ମୁକେଶ ଅମ୍ବାନିଙ୍କ ଠାରୁ ମଧ୍ୟ ବହୁତ ଧନୀ ଥିଲେ ଏହି ବ୍ୟକ୍ତି, ଆଜି ପରିବାର ବଞ୍ଚୁଛି ଏମିତି ଜୀବନ, ଜାଣନ୍ତୁ କାହିଁକି

କୁହାଯାଏ ଧନ ମାନସମ୍ମାନ ବହୁତ ଧୋକା ଦେଇଥାନ୍ତି, କେବେ ଜଣଙ୍କ ପାଖରେ ଥାଏ ତ ଆଉ କେବ ଆଉ ଜଣଙ୍କ ପାଖରେ । ଏମିତି ଆମେ ଏଥିପାଇଁ କହୁଛୁ କି ହିନ୍ଦୁସ୍ଥାନର ରାଜାଙ୍କ ସହିତ ତାହା ହିଁ ହୋଇଛି । ଯିଏ କେବେ ବହୁତ ଧନୀ ଥିଲେ ସେ ଆଜି ଦାଣ୍ଡର ଭିକାରି ସାଜିଛନ୍ତି । ଆଜ୍ଞା ହଁ, ଆଜି ଆମେ ଏମିତି ଏକ ରାଜାଙ୍କ ବିଷୟରେ କଥା ହେବା ଯାହା ପାଖରେ ଆଜାଦ ହିନ୍ଦୁସ୍ଥାନ ଠାରୁ ଦୁଇ ଗୁଣା ଦୌଲତ ଥିଲା, ସଙ୍କଟ ସମୟରେ ଦେଶକୁ ୫ ହଜାର କିଲୋ ସୁନା ଦାନ କରିଥିଲେ ।

କିନ୍ତୁ ଆଜି ନା ସେହି ଦୌଲତ ଅଛି ନା ସେହି ସମ୍ମାନ । ଆଜି ତାଙ୍କ ପରିବାର ଦେଶ ଛାଡି ଅନ୍ୟ ଦେଶରେ ଗରିବର ଜୀବନ ବଞ୍ଚୁଛନ୍ତି ।

ଆଜ୍ଞା ହଁ, ଆମେ ଯାହା ବିଷୟରେ କଥା ହେଉଛୁ ତାଙ୍କ ନାମ ହେଲା ନିଜାମ ଉସମାନ ଅଲ୍ଲି ଖାନ, ଯିଏ ହାଇଦ୍ରାବାଦର ଶେଷ ନିଜାମ ଥିଲେ । ୬ ଏପ୍ରିଲ, ୧୮୮୬ କୁ ପୁରୁଣା ବଙ୍ଗଳା ହାଇଦ୍ରାବାଦରେ ଜନ୍ମ ନେଇଥିବା ଉସମାନ ଅଲ୍ଲି ଖାନଙ୍କର ପିତାଙ୍କର ନାମ ଥିଲା ମହବୁବ ଅଲ୍ଲି ଖାନ, ଯାହାର ମୃତ୍ୟୁ ୨୯ ଅଗସ୍ତ ୧୯୧୧ ରେ ହୋଇଥିଲା ।

କୁହାଯାଏ ତାଙ୍କ ସମୟରେ ଉସମାନ ଅଲ୍ଲି ଖାନ ଦୁନିଆର ସବୁଠୁ ବଡ ଧନୀ ଲୋକ ଥିଲେ । ବିଂଶ ଶତାବ୍ଧି ପର୍ଯ୍ୟନ୍ତ ତାଙ୍କ ପାଖରେ ହାରାହାରି ୨୦୦ ମିଲିୟନର ସୁନା ଓ ଚାନ୍ଦି ଥିଲା,୪୦୦ ମିଲିୟନର ଗହଣା ଥିଲା ।

ଭାରତ ଠାରୁ ଦୁଇ ଗୁଣ ଥିଲା ଅର୍ଥ ବ୍ୟବସ୍ଥା

ଟାଇମ ଓ ଫର୍ଚ୍ୟୁନ ଭଳି ମାଗାଜିନ ଅନୁସାରେ ୧୯୪୦ ରେ ଉସମାନ ଅଲ୍ଲି ଖାନଙ୍କର ମୋଟ ସମ୍ପତ୍ତି ପାଖାପାଖି ୨.୩୬ ଆରବ ଡଲାର ଥିଲା ଯାହା କି ଆମେରିକା ଅର୍ଥ ବ୍ୟବସ୍ଥାର ୨% ଥିଲା । ସେଇଠି ଆଜାଦ ଭାରତର ମୋଟ ଅର୍ଥ ବ୍ୟବସ୍ଥା ନିଜାମଙ୍କ ଠାରୁ  ଅଧା ଥିଲା । ଏହାର ଅର୍ଥ ହେଲା କି ମାତ୍ର ୧ ଆରବ ଡଲାର ପାଖାପାଖି ଥିଲା । ଯେବେ ଚୀନ ସହିତ ଭାରତ ଯୁଦ୍ଧ ହେଲା ସେହି ସମୟରେ ସେ ଭାରତ ସରକାରଙ୍କୁ ୫୦୦୦ କିଲୋ ସୁନା ଦେଇ ସାହାର୍ଯ୍ୟ କରିଥିଲେ ।

ଗୁମନାମ ଜୀବନ ବଞ୍ଚୁଛନ୍ତି ତାଙ୍କ ପରିବାର

ନିଜାମ ଉସମାନଙ୍କର ମୃତ୍ୟୁ ପରେ ତାଙ୍କ ପରିବାରର ଖରାପ ସମୟ ଆରମ୍ଭ ହୋଇଗଲା । ଉସମାନ ଅଲ୍ଲି ଖାନ କୌଣସି ପୁଅକୁ ତାଙ୍କର ଉତ୍ତରାଧିକାରୀ କରି ନ ଥିଲେ । କିନ୍ତୁ ସବୁ ସମ୍ପତ୍ତିର ମାଲିକ ନାତି ମୁକ୍ରରମଙ୍କୁ କରିଥିଲେ । ମୁକ୍ରରମଙ୍କର ମା ତୁର୍କୀର ବାସିନ୍ଦା ଥିଲେ ଓ ମୁକ୍ରରମଙ୍କର ବିବାହ ପୂର୍ବ ମିସ ତୁର୍କୀ ଙ୍କ ସହିତ ହୋଇଥିଲା ।

ଏଥି ପାଇଁ ମୁକ୍ରରମ ଜାହାଁ ତୁର୍କୀ ର ଇସ୍ତାମ୍ବୁଲ ର ଏକ ଫ୍ଲାଟରେ ରହୁଛନ୍ତି । ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ ରେ ରହୁଥିଲେ । ଗରିବ ଓ ମୁଫଳିଶିର ଆଲୟ ଏହା ଥିଲା କି ଓକିଲ ଫିସ ଦେବାକୁ ବି ତାଙ୍କ ପାଖରେ ପଇସା ନ ଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।