ସକାଳେ ନିଦ ଭାଙ୍ଗିଲା ବେଳକୁ ସବୁକିଛି ଲୁଟ୍ ହୋଇଯାଇଛି, ଘରର ଅବସ୍ଥା ଦେଖିଲେ ଆପଣ ବି ଛାନିଆ ହୋଇଯିବେ, ଦେଖନ୍ତୁ କଣ କହୁଛନ୍ତି ପରିବାର ଲୋକେ

ସବୁଦିନ ଭଳି ସେଦିନ ରାତିରେ ଶୋଇଥିଲେ ପୁରା ପରିବାର । ହେଲେ ସକାଳୁ ଉଠିଲା ବେଳକୁ ଘରର ଯାହା ଅବସ୍ଥା ଦେଖିଥିଲେ ଏକଦମ ହତବାକ ହୋଇ ଯାଇଥିଲେ । ନିଦ ଭାଙ୍ଗିଲା ବେଳକୁ ଦେଖିଥିଲେ କି, ଆଲମୀରା ଏବଂ ଡ୍ରୟର ସବୁ ଖୋଲା ଅଛି । ଏମିତିକି ଘରର ମେନ୍ ଗେଟ୍ ମଧ୍ୟ ଖୋଲା ଅଛି ଏବଂ ସୁନାଗହଣା ଖୋଳ ବା ଡବା ସବୁ ଏଣେତେଣେ ହୋଇ ପଡିଛି । ହଠାତ କିଛି ବୁଝି ପାରି ନଥିଲେ କି ଆଖିକୁ ବିଶ୍ବାସ ହୋଇ ନଥିଲା । ହୋସ୍ ଫେରିବା ବେଳକୁ ବୁଝି  ପାରିଥିଲେ କି, ତାଙ୍କ ଘରୁ ଲୁଟ୍ ହୋଇଛି ।

ଘରେ ବାପା, ମାଆ ଏବଂ ପୁଅ ବୋହୂ ରୁହନ୍ତି । ବୋହୂ ପ୍ରଥମେ ଭୋରରୁ ଉଠନ୍ତି । ସେଦିନ ସେ ଯେତେବେଳେ ଭୋରରୁ ଉଠିଥିଲେ ଘରର ଅବସ୍ଥା ତାଙ୍କୁ ଏକଦମ ଅଲଗା ଲାଗିଥିଲା । ଆଲମୀରା ଖୋଲା ଅଛି ଏବଂ ଲକର୍ ମଧ୍ୟ ଖୋଲା ପଡିଛି ଦେଖିଥିଲେ । ସେ ସବୁଦିନ ସକାଳେ ଉଠିବା ବେଳେ ଘରର ମେନ୍ ଗେଟ୍ ଖୋଲନ୍ତି । ହେଲେ ତାହା ମଧ୍ୟ ପୂର୍ବରୁ ଖୋଲାଥିବା ଦେଖିଥିଲେ । ସବୁ ଖୋଲା ଥିବା ଦେଖି ତାଙ୍କ ମନ ବିଚଳିତ ହୋଇ ଯାଇଥିଲା ଓ ତୁରନ୍ତ ଦୌଡି ଯାଇ ସ୍ଵାମୀଙ୍କୁ ଉଠାଇଥିଲେ ।

ଶାଶୁ ଶ୍ଵଶୁର ମଧ୍ୟ ଧାଉଡଧାପଦ ଶୁଣି ଉଠି ଆସିଥିଲେ । ସମସ୍ତେ ଯାଇ ଦେଖିଲା ବେଳକୁ ଲକର୍ ଖାଲି ଅଛି । ଲୁଟେରା ସବୁ ସୁନଗହଣା ନେଇଯିବା ସହ କିଛି ଗହଣାର ଖୋଳ କେବଳ ପକେଇ ଦେଇ ଯାଇଛନ୍ତି । ଗତ ଡିସେମ୍ବର ମାସରେ ପୁଅ ବୋହୂଙ୍କ ବିବାହ ହୋଇଥିଲା ଓ ନବ ବିବାହିତା ବୋହୂ ଯାହା ସବୁ ଗହଣାଗାଣ୍ଠି ନେଇକି ଆସିଥିଲେ ସେ ସବୁ ଲୁଟ୍ ହୋଇଯାଇଛି ।

ସୁନା ହାର ଦୁଇ ହଳ, ଆଠ ହଳ ଚୁଡି ଏବଂ 12 ହଳ ମୁଦି ସବୁକିଛି ଲକର୍ ରୁ ଗାୟବ ହୋଇଯାଇଛି । ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଆସି ଘଟଣାସ୍ଥଳରେ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜରୁ ମଧ୍ୟ ବିଶେଷ କରି ମିଳି ପାରିନି । ତେବେ ପୋଲିସ ତଦନ୍ତ ଜାରି ରଖିଛି ଏବଂ ସେମାନେ ନ୍ୟାୟ ପାଇବେ ଆଶା ରଖିଛନ୍ତି । ସେମାନଙ୍କ ଘରକୁ କାମ କରିବାକୁ ଆସୁଥିବା ମହିଳାଙ୍କ ଉପରେ ତାଙ୍କର ସନ୍ଦେହ ହେଉଥିବା ସେମାନେ ଜଣାଇଛନ୍ତି ।

କାରଣ ଚୋରି ଏମିତି ହୋଇଛି ଯେମିତି ଚୋର ଆଗରୁ ଜାଣିଥିଲା ଚାବି କେଉଁଠି ଅଛି ଓ କେଉଁ ପଟେ ଭିତରକୁ ଆସିବ । ତେବେ ଆଗକୁ ତଦନ୍ତ ହେଲେ ଲୁଟେରା ଧରାପଡିବ ବୋଲି ପୋଲିସ କହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।