ସାମ୍ନାକୁ ଆସିଲା Nandini ଙ୍କ ହ୍ଵାଟ୍ସଆପ୍ ଚାଟ୍, ଏବେ ଧରା ପଡିଗଲା ଫେରାର ବୋହୂଙ୍କ ମିଛ…ବିବାହ ଆଗରୁ ବି ଥିଲା ସମ୍ପର୍କ, ଏନେଇ କଣ କହିଲେ ବଳରାମ, ଦେଖନ୍ତୁ Video

ଫେରାର ବୋହୂ ଘଟଣାର ଚର୍ଚ୍ଚା ଥମିବାରେ ନାଁ ନେଉନାହିଁ । ଉଭୟ ବର ଏବଂ କନ୍ୟା ପକ୍ଷ ପରସ୍ପର ଉପରେ ଆରୋପ ଲଗାଇବାରେ ଲାଗିଛନ୍ତି । ନନ୍ଦିନୀ ବାହାଘର କଥା ଜାଣି ନଥିବା ସହ ସ୍ଵାମୀଙ୍କୁ ଓଲା ମଧ୍ୟ କହିଥିଲେ । ଏହାସହ ଗୋଟିଏ ରାତିରେ ଶ୍ଵଶୁର ଘର ଉପରେ ଅତ୍ୟାଆଚାଆର ଆରୋପ ମଧ୍ୟ ଲଗାଇଛନ୍ତି । କିନ୍ତୁ ସେପଟେ ଆଉ ଏକ ରହସ୍ୟର ପର୍ଦ୍ଦାଫାଶ କରିଛନ୍ତି ନନ୍ଦିନୀଙ୍କ ସ୍ଵାମୀ ବଳରାମ । ସେ ବାହାଘର ପୂର୍ବରୁ ନନ୍ଦିନୀଙ୍କ ସହ ହ୍ଵାଟ୍ସଆପ୍ ଚାଟ୍ ରେ କଥା ହେଉଥିବା କଥା ପ୍ରମାଣ ସହ ଦେଖାଇଛନ୍ତି ।

ବାହାଘର ପୂର୍ବରୁ ଦୁହେଁ ପରସ୍ପରକୁ ଭଲ ଭାବେ ଜାଣିଥିଲେ । ଅନେକ ସମୟରେ ଚାଟ୍ କରୁଥିଲେ । ଚାଟ୍ ରେ ବାରମ୍ବାର ଆଇ ଲଭ ୟୁ ଓ ଆଇ ମିସ ୟୁ କହିବା ସହ କିସିଙ୍ଗ ଓ ହାର୍ଟ ଇମୋଜି ମଧ୍ୟ ପଠାଉଥିଲେ ନନ୍ଦିନୀ । ଯାହାକି ତାଙ୍କ ହ୍ଵାଟ୍ସଆପ୍ ମେସେଜରେ ଦେଖିବାକୁ ମିଳିଛି । ଏଥିରୁ ଜଣାପଡୁଛି କି ବିବାହ ପୂର୍ବରୁ ବଳରାମ ଓ ନନ୍ଦିନୀ ପରସ୍ପରକୁ ଜାଣିଥିଲେ । କିନ୍ତୁ ନନ୍ଦିନୀ କହିଥିଲେ କି ସେ ବିବାହ ପୂର୍ବରୁ ପୁଅକୁ ଦେଖି ନଥିଲେ କି ଜାଣି ନଥିଲେ ।

ତେବେ ନନ୍ଦିନୀ ଏନେଇ କାହିଁକି ମିଛ କହିଲେ ଏନେଇ ବଡ ପ୍ରଶ୍ନ ଉଠୁଛି । ନନ୍ଦିନୀ କହୁଥିଲେ କି ବାହାଘର ପୂର୍ବରୁ ସେ ବଳରାମଙ୍କୁ ଦେଖି ନଥିଲେ କି ତାଙ୍କ ବିଷୟରେ କିଛି ଜାଣି ନଥିଲେ । କିନ୍ତୁ ଏହି ଚାଟ୍ ଉପରେ ଥରେ ନଜର ପକେଇଲେ ଜାଣିପାରିବେ କି ବାହାଘର ପୂର୍ବରୁ ବଳରାମ ଓ ନନ୍ଦିନୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ।

ସକାଳୁ ଗୁଡ୍ ମର୍ଣ୍ଣିଂରୁ ଆରମ୍ଭ ହୋଇ ରାତିର ଗୁଡ୍ ନାଇଟ୍ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଚାଟ୍ ରେ ସବୁ କଥା ଚାଲେ । ଏହାରି ମଧ୍ୟରେ ଚାଟ୍ ସହ କଲ୍ ରେ ମଧ୍ୟ ସେମାନେ କଥା ହେଉଥିଲେ । ନନ୍ଦିନୀ ବିବାହ ଦିନ ରାତିରେ ବିନା ବସ୍ତ୍ରରେ ଭିଣୋଇଙ୍କ ସହ ଭିଡିଓ କଲ୍ ରେ ଥିବା ବେଳେ ସ୍ଵାମୀ ବଳରାମ ଦେଖି ନେଇଥିଲେ । ଆଉ ତା’ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ତା’ ପରଦିନ ସକାଳେ ମନ୍ଦିର ଯିବା ବାହାନା କରି ଘରଲୋକଙ୍କୁ ଡକେଇ ନନ୍ଦିନୀ ଫେରାର ହୋଇ ଯାଇଥିଲେ ।

କିନ୍ତୁ ଶାଶୁଘର ଲୋକେ ତାଙ୍କୁ ଅତ୍ୟାଆଚାଆର କରିବା କଥା କହି ନନ୍ଦିନୀ ଜୀବନ ବଞ୍ଚେଇବା ପାଇଁ ପଳେଇଯିବା କଥା କହିଛନ୍ତି । ତେବେ କିଏ ସତ କହୁଛି ଓ କିଏ ମିଛ କହୁଛି ଏବଂ ଆଉ କେତେ ରହସ୍ୟ ଲୁଚି ରହିଛି ତାହା ଜାଣିବା କଷ୍ଟକର ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।