବା ସହ ପରୋକ୍ଷରେ ପୁଣି ଥରେ ସେହି କଥା ଲେଖିଛନ୍ତି ।
ଅନୁଭବ ପୁଣି ଥରେ ତାଙ୍କ ଆଡୁ ସ୍ପଷ୍ଟ କରି ଦେଇଛନ୍ତି କି ବର୍ଷାଙ୍କ ସହ ତାଙ୍କର ସମ୍ପର୍କ କେବେବି ଯୋଡି ହେବ ନାହିଁ । ତେବେ ଅନୁଭବଙ୍କ ଏଭଳି ପଦକ୍ଷେପ ନେଇ ଆପଣଙ୍କ ରାୟ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।