ପ୍ରତିଦିନ ଭୋର 4 ଟା ରେ ଆପଣଙ୍କୁ ଉଠିବା ପାଇଁ ବାଧ୍ୟ କରିଦେବ ସବୁଠୁ ସହଜ ଏହି ଉପାୟ -Motivation For Success

ମନୁଷ୍ୟ ସବୁବେଳେ ଚିନ୍ତା କରେ ସକାଳୁ ଶୀଘ୍ର ଉଠିବ ।  କାଲି କିନ୍ତୁ ଏହା କିଛି ଲୋକ କରିପାରନ୍ତି ନାହିଁ । କିଛି ଲୋକ ସକାଳୁ ଶୀଘ୍ର ଉଠନ୍ତି ଓ ସେମାନେ ହିଁ ଜୀବନ ରେ ସବୁବେଳେ ସଫଳ ହୋଇଥାନ୍ତି । ଆଜି ଆମେ ଆପଣଙ୍କ ସକାଳୁ ଶୀଘ୍ର ଉଠିବାର ଉପାୟ କହିବୁ । ଆପଣ କେତେ ସମୟ ଶୋଇ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଆପଣ ଫୁର୍ତୀଲା ଅନୁଭବ କରିବେ ଓ ସକାଳୁ ଆଲାରାମ ଲଗାଇବାକୁ ପଡିବନାହିଁ । ଏହି ଉପାୟ ଦ୍ୱାରା ଆପଣ ଆଲାରାମ ବାଜିବା ପୂର୍ବରୁ ଉଠିପଡିବେ ।

ଏବେ ଆସନ୍ତୁ ଏହି ଉପାୟ ବିଷୟରେ ଜାଣିବା । ସବୁ ସମସ୍ୟାର ମୂଳକୁ ଯାଇ ତାର ସମସ୍ୟା ସମାଧାନ କରାଯାଇ ପାରିବ । ଉଦାହରଣ ସ୍ୱରୂପ ଆପଣ ସବୁଦିନ ୮ ଟା ବେଳେ ଉଠୁଛନ୍ତି ।

ଦିନେ ଚିନ୍ତା କରନ୍ତି ଯହାବି ହେଇଯାଉ କାଲି ୪  ଟା ବେଳେ ହିଁ ଉଠିବେ । ସକାଳୁ ଆପଣ ଆଲାରାମ ୩.୫୫ , ୪.୦୦ , ୪.୧୦ରେ ଲଗାଇ ତିନି ଟାଇମ ଭିତରୁ ନିଶ୍ଚିତ ଭାବେ ଗୋଟିଏ ସମୟରେ ଉଠିଯିବେ ଭାବିବେ କିନ୍ତୁ ଉଠିପାରିଲେ ନାହିଁ । ପୁଣି ଚିନ୍ତା କଲେ କାଲି ନିଶ୍ଚିତ ଉଠିବେ । ଏମିତି ଆପଣ ଦୁଇ ତିନି ଦିନ ସକଳାଲୁ ଉଠିଗଲେ କିନ୍ତୁ ଦିନ ବେଳେ ଶୋଇବାକୁ ଲାଗିଲେ କାହିଁକି ନା ରାତିରେ ଏତିକି ସମୟ ଶୋଇବା କଥା ସୋଇନାହାନ୍ତି । ସକାଳୁ ଶୀଘ୍ର ଉଠି ଦିନ ବେଳା ଶୋଇବା କିଛି ଫାଇଦା ନାହିଁ ।

