ଜାତକରେ ଶନି ସାଢ଼େସାତୀ ଓ ଢୈୟାର ଯଦି ପଡିଗଲା ଛାୟା ତେବେ ନିଶ୍ଚିତ କରନ୍ତୁ ଏହି ୭ଟି ଉପାୟ

ଏମିତି କୁହାଯାଏ କି ଯଦି କୌଣସି ବ୍ୟକ୍ତି ଶନିର ସାଢ଼େସାତୀ ଓ ଢୈୟା ରେ ପୀଡିତ ହୋଇଯାଏ ତେବେ ତାହାର ଜୀବନରେ ବହୁତ ସମସ୍ୟା ଉତ୍ପନ୍ନ ହୋଇଯାଏ । ସେଥିପାଇଁ ସମସ୍ତେ ଶନିଙ୍କର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଚାହାଁନ୍ତି । ଯେଉଁଥିପାଇଁ କି ସେମାନେ ବିଭିନ୍ନ ପ୍ରକାରର ଉପାୟ ବି କରିଥାନ୍ତି । ଯଦି ଶନି ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ଶନିଙ୍କର ସାଢ଼େସାତୀ ଓ ଢୈୟାରୁ ବଞ୍ଚିବାର ଉପାୟ ବିଷୟରେ ସୂଚନା ଦେବୁ । ଏହି ଉପାୟକୁ ଆପଣାଇ ଆପଣ ଶନିଙ୍କର ସାଢ଼େସାତୀ ଓ ଢୈୟାରୁ ମୁକ୍ତି ପାଇ ପାରିବେ ।

ଶନିଙ୍କର ସାଢ଼େସାତୀ ଓ ଢୈୟା ରୁ ମୁକ୍ତି ପାଇବାର ଉପାୟ

·    ଯଦି ଆପଣ ଶନିଙ୍କର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ଶନିଦେବଙ୍କର ପ୍ରତିମାରେ ଶୋରିଷ ତେଲ ଅର୍ପଣ କରନ୍ତୁ । ଏହା ଛଡା ଓସ୍ଥ ଗଛକୁ ପୂଜା କରିବା ଦ୍ଵାରା ବିଶେଷ ଲାଭ ମିଳିଥାଏ ।

·    ଯଦି ଆପଣ ଶନିବାର ଦିନ କୌଣସି ବ୍ୟକ୍ତିକୁ ଚମଡାର ଜୋତା କିମ୍ବା ଚପଲ ଦାନ କରୁଛନ୍ତି, ତେବେ ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । ଆପଣ ଶନିବାର ଦିନ କଳା ରାଶି ଅବଶ୍ୟ ଦାନ କରନ୍ତୁ ।

·    ଯଦି ଆପଣ ଚାହୁଁଛନ୍ତି କି ଶନିଦେବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଥାଉ ତେବେ ଆପଣ ଗରିବ ଲୋକମାନଙ୍କୁ ଭୋଜନ କରାନ୍ତୁ, ଏହା ଛଡା ଯେଉଁ ଲୋକମାନେ ପରିଶ୍ରମୀ ହୋଇଥାନ୍ତି ତାଙ୍କ ଉପରେ ଶନିଦେବଙ୍କର ଆଶୀର୍ବାଦ ନିଶ୍ଚିତ ରହିଥାଏ । ଆପଣ କେବେ ନିର୍ଧନ ଲୋକମାନଙ୍କୁ ଅପମାନ କରନ୍ତୁ ନାହିଁ କାରଣ ଏହା ଦ୍ଵାରା ଶନିଦେବ କ୍ରୋଧିତ ହୋଇଥାନ୍ତି ।

·    ଯଦି ଆପଣଙ୍କ ଜାତକରେ ଶନି ସମ୍ବନ୍ଧିତ କୌଣସି ପ୍ରକାରର ଦୋଷ ଅଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ସୁନ୍ଦରାକାଣ୍ଡର ପାଠ ଅବଶ୍ୟ କରନ୍ତୁ ଓ ଏହା ଛଡା କୌଣସି ବି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କୁ ମିଠା ପ୍ରସାଦ ଅବଶ୍ୟ ଅର୍ପଣ କରନ୍ତୁ ।

·    ଯଦି ଆପଣ ଶନିଦେବଙ୍କର କ୍ରୋଧକୁ ଶାନ୍ତ କରିବାକୁ ଚାହୁଁଛନ୍ତି ତେବେ “ସୂର୍ଯ୍ୟ ପୁତ୍ରୋ ଦୀର୍ଘ ଦେହୋ ବିଶାଲାକ୍ଷ: ଶିବ ପ୍ରିୟ: । ମଂଦାଚାରାହ ପ୍ରସନ୍ନାତ୍ମା ପୀଡ଼ାଂ ଦହତୁ ମେଂ ଶନି: ।।” ମନ୍ତ୍ରର ଜପ ଅବଶ୍ୟ କରନ୍ତୁ । ଯଦି ଆପଣ ଭକ୍ତିର ସହିତ ଏହି ମନ୍ତ୍ରକୁ ଜପ କରିବେ ତେବେ ଆପଣଙ୍କର ଲାଭ ହେବ ।

·    ଯଦି ଆପଣ ଭଗବାନ ଶିବଙ୍କର ଉପାସନା କରୁଛନ୍ତି ତେବେ ଏହା ଦ୍ଵାରା ଶନି ସହ ଜଡିତ ସମସ୍ତ ପ୍ରକାରର ଦୋଷ ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।