ଆପଣଙ୍କ ପିଲାର ପାଠ ମନେ ରହୁନି କି ? କେମିତି ବଢେଇବେ ପିଲାର ସ୍ମରଣ ଶକ୍ତି ? ନିଶ୍ଚିତ କରନ୍ତୁ ଏହି ସହଜ ଉପାୟ

ଭଗବାନ ସମସ୍ତଙ୍କୁ ଭିନ୍ନ ଭିନ୍ନ ଭାବେ ଗଠନ କରିଛନ୍ତି । କୌଣସି ବ୍ୟକ୍ତି ଅଳ୍ପ ବୁଦ୍ଧିଯୁକ୍ତ ହୋଇଥାଏ ଟ ଆଉ କୌଣସି ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର ହୋଇଥାଏ । ଅନେକ ସମୟରେ ପିଲାମାନଙ୍କ କ୍ଷେତ୍ରରେ କମ୍ ସ୍ମରଣ ଶକ୍ତି ଯୋଗୁଁ ପାଠପଢାରେ ଅସୁବିଧା ହେବା ଦେଖା ଦେଇଥାଏ । ଶୀଘ୍ର ପାଠ ମନେ ରଖି ପାରୁ ନଥିବା ପିଲା ଅନ୍ୟ ପିଲାଙ୍କ ଅପେକ୍ଷା ପଛରେ ରହିଯାଏ । ଏମିତି ପିଲାଙ୍କୁ ପରିବାର, ଶିକ୍ଷକ ଏବଂ ସାଙ୍ଗସାଥିଙ୍କ ଠାରୁ କଟୁ କଥା ମଧ୍ୟ ଶୁଣିବାକୁ ମିଳିଥାଏ ।

ହେଲେ ଏଥିରେ ସେହି ପିଲାର କିଛି ଭୁଲ୍ ନଥାଏ, କାରଣ ତା’ର ସ୍ମରଣ ଶକ୍ତି ସେତେ ଭଲ ନଥାଏ । ତେଣୁ ପିଲାଙ୍କ ସ୍ମରଣ ଶକ୍ତିକୁ ବୃଦ୍ଧି କରିବା ପାଇଁ ପିତାମାତା ମାନେ ବେଶ ଚିନ୍ତାରେ ରହିଥାନ୍ତି । ପିଲାମାନେ ମଧ୍ୟ ଭାବନ୍ତି, ଏମିତି କିଛି ଜିନିଷ ମିଳନ୍ତା କି ଯାହାର ବ୍ୟବହାର କରି ସ୍ମରଣ ଶକ୍ତିକୁ ବଢେଇ ହେବ । ହେଲେ ଏମିତି କିଛି ଉପାୟ ଅଛି କି ତା’ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି ।

ତେଣୁ ଆମେ ଏହି ଅସୁବିଧାର ସମାଧାନ ପାଇଁ ଏକ ସୁନ୍ଦର ଉପାୟ ନେଇକରି ଆସିଛୁ । ଯେକୌଣସି ପାଠ ପଢୁଥିବା ପିଲା କିମ୍ବା ବ୍ୟକ୍ତି ଏହି ଉପାୟକୁ ବ୍ୟବହାର କରିପାରିବେ । ଏହି ଉପାୟର ବ୍ୟବହାର କରିବା ଦ୍ଵାରା ଆପଣ ନିଜ ସ୍ମରଣ ଶକ୍ତିକୁ ବଢାଇ ପାରିବେ । ତେବେ ଆସନ୍ତୁ ଜାଣି ନେବା ସେହି ଉପାୟଟି କଣ ।

ଏହି ଉପାୟ ପାଇଁ ଆପଣଙ୍କୁ ଆବଶ୍ୟକ ହେବ କିଛି ବାଦାମ ବା ଆଲମଣ୍ଡ, କିଛି ମିଶ୍ରି ଏବଂ କିଛି ପାନମଧୁରୀ । ଏସବୁ ସାମଗ୍ରୀକୁ ସମାନ ପରିମାଣରେ ମିଶାଇ ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତ୍ଯେକ ଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଳାସ ଉଷୁମ ପାଣି ନେବେ ।

ସେହି ପାଣିରେ ପୂର୍ବରୁ ତିଆରି କରି ରଖିଥିବା ଏହି ଗୁଣ୍ଡରୁ ଗୋଟିଏ ଚାମୁଚ ମିଶାଇ ଭଲ ଭାବେ ଗୋଳାଇ ନେବେ । ଏହାପରେ ଏହି ପାଣିକୁ ପିଇ ନେବେ । ଏମିତି ପ୍ରତିଦିନ ରାତିରେ କରିବା ଦ୍ଵାରା ଦେଖିବେ ଆପଣଙ୍କ ସ୍ମରଣ ଶକ୍ତି ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିବ। ଏହି ଉପାୟକୁ ଆପଣ ମାତ୍ର ଗୋଟିଏ ମାସ ପର୍ଯ୍ୟନ୍ତ କରି ଏହାର ଫଳାଫାଳ ଦେଖନ୍ତୁ ।

ଏହି ଉପାୟ ବ୍ଯତୀତ ଆପଣ ଚେଷ୍ଟା କରିବେ କି ସାତ୍ଵିକ ବା ଶାକାହାରୀ ଭୋଜନ କରିବା ପାଇଁ । ପୂର୍ବରୁ ମୁନିଋଷି ମାନେ ସାତ୍ଵିକ ଭୋଜନ କରିବା ହେତୁ ସେମାନଙ୍କ ମନ ଶାନ୍ତ ରହିବା ସହ ସେମାନଙ୍କ ସ୍ମରଣ ଶକ୍ତିରେ ମଧ୍ୟ ବୃଦ୍ଧି ହେଉଥିଲା । ହେଲେ ତାମସିକ ଭୋଜନ ବା ଆମିଷ ଆଦି ଭୋଜନ କରିବା ଦ୍ଵାରା ପିଲାର ବ୍ରେନ ଭଲଭାବେ ଖୋଲି ନଥାଏ ।

ତେଣୁ ନିଜ ପିଲାର ସ୍ମରଣ ଶକ୍ତିକୁ ବଢାଇବା ପାଇଁ ଚେଷ୍ଟା କରୁଥିବା ପିଲାମାନେ ନିଶ୍ଚିତ ଭାବେ ସେମାନଙ୍କ ଖାଦ୍ଯରେ ସବୁଜ ପନିପରିବା ଓ ଫଳମୂଳକୁ ଅଧିକ ମାତ୍ରାରେ ସାମିଲ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।