ଦିନ ବେଳେ ସୋଇଲେ ରାତିରେ ନିଦ ଡେରିରେ ହେବ । କିଛି ଫାଇଦା ହେବନି । ଯଦି ସକାଳୁ ଶୀଘ୍ର ଉଠି ଦିନ ରେ ନସୋଇ ସେହି ସମୟକୁ କାମରେ ଲଗାନ୍ତି ତେବେ ଫାଇଦା ଅଛି । ଆପଣ ସକାଳୁ ଉଠିବା ଅଭ୍ୟାସ କେମିତି କରିବେ । ଆପଣ ରାତିରେ ୧୦ .୦୦ ନଚେତ ୧୦. ୩୦ ଭିତରେ ସୋଇଯାଅନ୍ତୁ । ଆପଣ ନିଶ୍ଚିତ ଜରନ୍ତୁ କି ସକାଳୁ ଶୀଘ୍ର ଉଠିବେ ଏଥିପାଇଁ ରାତିରେ ଶୀଘ୍ର ଶୋଉଛନ୍ତି । ଆପଣଙ୍କର ରାତିରେ ଯେତେବେଳେ ନିଦ ଭାଙ୍ଗିଯିବ ଆପଣ ପାଣି ପିଅନ୍ତୁ ।

ଏହାଦ୍ୱାରା କିଛି ସମୟ ପରେ ଆପଣଙ୍କୁ ପରିଶ୍ରା ଲାଗିବ । ଆପଣ ତ ନିଶ୍ଚିତ ଭାବରେ ଉଠିବେ । ଏହି ସମୟରେ ଘରର ଲାଇଟ ଜଳାଇ ଦିଅନ୍ତୁ କବାଟ ଝରକା ବି ଖୋଲି ଦିଅନ୍ତୁ । ଆଉ ନ ଶୋଇ ବିଛଣା ବି ଉଠାଇ ଦିଅନ୍ତୁ । ଦ୍ଵିତୀୟରେ ଆପଣ ବେଳେ ବେଳେ ସକାଳୁ କୁଆଡେ ଯିବାର ଥିବ ବା ପରୀକ୍ଷା ଥିବ ଏହି ସମୟରେ ଆପଣ ଶୀଘ୍ର ଉଠିଯାଆନ୍ତି କାହିଁକି ନା ଆପଣଙ୍କ ମନରେ ଥାଏ କି ସକାଳୁ କୁଆଡେ ଯିବେ କି ପରୀକ୍ଷା ଦେବାକୁ ଯିବେ । ଏଥୀପାଇଁ ସକାଳୁ ଶୀଘ୍ର ଉଠି ଯାଆନ୍ତି ।

ଏହି କାରଣରୁ ଆପଣ ସବୁବେଳେ ସକାଳୁ ଶୀଘ୍ର ଉଥିବା ପାଇଁ କୌଣସି ଏକ କାରଣ ଖୋଜନ୍ତୁ । ଦେଖିବେ ଘଣ୍ଟାର ଆଲାରାମ ବାଜିବା ପୂର୍ବରୁ ଆପଣ ଉଠି ଯାଇଥିବେ । ଏହି ଅଭ୍ୟାସ ସବୁ ଦିନ କରନ୍ତୁ ଆପେ ଆଏ ସକାଳୁ ଶୀଘ୍ର ନିଦ ଭାଙ୍ଗି ଯିବ । ସକାଳୁ ଶୀଘ୍ର ନିଦ ଭାଙ୍ଗି ଯିବ । ତୃତୀୟ ଉପାୟ ଆପଣ ସକାଳୁ ଏକ ଭଲ ସଙ୍ଗୀତ ଶୁଣିବା ଅଭ୍ୟାସ କରନ୍ତୁ ଏହି କାରଣରୁ ବି ଶୀଘ୍ର ଉଠିଯିବେ ଅର୍ଥାତ ଘର ପାଖରେ ଥିବା କୌଣସି ମନ୍ଦିର ର ଘଣ୍ଟି ବା ଭଜନ ଶୁଣିବା । ଏହି ପରି ଭାବରେ ଆପଣ ସକାଳୁ ଶୀଘ୍ର ଉଠି ଯିବେ ଓ ଦିନ ସମୟରେ ନ ଶୋଇ ନିଜ କାମରେ ଲାଗିଯିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।