ସକାଳୁ ଖାଲି ପେଟରେ ଗୁଡ଼ ଖାଇବାର ଫାଇଦା କୋଟିଏ ଟଙ୍କା ଖର୍ଚ୍ଚ କଲା ପରେ ବି ମିଳିବ ନାହିଁ Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । ବନ୍ଧୁଗଣ ଗୁଡ଼ କୁ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ହୋଇଥାଏ ।

ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାର ରୋଗ ମଧ୍ୟ ଭଲ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ଗୁଡ଼ କୁ ଖାଇବା ଦ୍ଵାରା କଣ ସବୁ ଉପକାର ମିଳିଥାଏ । ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ଭାଇରସ ସମସ୍ତ ବିଶ୍ଵ ରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । କିନ୍ତୁ ତାହାର ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ । କିନ୍ତୁ ବିଶେଷଜ୍ଞ ମାନଙ୍କ ମତ ରେ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତ ଅଧିକ ଥିବା ଦ୍ୱାରା ଏହି ରୋଗ ହୋଇ ନଥାଏ ।

ପୁରାତନ କାଳ ରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗୁଡ଼ ର ବ୍ୟବହାର ହେଉଥିଲା । ଆପଣ ମଧ୍ୟ ବର୍ତ୍ତମାନ ଏହାର ବ୍ୟବହାର କରିପାରିବେ । ତେବେ ବନ୍ଧୁଗଣ ପ୍ରଥମେ କିଛି ଗୁଡ଼ ଆଣି ଏହାକୁ ହେମଦସ୍ତା ସାହାଯ୍ୟ ରେ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ।

ଏହା ସହିତ ସେଥିରେ କିଛି ପରିମାଣ ରେ ଅଦା, ହଳଦୀ ଓ ତୁଳସୀ ପତ୍ର ପକାଇ ଦିଅନ୍ତୁ ଭଲ ଭାବରେ କୁଟି ଦିଅନ୍ତୁ । ଏହା ପରେ ଏହାକୁ ପ୍ରତିଦିନ ସକାଳୁ ଏକ ଗ୍ଲାସ ଉଷୁମ ପାଣି ସହିତ ଏଥିରୁ ଗୋଟିଏ ଚାମଚ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ର ରୋଗ ପ୍ରତିରୋଧକ ଶକ୍ତି ବହୁତ ବଢିଯିବ ଓ ଆପଣ କରନା ଭାଇରସ ଭଳି ଭୟଙ୍କର ରୋଗ ର ସାମ୍ନା କରିପାରିବେ ।

ପ୍ରତିଦିନ ସକାଳୁ ଉଠି ଗୁଡ଼ ଖାଇବା ସହିତ କିଛି ଗରମ ପାଣି ପିଇବା ଦ୍ୱାରା ଆମର କେଶ ଝଡ଼ିବା ବନ୍ଦ ହୋଇଯାଇଥାଏ । ଗୁଡ଼ ରୁ ବହୁତ ପରିମାଣ ରେ ପ୍ରୋଟିନ ମିଳିଥାଏ ଯାହା କି କେଶ କୁ ଆବଶ୍ୟକ ହୋଇଥାଏ ତେଣୁ ଗୁଡ଼ ଖାଇବା ଦ୍ୱାରା କେଶ ଆଉ ଝଡି ନ ଥାଏ ଓ ମଜବୁତ ମଧ୍ୟ ହୋଇଥାଏ । ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା ଆମ ଚେହେରା ରେ ଦେଖା ଯାଉଥିବା ଦାଗ ଦୁର ହୋଇଯାଇଥାଏ ଓ ଏହା ସହିତ ଚେହେରା ରେ ହେଉଥିବା ବ୍ରଣ ମଧ୍ୟ ଭଲ ହୋଇଯାଇଥାଏ ।

ସକାଳୁ ଖାଲି ପେଟ ରେ ଗୁଡ଼ ସହିତ ଉଷୁମ ପାଣି ପିଇବା ଦ୍ୱାରା କବଜ ଭଳି ରୋଗ ଦୁର ହୋଇଥାଏ । ଗୁଡ଼ କୁ ପ୍ରତିଦିନ ଗରମ ପାଣି ସହିତ ଖାଇବା ଦ୍ୱାରା ଆପଣଙ୍କ ର ଉଚ୍ଚ ରକ୍ତ ଚାପ ମଧ୍ୟ ଦୁର ହୋଇଥାଏ । ତେବେ ବନ୍ଧୁଗଣ ଗୁଡ଼ ରୁ ଆମକୁ ଅନେକ ପ୍ରକାର ରୋଗ ରୁ ଆରୋଗ୍ୟ ମିଳିଥାଏ । ତେଣୁ ପ୍ରତିଦିନ ଗୁଡ଼କୁ ଗରମ ପାଣି ସହିତ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।