ମୁକେଶ ଛାବଡ଼ା ନିର୍ଦେଶିତ ଫିଲ୍ମ ‘ଦିଲ ବେଚାରା’ରୁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ଅଭିନେତ୍ରୀ ସଞ୍ଜନା ସଂଘୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଛାଡି ନିଜର ହୋମଟାଉନ ଦିଲ୍ଲୀ ଚାଲି ଯାଇଛନ୍ତି । ଏହା ସହିତ ସେ ସୋସିଆଲ ମିଡିଆରେ ନିଜର ଫ୍ୟାନମାନଙ୍କୁ କହିଛନ୍ତି କି ସେ ଆଉ କେବେ ବି ମୁମ୍ବାଇ ନ ଆସି ପାରନ୍ତି । ଆପଣଙ୍କୁ କହିଦେଉଛୁ କି ‘ଦିଲ ବେଚାରା’ରେ ସଞ୍ଜନା ସଂଘୀଙ୍କ ସହିତ ସୁଶାନ୍ତ ସିଂହ ରାଜପୁତ ଥିଲେ ଓ ସୁଶାନ୍ତ ସିଂହ ରାଜପୁତଙ୍କ ଏହା ଶେଷ ଫିଲ୍ମ ଥିଲା ।
ସଞ୍ଜନା ନିଜର ଇଂସ୍ଟାଗ୍ରାମ ଷ୍ଟୋରି ଉପରେ ଏକ ଫଟୋ ପୋସ୍ଟ କରି ଲେଖିଲେ, ‘ଖୁଦା ହାଫିଜ ମୁମ୍ବାଇ । ଚାରି ମାସ ପରେ ଆପଣଙ୍କ ଦର୍ଶନ ହୋଇଛି । ମୁଁ ପୁଣି ଚାଲିଲୀ ଦିଲ୍ଲୀ । ଆପଣଙ୍କ ରାସ୍ତା କିଛି ଅଲଗା ଲାଗିଲା, ସୁନସାନ ଥିଲା । ମୋ ହୃଦୟରେ ଯେଉଁ ଦୁଖ ଅଛି, ମୋର ଭାବନାକୁ ପରିବର୍ତ୍ତନ କରୁଛି କିମ୍ବା ବୋଧେ ଆପଣଙ୍କ ମଧ୍ୟରେ ବି କିଛି ଲୋକମାନେ ଦୁଖରେ ଅଛନ୍ତି । ଜଲ୍ଦି ସାକ୍ଷାତ କରିବା । କିମ୍ବା ନୁହେଁ । ଏହି ଫଟୋରେ ସଞ୍ଜନା ଏୟାରପୋର୍ଟରେ ମାସ୍କ ଲଗାଇଥିବାର ନଜର ଆସୁଛନ୍ତି ।
ସଞ୍ଜନା ଦର୍ଜ କରାଇଲେ ନିଜର ବୟାନ
କହିଦେଉଛୁ କି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାରକୁ ବୟାନ ଦର୍ଜ କରିଥିବା ସଞ୍ଜନା ସଂଘୀ ବନ୍ଦ୍ରା ପୋଲିସ ଥାନା ପହଞ୍ଚି ଥିଲେ । ଜଣେ ପୋଲିସ ଅଧିକାରୀ କହିଲେ କି ଅଭିନେତ୍ରୀ ସଞ୍ଜନା ସଂଘୀ ସକାଳେ ନିଜର ବୟାନ ଦର୍ଜ କରିବା ପାଇଁ ପୋଲିସ ଷ୍ଟେସନ ପହଞ୍ଚି ଥିଲେ । ଏହା ଶାୟତ ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର କାରଣକୁ ବୁଝିବାକୁ ଚେଷ୍ଟା କରୁଛି ଓ ଏହା ବି ଯାଞ୍ଚ କରୁଛି କି କେଉଁଠି କୌଣସି ଶତ୍ରୁତା କାରଣରୁ ତ ଅଭିନେତା ଅବସାଦରେ ତ ନ ଥିଲେ ।
୨୮ ଜଣ ଲୋକମାନଙ୍କ ଦର୍ଜ ହୋଇଛି ବୟାନ
ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏହି ସମ୍ବନ୍ଧରେ ୨୮ ଜଣ ଲୋକମାନଙ୍କ ବୟାନ ଦର୍ଜ କରିଛି । ଏଥିରେ ଅଭିନେତାଙ୍କ ପରିବାରର ସଦସ୍ୟଙ୍କ ଛଡା, ଅଭିନେତ୍ରୀ ଓ ବନ୍ଧୁ ରିୟା ଚକ୍ରବତୀ ଓ କାସ୍ଟିଂଗ ନିର୍ଦେଶକ ମୁକେଶ ଛାବଡ଼ା ଓ ୟଶ ରାଜ ଫିଲ୍ମର କାସ୍ଟିଂଗ ନିର୍ଦେଶକ ଶାନୂ ଶର୍ମାଙ୍କ ସହ ବି ପୁଛତାଛ ହୋଇଛି ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ।