ବିଶ୍ଵର ଦିଗ୍ଗଜ ନେତାମାନଙ୍କୁ ପଛରେ ପକାଇ, ପିଏମ ମୋଦୀ ହେଲେ Facebook ରେ ବିଶ୍ଵର ସବୁଠୁ ଲୋକପ୍ରିୟ ନେତା, ଦ୍ଵିତୀୟ ସ୍ଥାନରେ ଅଛନ୍ତି ଏହି ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ସବୁଠୁ ପ୍ରସିଦ୍ଧ ନେତା ହୋଇ ଯାଇଛନ୍ତି । ସେ ବିଶ୍ଵର ବଡ ବଡ ନେତାମାନଙ୍କୁ ପଛରେ ପକାଇ ଫେସବୁକରେ ଲୋକପ୍ରିୟ ମାମଲାରେ ବହୁତ ଆଗରେ ଅଛନ୍ତି । ଫେସବୁକ ସୋସିୟଲା ନେଟୱର୍କିଂ ୱେବସାଇଟ ତରଫରୁ ବର୍ତ୍ତମାନ ହିଁ ଏକ ରିପୋର୍ଟ ଜାରି କରାଯାଇଛି । ୱାର୍ଲ୍ଡ ଲୀଡର୍ସ ଅନ ଫେସବୁକ ନାମକ ଏହି ରିପୋର୍ଟ ଅନୁସାର ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିଜର ଫେସବୁକ ପେଜକୁ ୪.୩୫ କୋଟି ଲୋକମାନଙ୍କ ଦ୍ଵାରା ଲାଇକ କରାଯାଇଛି । ଏବଂ ତାଙ୍କର ଆଧିକାରିକ ପେଜକୁ ୧.୩୭ କୋଟି ଲୋକାନଙ୍କ ଦ୍ଵାରା ପସନ୍ଦ କରାଯାଇଛି । ଏହା ସହିତ ଲୋକପ୍ରିୟତା ମାମଲାରେ ସେ ପ୍ରଥମ ସ୍ଥାନରେ ଅଛନ୍ତି ।

ଦ୍ଵିତୀୟ ସ୍ଥାନରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ଫ

ଏହି ରିପୋର୍ଟର ଦ୍ଵିତୀୟ ସ୍ଥାନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଅଛନ୍ତି । ଡୋନାଲ୍ଡ ଟ୍ରମ୍ଫଙ୍କର ପର୍ସନାଲ ଫେସବୁକ ପେଜକୁ ୨.୩୦ କୋଟି ଲୋକମାନେ ଲାଇକ କରିଛନ୍ତି । ଯେତେବେଳେ କି ଡୋନାଲ୍ଡ ଟ୍ରମ୍ଫ ପେଜ ଉପରେ କରାଯାଇଥିବା ସଂବାଦର ସଂଖ୍ୟା ୮.୪୦ କୋଟି ଟଙ୍କା ଅଟେ । ତୃତୀୟ ସ୍ଥାନରେ ଜର୍ଡନର ସୁଲ୍ତାନ ଅବ୍ଦୁଲ୍ଲାହଙ୍କର ପତ୍ନୀ ଅଟନ୍ତି ।

କେତେକ ନେତା ନେଇଛନ୍ତି ବିଜ୍ଞାପନର ସାହାରା

ଫେସବୁକ ନିଜର ପୋସ୍ଟ ଏବଂ ପେଜକୁ ପ୍ରୋମ୍ଟ କରିବା ପାଇଁ କେତେ ନେତାମାନେ ବିଜ୍ଞାପନର ସାହାରା ନେଇଛନ୍ତି । ଫେସବୁକ ବର୍ତ୍ତମାନ ହିଁ ନିଜର ଏଲ୍ଗୋରିଦ୍ମରେ ଚେଞ୍ଜେସ କରିଛନ୍ତି । ରିପୋର୍ଟ ଅନୁସାରେ ଟ୍ରମ୍ଫ ଫେସବୁକ ପେଜ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ହଜାରରୁ ବି ଅଧିକ ବିଜ୍ଞାପନ ପୋସ୍ଟ କରାଯାଇ ସାରିଛି ।

ଏହିଭଳି ହୋଇଥିଲା ଅଧ୍ୟୟନ

ଏହି ରିପୋର୍ଟ ‘କ୍ରାଉଟଟୈଂଗଲ ଟୂଲ’ ସାହାର୍ଯ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ଟୁଲ ସାହାର୍ଯ୍ୟରେ ୯୬୨ ଫେସବୁକ ପେଜକୁ ଆକଳନ କରାଯାଇଛି । ଏହି ପେଜରେ ରାଷ୍ଟ୍ର ପ୍ରମୁଖ ଏବଂ ବିଦେଶ ମନ୍ତ୍ରୀଙ୍କର ଥିଲା । ସବୁ ବର୍ଷ ଓର୍ଲ୍ଡ ଲୀଡର୍ସ ଅନ ଫେସବୁକ ରିପୋର୍ଟ ଜାରୀ କରାଯାଇଛି ।

ଅନ୍ୟ ସୋସିୟାଲ ମିଡିୟାରେ ବି ଛାଇଛନ୍ତି ମୋଦୀ

ଫେସବୁକ ଛଡା ଅନ୍ୟ ସୋସିୟାଲ ମିଡିୟା ପ୍ଲେଟଫର୍ମ ଉପରେ ବି ନରେନ୍ଦ୍ର ମୋଦୀଙ୍କର ଜାଦୁ ବି ଚାଲିଛି । ଏବଂ ନରେନ୍ଦ୍ର ମୋଦୀ ଟ୍ୱିଟର ଏବଂ ଇଂସ୍ଟାଗ୍ରାମ ଉପରେ ବି ବହୁତ ଫେମସ ଅଟନ୍ତି । ଟ୍ୱିଟର ଉପରେ ନରେନ୍ଦ୍ର ମୋଦୀଙ୍କର ୪ କୋଟି ୭୦ ଲକ୍ଷ ଲୋକମାନଙ୍କ ଦ୍ଵାରା ଫଲୋଅର୍ସ କରାଯାଇଥାଏ । ଯେତେବେଳେ କି ଇଂସ୍ଟାଗ୍ରାମ ଉପରେ ପାଖାପାଖି ୧୯.୯ ମିଲିୟନ ଫଲୋଅର ଅଛନ୍ତି ।