ସହିଦ ହେବା ପରେ ବି ସୀମା ଜଗୁଛି ଯବାନଙ୍କ ଆତ୍ମା, ଘୋଡାରେ ବସି ରାତିରେ ସୀମାରେ ଦେଉଛି ପହରା, ଏହା ପଛର ସତ୍ୟତା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଭାରତୀୟ ଯବାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସହିଦ ହେବା ପରେ ବି ଆଜିବି ସୀମା ଜଗୁଛନ୍ତି । ୧୯୬୮ରେ ଏହି ଯବାନଙ୍କ ମୃତ୍ୟୁ ହୋଇ ଯାଇଥିଲେ ମଧ୍ୟ ଆଜିବି ଦେଶଭକ୍ତିରେ ପରିପୂର୍ଣ୍ଣ ଏହି ବୀର ଯବାନଙ୍କ ଆତ୍ମା ଭାରତ-ଚୀନ ସେମାରେ ପହରା ଦେଉଛନ୍ତି । ଖାଲି ସେତିକି ନୁହେଁ ବରଂ ଭାରତ-ଚୀନ ମଧ୍ୟରେ ହେଉଥିବା ବୈଠକରେ ମଧ୍ୟ ଏହି ଯବାନଙ୍କ ପାଇଁ ଏକ ଖାଲି ଚୌକି ରଖା ଯାଇଥାଏ । ଶୁଣିବାକୁ ପାଗଳାମି ଭଳି ଲାଗୁଥିଲେ ବି ସତ ଜାଣିଲେ ବି ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ଭାରତ-ଚୀନ ସୀମା ବହୁତ ଉଚ୍ଚରେ ଥିବାରୁ ଭାରତୀୟ ଯବାନଙ୍କୁ ଚୀନ ସୈନିକଙ୍କ ଭୟ ସହ ରକ୍ତଜମା କରିଦେବା ଭଳି ଥଣ୍ଡାର ଶିକାର ହେବାକୁ ମଧ୍ୟ ପଡେ । ଚୀନ ଯବାନମାନେ ଚତୁରତା ଦେଖାଇବାକୁ ଚେଷ୍ଟା କଲେ ମଧ୍ୟ ଆମ ବୀର ଯବାନଙ୍କ ଆଗରେ ସେମାନଙ୍କୁ ହାରିବାକୁ ପଡେ । କାରଣ ଆମ ଦେଶର ଯବାନଙ୍କ ସହ ଏମିତି ଜଣେ ଯବାନ ଥାଆନ୍ତି ଯିଏ କାହାରିକୁ ମଧ୍ୟ ଦେଖାଯାନ୍ତି ନାହିଁ । ସେ ହେଉଛନ୍ତି ଭାରତୀୟ ସେନାର ବୀର ଯବାନ ବାବା ହରଭଜନ ସିଂ ।

୩୦ ଅଗଷ୍ଟ ୧୯୪୬ରେ ହରଭଜନ ସିଂଙ୍କ ଜନ୍ମ ହୋଇଥିଲା । ପାକିସ୍ତାନର ଏକ ଗାଁରେ ଜନ୍ମ ହୋଇ ମଧ୍ୟ ଭାରତୀୟ ସେନା ପାଇଁ ସେ କାର୍ଯ୍ୟ କରିଥିଲେ । ଭାରତ ପାକିସ୍ତାନ ଭାଗ ହେବା ବେଳେ ହରଭଜନ ତାଙ୍କ ପରିବାର ସହ ଭାରତ ଚାଲି ଆସିଥିଲେ । ୧୯୬୬ରେ ତାଙ୍କୁ ପଞ୍ଜାବ ରେଜିମେଣ୍ଟର ୨୪ ବାଟାଲିୟନରେ ନିଯୁକ୍ତି ମିଳିଥିଲା ।

ଯାହାପରେ ଭାରତ-ଚୀନ ନାଥୁଲା ପାସ ସୀମାରେ ତାଙ୍କୁ ଡ୍ଯୁଟି ମିଳିଥିଲା, ଯେଉଁଠି ରକ୍ତ ଜମାଇ ଦେବା ଭଳି ଥଣ୍ଡା ହୁଏ । ଦିନେ ଖଚର ମାନଙ୍କ ସହାୟତାରେ ସେନା ଟେଣ୍ଟକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଥିବା ବେଳେ ବରଫ ଝଡ କାରଣରୁ ହରଭଜନଙ୍କ ଗୋଡ ଖସି ଯାଇଥିଲା ଓ ସେ ନଦୀରେ ଯାଇ ପଡି ଯାଇଥିଲେ । ହେଲେ ଅନେକ ଖୋଜାଖୋଜି ପରେବି ହରଭଜନ ମିଳି ନଥିଲେ । ହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସେ ଜଣେ ଯବାନଙ୍କ ସ୍ଵପ୍ନରେ ଆସି କେଉଁଠାରେ ପଡିଛନ୍ତି ବୋଲି କହିଥିଲେ ।

