ସକାଳୁ ଉଠି ସର୍ବ ପ୍ରଥମେ କରନ୍ତୁ ଏହି କାମ ଚମକି ଉଠିବ ଆପଣଙ୍କ ଭାଗ୍ୟ

କଣ ପାଇଁ କରିବେ ଭୂମିକୁ ପ୍ରଣାମ, ଏହି ସମଗ୍ର ବିଶ୍ଵର ଜୀବଜଗତ ଧରିତ୍ରି ଦ୍ଵାରା ସମ୍ଭବ ହୋଇ ପାରିଛି । ଧରିତ୍ରୀ ତା’ର ପୃଷ୍ଟ ଉପରେ ସାରା ଜୀବଜଗତ କୁ ଧରି ରଖିଛି ନହେଲେ ମହାଶୂନ୍ୟରେ ଏହା ସମ୍ଭବ ହୋଇ ପାରି ନଥାନ୍ତା । ଧରିତ୍ରୀ ଆମ ଜୀବନ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ପଦାର୍ଥ ଏବଂ ଜଳ ମଧ୍ୟ ଯୋଗାଇ ଦେଇଥାଏ । ଏଥିପାଇଁ ହିନ୍ଦୁ ବା ସନାତନ ଧର୍ମରେ ସକାଳୁ ଉଠି ପ୍ରଥମେ ଧରିତ୍ରୀକୁ ପ୍ରଣାମ କରିବା କଥା କୁହାଯାଇଛି । କାରଣ ଧରିତ୍ରୀକୁ ଦେବୀଙ୍କ ସ୍ଥାନ ଦିଆଯାଇଛି । ପ୍ରତିଦିନ ସକାଳୁ ଧରିତ୍ରୀ କୁ ପ୍ରଣାମ କରିବା ଦ୍ଵାରା ଆମେ ଆମର ସୌଭାଗ୍ୟ ବଢାଇ ପାରିବା ।

ସାମାଜିକ ମହତ୍ଵ

ଧରିତ୍ରୀ କୁ ପ୍ରତିଦିନ ପ୍ରଣାମ କରିବା ଦ୍ଵାରା ମାତୃଭୂମି ପ୍ରତି ଆମର ସଂମ୍ମାନ ବଢିବା ସହିତ ଧରିତ୍ରୀ ପ୍ରତି ଆମର କିଛି କର୍ତ୍ତବ୍ୟ ରହିଥାଏ । ଏହା କରିବା ଦ୍ଵାରା ଆମ ଭିତରେ ଆମ ଦେଶ ଏବଂ ନିଜ ଭୂମି ପ୍ରତି ଆଦର ଓ ଦାୟିତ୍ଵ ସୃଷ୍ଟି ହୋଇଥାଏ । ପୂର୍ବ ପୁରୁଷମାନେ ଆମ ଭିତରେ ଦାୟିତ୍ଵର ଭାବକୁ ଜାଗୃତ କରିବା ପାଇଁ ମଧ୍ୟ ଆମକୁ ଏହି ସଂସ୍କାର ଦେଇଥାନ୍ତି ।

ଏହା ହେଉଛି ପ୍ରଣାମ କରିବାର ସର୍ବଶେଷ୍ଠ ଉପାୟ

ପ୍ରତିଦିନ ସକାଳୁ ସେଜରୁ ଉଠିବା ପୂର୍ବରୁ ପ୍ରଥମେ ସେଠାରେ ବସି ଭୁମିକୁ ହାତରେ ସ୍ପର୍ଶ କରି ପ୍ରଣାମ କରନ୍ତୁ । ସେଜ ଉପରେ ବସି ନିଜର ନିଶ୍ଵାସ ପ୍ରଶ୍ଵାସକୁ ହାତର ପାପୁଲି ଦ୍ଵାରା ପରୀକ୍ଷା କରନ୍ତୁ । ନାକର ଯେଉଁ ପାର୍ଶ୍ଵରେ ଅଧିକ ଜୋରରେ ନିଶ୍ଵାସ ଚାଲୁଥିବ ପ୍ରଥମେ ସେହି ପଟ ପାଦକୁ ପ୍ରଥମେ ଭୂମି ଉପରେ ରଖନ୍ତୁ । ରାତି ସାରା ସମ୍ପୂର୍ଣ ଶୋଇ ଥିବାରୁ ଆମ ଶରୀର ସିଧା ହୋଇ ଲାଠି ହୋଇଯାଇଥାଏ । ସକାଳୁ ଭୂମିକୁ ସ୍ପର୍ଶ କଲେ ସମ୍ପୂର୍ଣ୍ଣ ଶରୀର ନଇଁବା ଦ୍ଵାରା ଅଣ୍ଟାର ହାଡ ଏବଂ ଆଁଠୁ ହାଡ ଇତ୍ୟାଦି ଲାଠି ହୋଇ ଥିବାରୁ ମୁକ୍ତ ହୋଇଥାଏ । ଏହା ଦ୍ଵାରା ମଧ୍ୟ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ।

ସକାଳୁ କେଉଁ ଦିଗରେ ଚାଲିଲେ ହୋଇଥାଏ ଶୁଭ ?

ଉତ୍ତର ଦିଗ କୁବେର ଦେବତାଙ୍କର ହୋଇଥିବା କାରଣରୁ ଆପଣ ସକାଳୁ ଉତ୍ତର ଦିଗକୁ ଚାଲିବା ଦ୍ଵାରା ଉନ୍ନତିର ମାର୍ଗ ମିଳିବା ସହିତ ଧନ ବର୍ଷା ହୋଇ ଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।