ମନ ଉଦାସ ଅଛି ତ ନିଶ୍ଚୟ ଜାଣି ରଖନ୍ତୁ ମୋର ଏହି କଥା – Krishna Vani

ଉଦାସୀନ ଏକ ଏପରି ଭାବ ଅଟେ ମନରେ ଆସିଲା ପରେ ଆମର କୌଣସି କାମରେ ମନ ଲାଗେ ନାହିଁ । ଯେତେବେଳେ ଏହା ବଢିଯାଏ ସେତେବେଳେ ମନ ରୋଗ ହୋଇଯାଏ ଓ ମନୁଷ୍ୟ ଜୀବନରେ ବଞ୍ଚିବା ଠାରୁ ଅଧିକା ମାରିବା ପାଇଁ ଚେଷ୍ଟା କରେ । ଆମେ ସବୁ ଲୋକ କେବେ ନା କେବେ ଉଦାସ ଅନୁଭବ କରିଥିବା । ମନ ସବୁବେଳେ ନିରାଶାରେ ଭାରି ଯାଏ ଓ ଯାହା ଦ୍ଵାରା କାର୍ଯ୍ୟ ଛାଡିଥାଉ ।

ଅବଶ୍ୟ ଏହା ବହୁତ କମ ସମୟ ପାଇଁ ହୋଇଥାଏ କିନ୍ତୁ ଏହି ସମୟ ଭିତରେ ଯେଉଁ କ୍ଷତି ହୋଇଥାଏ ତାହା ଆମେ ଜାଣିପାଇ ନଥାଉ । କିନ୍ତୁ ଉଦାସୀନ ଧୀରେ ଧୀରେ ଆମକୁ କବଳିତ କରିଥାଏ । ଆମେ ବାରମ୍ବାର ଉଦାସ ହେବା ହେତୁ ହାତକୁ ଆସୁଥିବା କାମକୁ ଆମେ ଅଧୁରା ଛାଡିଥାଉ ।

ଏହା ଆମ ସମସ୍ଥଙ୍କ ସହ ହୋଇଥାଏ ।  ଆମେ ଏଥିରୁ କିପରି ବାହାରିବା ତାହା ଶ୍ରୀକୃଷ୍ଣ କହିଛନ୍ତି । ଉଦାସୀନ ଏକ ଏମିତି ରୋଗ ଯାହା ଆମକୁ ନିଜର କଠିନ ଓ ଅସୁବିଧା ଯେତେବେଳେ ବାହାରେ ଦେଖା ଯାଇଥାଏ ସେହି ସମୟରେ ଆମେ କହିଥାଊ କି ସମାଜ ଖରାପ ଅଟେ । ସ୍ଵାମୀ ଖରାପ, ତାଙ୍କ କଥାବାରତା ଖରାପ ଅଟେ, ଭାଗ୍ୟ ଖରାପ ଅଛି ।

ଯେତେବେଳେ ଦୁଖର କାରଣ ବାହାରକୁ ଆସିଥାଏ ତାକୁ ବଦଳାଇବା ପାଇଁ ଆମ ପାଖରେ କିଛି ଉପାୟ ନଥାଏ । ଆମେ ସମୟକୁ କିପରି ପରିବର୍ତନ କରିବା ଓ ପରିସ୍ଥତିକୁ କିପରି ବଦଳାଇବା । ଅର୍ଥାତ ଆମେ ନିଜକୁ ନିର୍ବଳ ଭାବିଥତୁ ଓ ସେହିଠାରୁ ଉଦାସିନ ଆସିଥାଏ । ଆମେ ଜାଣିବା ଦରକାର କି ଆମ ଦୁଖର କାରଣ କେଉଁଠି ଅଛି ଆମ ଭିତରେ ନା ବାହାରେ । ଆମର ଖରାପ ସମୟ କଣ ବାହାର ଲୋକଙ୍କ ପାଇଁ ହୋଇଥାଏ । କଣ ଆମ ପରିବାର ଆମ ପାଇଁ ଶତ୍ରୁ ଅଟନ୍ତି ।

କଣ ସମାଜ ଆମ ପାଇଁ ଖରାପ ଅଟେ । ନା ଆମେ ନିଜେ ତିଆରି କରିଥାଉ । ଆମେ ନିଜକୁ ପ୍ରଶ୍ନ କରିବା ଦରକାର । ଆମେ ଜାଣି ରଖିବା ଉଚିତ କି ଯେଉଁ ସମୟରେ ଗଛ ତାର ପତ୍ର ଝଡା ସମୟରେ ସେ ସବୁ ପତ୍ର ଗୁଡିକୁ ଝଡାଇ ଦିଏ । କଣ ଆପଣ ଭାବୁଛନ୍ତି ସେ ତାଙ୍କ ସହ ଶତ୍ରୁତା ଆଚରଣ କରୁଛି । ଏହା ଆପଣଙ୍କର ଭାବିବା ଭୁଲ ଅଟେ । ଋତୁ ଚକ୍ର ତାର କାମ କରିଥାଏ ତାର ନା ଗଛ ସହିତ ନା ଶତ୍ରୁତା ଅଛି ନା ପତ୍ର ସହିତ ମିତ୍ରତା ଅଛି ସେ କେବଳ ତାର ନିୟମ ପାଳନ କରୁଛି ।

ଠିକ ସେହିପରି ସମୟ ନା କାହାର ମିତ୍ର ଅଟେ ନା କାହାର ଶତ୍ରୁ ଅଟେ । ସମାଜକୁ ଯାହା ଓ ଯେଉଁଥିରେ ଲାଭ ମିଲେ ସେ ତାର ସହିତ କେବଳ ସାଙ୍ଗ ହୋଇଥାଏ । ଅର୍ଥାତ ସମାଜ ସେତେବେଳେ ପ୍ରତିକୂଳ ହୋଇଥାଏ ଯେତେବେଳେ ଆମେ ପ୍ରତିକୂଳରେ ରହିବା । ଏହି ନିୟମ ମଧ୍ୟ ବ୍ୟକ୍ତି ଉପରେ ଲାଗୁ ହୋଇଥାଏ । ଆମେ ଯାହାକୁ ଭଲା ପାଉ ସେ ଆମକୁ ଭଲ ପାଏ ଓ ଆମେ ଯାହାକୁ ଲାଭ ଦେଉ ସେ ମଧ୍ୟ ଆମକୁ ଲାଭ ଦିଏ ।

ସମୟ ବଦଳିବା ସହିତ ଆମେ ନିଜକୁ ମଧ୍ୟ ପରିବର୍ତନ କରିଥାଉ ଆପଣ ମାନେ ଯଦି ଏହି କଥା ଠିକ ଭାବୁଛନ୍ତି ତେବେ ଆପଣ ନିଜେ ପରିବର୍ତନ ହେବା ମଧ୍ୟ ଶିଖନ୍ତୁ ଓ ଯାହା ଫଳରେ ନିଜ ଭିତରେ ପରିବର୍ତନ ଆଣିବା ପାଇଁ ବେଶି ଦିନ ଲାଗିବା ନାହିଁ । ଅର୍ଥାତ ଜୀବନରେ ଉଦାସୀନ ରହିବା କିଛି କାରଣ ହିଁ ନାହିଁ । କେବଳ ନିଜ ଭିତରେ ପରିବର୍ତନ କରିବା ନିହାତି ଦରକାର ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।