ଶବ ମିଳିବା ପରେ ତାଙ୍କୁ ସମ୍ମାନର ସହ ସମାଧି ଦିଆ ଯାଇଥିଲା । ଏହାର କିଛିଦିନ ପରେ ନାଥୁଲା ପାସର ଜଣେ ଯବାନଙ୍କ ସ୍ଵପ୍ନରେ ସେ ଆସି ତାଙ୍କର ସମାଧି ତିଆରି କରିବା ପାଇଁ ଅନୁରୋଧ କରନ୍ତି । ତାଙ୍କ ବୀରତା ଓ ବଳିଦାନକୁ ଆଖିରେ ରଖି ୧୯୮୨ରେ ତାଙ୍କର ସମାଧି ତିଆରି ହୋଇଥିଲା । ଯାହାକି ବାବା ହରଭଜନ ସିଂ ମନ୍ଦିର ଭାବେ ଜଣାଶୁଣା ।

ଏହାପରେ ଗୋଟିଏ ପରେ ଗୋଟିଏ ଯବାନଙ୍କ ସ୍ଵପ୍ନରେ ହରଭଜନ ଆସି ତାଙ୍କ ଆତ୍ମା ସବୁବେଳେ ଭାରତର ସୀମାକୁ ସୁରକ୍ଷା ଦେଉଥିବ ବୋଲି କୁହନ୍ତି । ସେନାପ୍ରମୁଖ ଏଭଳି ଘଟଣାରେ ବିଲକୁଲ ବିଶ୍ବାସ କରୁ ନଥିଲେ ମଧ୍ୟ ପରେ ଏମିତି କିଛି ଘଟିଥିଲା ଯାହାକି ସେ ମଧ୍ୟ ବିଶ୍ବାସ କରିବାକୁ ବାଧ୍ୟ ହୋଇଥିଲେ । ଦିନେ ଥଣ୍ଡା କାରଣରୁ ଦୁଇଜଣ ଯବାନଙ୍କ ଆଖି ଲାଗି ଯାଇଥିଲା । ସେତିକି ବେଳେ ତାଙ୍କୁ କେହି ଜଣେ ଆସି ଚଟକଣି ମାରିଥିଲା ଓ ଏହାପରେ ସେମାନେ ଡ୍ଯୁଟି କରିବାକୁ ଆରମ୍ଭ କରିଥିଲେ ।

ଯୁଦ୍ଧ ବେଳେ ଭୁଲ ହେଉଥିଲେ ବି ହରଭଜନ ତାକୁ ସୁଧାରି ଦେଉଥିଲେ । ଯାହା ସେନାପ୍ରମୁଖ ବି ମାନିବାକୁ ବାଧ୍ୟ ହୋଇଥିଲେ । କେହି ଜଣେ ଭାରତୀୟ ସେନା ଘୋଡାରେ ଚୀନ ସୀମାରେ ତଦାରଖ କରୁଛନ୍ତି ବୋଲି ଚୀନ ସେନାପ୍ରମୁଖ ମଧ୍ୟ କହିଥିଲେ । ଏହାର ସତ୍ୟତା ତଦାରଖ କରିବା ପାଇଁ ଭାରତୀୟ ସେନା ଯାଇ ଦେଖନ୍ତି ତ ସେଠାରେ ଘୋଡାର ପାଦଚିହ୍ନ ରହିଛି ।

ଯାହାପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ହରଭଜନଙ୍କ ସମାଧିରେ ତାଙ୍କର ୟୁନିଫର୍ମ ଓ ନିତ୍ୟ ବ୍ୟବହାର୍ଜ୍ୟ ଜିନିଷ ରଖାଗଲା । ତାଙ୍କୁ ସେନାର ପରିଚୟ ଦିଆଯିବ ସହ ତାଙ୍କ ଉପରେ ମଧ୍ୟ ସେନାର ନିୟମାଦେଶ ଲାଗୁ ହେଲା । ଖାଇବା ପିଇବା ସହ ଅନ୍ୟ ଯବାନଙ୍କ ଭଳି ଟନକୁ ମଧ୍ୟ ଦୁଇ ମାସ ଛୁଟି ମିଳିଲା । ତାଙ୍କ ନାଁରେ ପ୍ରତ୍ଯେକ ଛୁଟିରେ ଟ୍ରେନ ଟିକେଟ ମଧ୍ୟ ବୁକ୍ କରାଯାଉଛି । ତାଙ୍କ ଘର ଷ୍ଟେସନ ନ ଆସିବା ପର୍ଯ୍ୟନ୍ତ ତାଙ୍କ ନାଁରେ ବୁକ୍ ହୋଇଥିବା ଖାଲି ରୁହେ ।

ଏମିତି ଛୁଟି ସରିବା ପରେ ସେନାର ଟ୍ରକ ମଧ୍ୟ ତାଙ୍କୁ ଆଣିବାକୁ ଆସେ । ରାତିରେ ଡ୍ଯୁଟି କରୁଥିବାରୁ ତାଙ୍କ କବାଟ ବନ୍ଦ କରି ଦିଆଯାଏ । ଏମିତି ବି ଦେଖାଯାଇଛି କି ସକାଳେ ବାବାଙ୍କ ବେଡ ଶୋଇବା ଭଳି ହୋଇଥାଏ ଓ ଜୋତାରେ ମାଟିବି ଲାଗିଥାଏ । ଏସବୁ ଘଟଣା ପରେ ଯେକେହି ବି ଏଭଳି ଯବାନଙ୍କ ଦେଶଭକ୍ତି ଉପରେ ବିଶ୍ବାସ କରିବ ।