ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଟ୍ରାଫିକ କଟକଣା, ଏବେ ବାଇକରେ 2 ଜଣ ବସିବା ମନା, ଅତ୍ୟନ୍ତ ଜରୁରୀ ଥିଲେ…

ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣ କୁ ରୋକିବା ପାଇଁ ସରକାର ଓ ବିଶେଷଜ୍ଞ ମାନେ ବି ଫେସ ମାସ୍କ ବ୍ୟବହାର ଓ ବାରମ୍ବାର ନିଜ ହାତକୁ ଧୋଇବାକୁ ପରାମର୍ଶ ଦେଉଛନ୍ତି । ବିଶେଷ କରି ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଅଟେ ବୋଲି କୁହାଯାଉଛି । ଏମିତିରେ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । ଏବେ ଏବେ ଆଉ ଏକ ବଡ ଖବର ଆସିଛି କି ଏବେ ଆପଣ ଯେଉଁଠି କି ଯାଆନ୍ତୁ ଆପଣଙ୍କୁ ଏକା ହିଁ ଯାତ୍ରା କରିବାକୁ ପଡିବ । ଯଦି ଆପଣ ବାଇକରେ କେଉଁଠି କୁ ଯାଉଛନ୍ତି ତେବେ ଆପଣ ନିଜ ସହିତ ଆଉ କାହାକୁ ନେଇ ପାରିବେ ନାହିଁ ।

ନିୟମ ଉଲଂଘନ କଲେ ଆପଣଙ୍କୁ ଜୋରିମାନା ଭରିବାକୁ ପଡିପାରେ ଏହା ସହିତ ପୋଲିସ ଆପଣଙ୍କ ବିରୁଦ୍ଧରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବ । ତେବେ କରୋନାର ବଢୁଥିବା ସଂକ୍ରମଣ କୁ ରୋକ ଲଗାଇବା ପାଇଁ ଏମିତି ନିୟମ କରିଛି ପ୍ରୟାଗରାଜ ର ପୋଲିସ । ଏବେ ଚାଳକଙ୍କ ବ୍ୟତୀତ ଆଉ କେହି ବାଇକ ରେ ବସି ଯାଇ ପାରିବେନି । କରୋନାର ବଢୁଥିବା ସଂକ୍ରମଣକୁ ଅଟକାଇବା ପାଇଁ ପ୍ରୟାଗରାଜ ପୋଲିସ ଏମିତି ଟ୍ରାଫିକ ନିୟମ ଆପଣାଇଛି ।

ଯଦି ଆପଣ ଏହି ନିୟମ ଉଲଂଘନ କରନ୍ତି ତେବେ ଆପଣଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ ହୋଇପାରେ ଓ ଏହା ବ୍ୟତୀତ ଆପଣଙ୍କର ଚାଲାଣ ମଧ୍ୟ କଟିପାରେ । କିନ୍ତୁ କିଛି ଜରୁରୀ ପରିସ୍ଥିତିରେ ହିଁ କେବଳ ନିଜ ପତ୍ନୀ କୁ ବସାଇ ନେଇ ଯାଇପାରିବେ ଚାଳକ । ଯଦି ତାଙ୍କ ପତ୍ନୀ ଙ୍କର କୌଣସି ଜରୁରୀ କାମ ଥାଏ କିମ୍ବା ତାଙ୍କର ଦେହ ଅସୁସ୍ଥ ଥାଏ ତେବେ ସେ ନିଜ ପତ୍ନୀ କୁ ବାଇକ ରେ ନେଇ ଯାଇ ପାରିବେ ।  ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୁଇ ଚକିଆ ଯାନରେ ଏକାଧିକ ବ୍ୟକ୍ତିଙ୍କ ବସିବା ଉପରେ ପ୍ରତିବନ୍ଧକ ଲଗାଇଛି ପ୍ରୟାଗରାଜ୍ ପୁଲିସ୍ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।