ସନ୍ଦେହ ବଢାଉଛି ଅଭିନେତ୍ରୀ Rashmi Rekha ଙ୍କ ସୁଇସାଇଡ ନୋଟ୍, ଚିଠିରେ ଲୁଚି ରହିଛି ତାଙ୍କ ମୃତ୍ୟୁର ରହସ୍ୟ, ଦେଖନ୍ତୁ ଆତ୍ମହତ୍ୟା ପୂର୍ବରୁ କଣ ଲେଖିଛନ୍ତି Rashmi

“ଆଇ ଲାଭ ୟୁ ସାନ୍ । ଟଟେ ଛାଡିକି ଯିବାକୁ ଇଚ୍ଛା ନାହିଁ ହେଲେ ମୁଁ ଆଉ ପାରୁନି । ତୁ ଭଲରେ ତୋ ଲାଇଫ ତିଆରି କରିବୁ । ୟାର ମୁଁ ବାଘୁତ ଖରାପ ଝିଅ । ମୁଁ ବହୁତ ମିସ୍ କରୁଛି ଲାଷ୍ଟ ମୋମେଣ୍ଟରେ ତୁମ ମାନଙ୍କୁ । ବାବା ପ୍ଳିଜ କେହି ବି ସନ୍ତୋଷକୁ ଦୋଷ ଦେବନି । ତା’ର ଯଦି କିଛି ହୁଏ ମୁଁ କାହାକୁ ଛାଡିବିନି । ଆଉ କେବେ ବି ପୋଲିସ କେସ୍ କରିବନି । ପ୍ଳିଜ…” ଏହା ହେଉଛି ଓଡିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ତାଙ୍କ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଶେଷ ହାତଲେଖା ଚିଠି ।

ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକ ସନ୍ତୋଷକୁ ଦାୟୀ କରିବ ନାହିଁ ବୋଲି ସ୍ପଷ୍ଟ ଲେଖା ହୋଇଛି । ଚିଠିରୁ ଜଣାପଡୁଛି ତାଙ୍କର ପ୍ରେମ ସମ୍ପର୍କରେ ହୁଏତ ତିକ୍ତତା ନଥିଲା । କିନ୍ତୁ ପ୍ରଶ୍ନ ଉଠୁଛି ଯଦି ସବୁକିଛି ଠିକ ଥିଲା ତେବେ ସେ ଆତ୍ମହତ୍ୟା କାହିଁକି କଲେ ? ନିଜକୁ ଖରାପ ବୋଲି ଚିଠିରେ କାହିଁକି କହିଛନ୍ତି ରଶ୍ମି ? ଏମିତି କଣ କରିଥିଲେ ଯେଉଁଥି ପାଇଁ ନିଜକୁ ଖରାପ କହିଲେ ରଶ୍ମି ? ବାପାମା’ ଓ ପ୍ରେମିକ ସମସ୍ତେ ତାଙ୍କୁ ଭଲ ପାଉଥିଲେ । କିନ୍ତୁ କେଉଁଠି ଥିଲା ଅଡୁଆ ଯେଉଁଥି ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ?

ନା ଚିଠିର ଲେଖକ ରଶ୍ମି ଓ ନିର୍ଦ୍ଦେଶକ ଆଉ କେହି ? ରଶ୍ମିଙ୍କ ହାତ ସିନା ଚାଲୁଥିଲା ହେଲେ ଶବ୍ଦ ଆଉ କାହାର ନୁହେଁ ତ ? ପ୍ରାୟତଃ ସୁଇସାଇଡ ନୋଟରେ ମୃତ୍ୟୁର କାରଣ ଲେଖା ଯାଇଥାଏ, କିନ୍ତୁ ଏଠି କେବଳ ପ୍ରେମିକ ସନ୍ତୋଷଙ୍କ ନାଁ ରହିଛି । ସନ୍ତୋଷ ଓ ରଶ୍ମିରେଖା ସ୍ଵାମୀ ସ୍ତ୍ରୀ ଭଳି ରହୁଥିଲେ ବୋଲି ଘର ମାଲିକ ବୟାନ ଦେଇଥିଲେ । କିନ୍ତୁ ରଶ୍ମିଙ୍କ ଘରଲୋକ ଏକଥା ଜାଣି ନାହାନ୍ତି କି ରଶ୍ମି ମଧ୍ୟ ତାଙ୍କୁ କହି ନଥିଲେ ।

ତେଣୁ ରଶ୍ମିଙ୍କ ମୃତ୍ୟୁ ପାଇଁ ସନ୍ତୋଷ ଦାୟୀ ଏବଂ ସେ ହିଁ ରଶ୍ମିଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପାମା’ ଅଭିଯୋଗ ଆଣିଛନ୍ତି । ରଶ୍ମିଙ୍କ ମା’ଙ୍କ କହିବା ମୁତାବକ ରଶ୍ମିଙ୍କ ମୁଣ୍ଡ ଚାରିଆଡେ ଫୁଲି ଯାଇଥିଲା ଏବଂ ଆଖିରୁ ନକରୁ ରକ୍ତ ବାହାରୁଥିଲା ଓ ମୁହଁ ପୁରା କଳା ପଡି ଯାଇଥିଲା । ତେଣୁ ତାଙ୍କ ଝିଅଙ୍କୁ ଶଙ୍ଖା, ସିନ୍ଦୂର ପିନ୍ଧାଇ ଜବରଦସ୍ତ ଚିଠି ଲେଖିବାକୁ ବାଧ୍ୟ କରାଯାଇଛି ।

ଆଉ ତା’ ଚୁଟିକୁ ଧରି କାନ୍ଥରେ ମୁଣ୍ଡ ପିଟି ହତ୍ୟା କରିବା ପରେ ତାକୁ ରଶିରେ ଟାଙ୍ଗୀ ଦେଇଛନ୍ତି । ଯେତିକି ସମୟ ଗଡୁଛି ରହସ୍ୟ ବି ସେତିକି ଖୋଲୁଚି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ କରି ସତ ସାମ୍ନାକୁ ଆନୌ ବୋଲି ସଭିଏଁ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।