କିଏ ଏହି ସଲମାନନଙ୍କ ଅଖ୍ତର ଚାଚା ! ଆଜି ଠେଲା ଲାଗାଇ କାଟୁଛନ୍ତି ଜୀବନ

ବଲୀଉଡର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ନିଜର ଅଖ୍ତର ଚାଚାକୁ ନେଇ ଚର୍ଚାରେ ଅଛନ୍ତି । କିଏ ଅଟନ୍ତି ସଲମାନ ଖାନଙ୍କ ଅଖ୍ତର ଚାଚା ଓ ସେ ମୃତ୍ୟୁ ପୂର୍ବରୁ ସଲମାନ ଖାନଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । କହିଦେଉଛୁ କି ଅଖ୍ତର ଚାଚା ବର୍ତ୍ତମାନ ଠେଲାଗାଡି ଲଗାଇ ନିଜର ଜୀବନ ବିତାଉଛନ୍ତି । ଆପଣଙ୍କୁ କହିଦେଉଛୁ କି ସଲମାନ ଖାନ ପିଲାଦିନେ ଯାହାଙ୍କର ହାତର ଆଳୁ ପରଠା ଖାଇ ବଡ ହୋଇଛନ୍ତି ଓ ଯିଏ ସଲମାନ ଖାନଙ୍କ ଜନ୍ମ ପୂର୍ବରୁ ଓ ‘ମେନ ପ୍ୟାର କିୟା’ ଫିଲ୍ମ ରିଲିଜ ପୂର୍ବରୁ ତାଙ୍କ ସହିତ ପରିବାରର ସଦସ୍ୟ ଭଲି ରହୁଥିଲେ ତାଙ୍କର ନାଁ ହେଉଛି ଅଖ୍ତର ଚାଚା ।

କିନ୍ତୁ ଆଜି ଅଖ୍ତର ଚାଚା ବହୁତ ଖରାପ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି । ଭୋପାଲରେ ରହୁଥିବା ସଲମାନ ଖାନଙ୍କ ଅଖ୍ତର ଚାଚା ଆଜି ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି ।

ଭୋପାଲର ଗୋଟିଏ ଛୋଟ ଘରେ ରହୁଥିବା ଅଖ୍ତର ଚାଚା ଗୁଡ ବିକ୍ରି କରି ନିଜର ଜୀବନକୁ ଅତିବାହିତ କରୁଛନ୍ତି । ତାଙ୍କର ଗୋଟିଏ ଆଶା ଅଛି କି ମୃତ୍ୟୁ ପୂର୍ବରୁ ସେ ଥରେ ସଲମାନ ଖାନଙ୍କ ସହ ଦେଖା କରିବେ । ଅଖ୍ତର ଚାଚା ସଲମାନ ଖାନଙ୍କ ଜନ୍ମଦିନରେ ବି ତାଙ୍କୁ ଶୁଭେଛା ଦେବା ସହିତ ଅଧିକ ଆୟୁର ଆଶୀର୍ବାଦ ମଧ୍ୟ ଦେଇଥିଲେ ଓ ଏହା ସହିତ ସଲମାନ ଖାନଙ୍କ ପିଲାଦିନର ଓ ଜୀବନ ସହ ଜଡିତ ବହୁତ କଥା କହିଥିଲେ । ଦୈନିକ ଭାସ୍କର ସହ କଥାବାର୍ତ୍ତା କରି ଅଖ୍ତର ଚାଚା ସଲମାନ ଖାନଙ୍କ ସହ ଜଡିତ ବହୁତ କଥା କହିଛନ୍ତି ।

କହିଦେଉଛୁ କି ଗୋଟିଏ ସମୟରେ ଅଖ୍ତର ଚାଚା ସଲମାନ ଖାନଙ୍କ ଘରେ ରୋଷେଇ କରୁଥିଲେ । ଅଖ୍ତର ଚାଚା କହିଲେ କି ଯେତେବେଳେ ସଲମାନ ଖାନ ଜନ୍ମ ହେବାର ଥିଲେ, ସେତେବେଳେ ତାଙ୍କ ମା ସଲମାଙ୍କୁ ସେ ମୁମ୍ବାଇରୁ ଇନ୍ଦୋର ପଲାସିୟା ଟ୍ରେନରେ ନେଇ ଯାଇଥିଲେ । କାରଣ ସେହି ସମୟରେ ସଲିମ ଖାନ ଫିଲ୍ମରେ ଅଭିନୟ କରୁଥିଲେ ଓ ସେ ରାଇଟର ପରେ ହେଲେ । ପ୍ରଥମେ ସେ ଅଭିନୟ କରୁଥିଲେ । ସଲମାନ ଖାନଙ୍କ ଇନ୍ଦୋରରେ ଜନ୍ମ ହେବା ପରେ ତାଙ୍କର ଯବାନ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ଥିଲେ ।

ଅଖ୍ତର ଚାଚା କହିଲେ କି ସଲମାନ ଖାନ ତାଙ୍କ ହାତର ଆଲୁର ପରଠାକୁ ବହୁତ ପସନ୍ଦ କରୁଥିଲେ । ଫିଲ୍ମ ‘ମେନେ ପ୍ୟାର କିୟା’ ରିଲିଜ ସମୟରେ ବି ଅଖ୍ତର ଚାଚା ସଲମାନ ଖାନଙ୍କ ସହିତ ଥିଲେ । ଏହା ପରେ ସେ ଭୋପାଲ ଆସିଗଲେ । ସେହି ସମୟରୁ ସେ ମୁମ୍ବାଇ ଆଉ ଯାଇ ପାରି ନାହାନ୍ତି । ଏମିତିରେ ବର୍ତ୍ତମାନ ସଲମାନଙ୍କୁ ଏହା ବି ଜଣା ନା ହିଁ କି ଅଖ୍ତର ଚାଚା ବର୍ତ୍ତମାନ ଜୀବିତ ଅଛନ୍ତି ନା ନାହିଁ ଓ ଭୋପାଲାରେ ଅଛନ୍ତି ବୋଲି ବି ସେ ଜାଣି ନାହାନ୍ତି ।

ଏତିକି ନୁହେଁ ଅଖ୍ତର ଚାଚା ଆଗକୁ କହିଲେ କି ସଲିମ ସାରଙ୍କ ଘରେ ସେ ପରିବାରର ସଦସ୍ୟ ହିସାବରେ ରହୁଥିଲେ ଓ ସଳମାନ ଖାନଙ୍କ ପୁରା ଦାୟିତ୍ଵ ତାଙ୍କ ଉପରେ ହିଁ ଥିଲା । କିନ୍ତୁ ସବୁଠୁ ବଡ ଦୁଖର କଥା ଏହା ଅଟେ କି ଯେଉଁ ଅଖ୍ତର ଚାଚା ସଲମାନ ଖାନ ଓ ସାଲିମ ଖାନଙ୍କ ଭଳି ଷ୍ଟାରମାନଙ୍କ ପାଇଁ ଖାଦ୍ୟ ତିଆରି କରୁଥିଲେ ଆଜି ସେ ଏହିଭଳି ଅବସ୍ଥାରେ ଅଛନ୍ତି ଓ କିନ୍ତୁ ତାଙ୍କର ଶେଷ ଇଚ୍ଛା ଏହା ଅଟେ କି ସେ ଶେଷ ଥର ପାଇଁ ସଲମାନ ଖାନଙ୍କୁ ଦେଖା କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।