“ସକାଳୁ ନେଇକି ରାତି ପର୍ଯ୍ୟନ୍ତ ମୋ ଖାଇବା ରେଡି ହେଇକି ଥାଏ, ବାହାଘର ପରେ ମୁଁ ଆଉ ବାହାରେ ଖାଉନି”Sidhant Mohapatra

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ବରିଷ୍ଠ କଳାକାର ତଥା ଦିଗଜ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଜବରଦସ୍ତ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟ ଜିଣିବାରେ ସଫଳ ହୋଇ ପାରନ୍ତି । ତେବେ ସିଦ୍ଧାନ୍ତ ଅନେକ ସମୟରେ ନିଜ ଫିଟନେସ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ଆଉ ଏହାର ଶ୍ରେୟ ସେ ନିଜର ସ୍ତ୍ରୀ ମାମା ମିଶ୍ର ଙ୍କୁ ଦେଇଥାନ୍ତି ।

ଅନେକ ସାକ୍ଷାତକାର ରେ ସିଦ୍ଧାନ୍ତ ମାମା ଙ୍କ ହାତ ରନ୍ଧା କୁ ନେଇ ଚର୍ଚ୍ଚା ମଧ୍ୟ କରିଥାନ୍ତି । ତେବେ ନିଜ ସ୍ତ୍ରୀ ଙ୍କ ସହ ମିଶି ସିଦ୍ଧାନ୍ତ କି କି କାମ ଘରେ କରନ୍ତି ତାହାକୁ ନେଇ କିଛି ମଜାଦାର କଥା ଏକ ସାକ୍ଷାତକାର କହିଛନ୍ତି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ “ହଁ ମୁଁ ରୋଷେଇ କରେ । ରୋଷେଇ ଅପେକ୍ଷା ମୁଁ ସାହାର୍ଯ୍ୟ କରିବାକୁ ପସନ୍ଦ କରେ ।

ସେତିକି ବିଶ୍ଵାସ ଆସି ମୋର କି ଭଗବାନଙ୍କ ଆଶୀର୍ବାଦ ନ ଥିଲେ ଖାଇବାକୁ ଗଣ୍ଡେ ମିଳେନି । ପ୍ରଭୁ ଜଗନ୍ନାଥ ଙ୍କର ଅବସ୍ଥା ମଧ୍ୟ ସେମିତି ହୋଇଥିଲା । ମା ଲକ୍ଷ୍ମୀ ଠାକୁରାଣୀ ଙ୍କ ବିନା ମହାପ୍ରଭୁ ଙ୍କୁ ବି ଉପାସ ରହିବାକୁ ପଡିଥିଲା । ପ୍ରାୟତଃ ବାହାଘର ପର ଠାରୁ ବାହାର ଖାଦ୍ୟ ଖାଏନି କହିଲେ ଚଳେ । ସକାଳୁ ନେଇକି ରାତି ଯାଏଁ ମୋ ଖାଇବା ରେଡି ହୋଇକି ଥାଏ ।

ଦେହକୁ ଜଗିବାକୁ ପଡିବ ଆଉ ଜଗୁଆଳି ଘରେ ଅଛନ୍ତି । ମୁଁ ବାହାରକୁ ଗଲେ ସକାଳୁ ରାତି ଯାଏଁ କଣ ଖାଇଅବି ଟିଫିନ ନେଇକି ଆସିଥାଏ । ସେ ଭଲ ପାଇବା ସେନ୍ହ କାରଣରୁ ସମ୍ମାନ ଜଣାଇ ପ୍ରାୟତଃ ମୁଁ ବାହାରେ କୌଣସି ଜିନିଷ ଖାଏନି । କେବଳ ଘର ଖାଇବା ମୋର ପସନ୍ଦ । ଏମିତି ନୁହେଁ କି ମାମା ତିଆରି କରୁଛନ୍ତି । କାରଣ ଘର ଖାଇବା ହେଲଥି ଅଟେ ।

ମୁଁ ସବୁ ଜିନିଷ ଖାଏ କିନ୍ତୁ ଜଗି ରଖିକି ଚଳେ । ଦହି ପଖାଳ ସାଙ୍ଗରେ ବଡି ଚୂରା, ବିଲାତି ପୋଡା, ବାଇଗଣ ଚଟାଣି, ଆଳୁ ଭଜା ଇତ୍ୟାଦି ମୁଁ ଖାଏ ମୋର ବହୁତ ପସନ୍ଦ । କିନ୍ତୁ ଶୁଟିଙ୍ଗ ସମୟରେ ଏ ସବୁ ଖାଇଲେ ମୋତେ ନିଶ୍ଚୟ ନିଦ ଆସିବ । ମାମାଙ୍କର ହାତ ରନ୍ଧା ମୋତେ ବହୁତ ଭଲ ଲାଗେ । ମୋର କୌଣସି ଫରମାଇଶ ନାହିଁ ।

ତାର କାରଣ ହେଉଛି ଯେଉଁ ଖାଇବା ମିଳୁଛି ସେଟା ମୋ ପାଇଁ ଭଗବାବଙ୍କର ବଡ ଆଶୀର୍ବାଦ । ମାମା ଙ୍କୁ ଯେଉଁଟା ଭଲ ଲାଗେ ସେ ମୋ ପାଇଁ ତିଆରି କରି ଦେଇଥାନ୍ତି । ପରିବା କଟା କାଟି, ବଟା ବଟି କରିବା କାମ ମୁଁ କରେ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।