ଧନୁ ରାଶି (Sagittarius) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ, ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମଧ୍ୟ ମାଡି ଆସିଥାଏ । ସେହି ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି ଆଜି ଆମେ ଜାଣିବା ଧନୁ ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି କିପରି ଫଳ ପ୍ରଦାନ କରିବାକୁ ଯାଉଛି ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ଆପଣଙ୍କୁ କଣ ପ୍ରତିକାର କରିବାକୁ ହେବ ।

ଆପଣଙ୍କ ଶୁଭରଙ୍ଗ ହେଉଛି ହଳଦିଆ । ବିଶେଷ କାର୍ଯ୍ୟରେ ଏହି ରଙ୍ଗର ବସ୍ତ୍ର ପିନ୍ଧିବା ବା ବସ୍ତୁ ପ୍ରୟୋଗ କରିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ଗୁରୁବାର । ଏହିଦିନ ବ୍ରତ ଉପବାସ କଲେ ଶୀଘ୍ର ମାନସିକ ପୂରଣ ହୋଇଥାଏ । ଶୁଭଦେବତା ଭଗବାନ ବିଷ୍ଣୁ ଓ ନାରାୟଣ ଏବଂ ଶୁଭଦେବୀ ହେଉଛନ୍ତି ଉଗ୍ରତାରା ତାରାତାରିଣୀ । ଶୁଭସଂଖ୍ୟା ହେଉଛି ୩ ଏବଂ ପ୍ରତ୍ଯେକ ମାସର ୩, ୧୨ ଓ ୩୦ ତାରିଖ ହେଉଛି ଶୁଭ, ଏହିଦିନ ମାନଙ୍କରେ ଶୁଭ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ।

ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି ମିଶ୍ରିତ ଫଳ ପ୍ରଦାନ କରିବାକୁ ଯାଉଛି । ଏହି ମାସରେ ଆପଣଙ୍କୁ ବ୍ୟବସାୟରେ ପ୍ରଚୁର ସଫଳତା ମିଳିବା ସହ ନୂତନ ରୋଜଗାରର ରାସ୍ତା ମଧ୍ୟ ଖୋଲିଯିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ କିନ୍ତୁ ମାସଟି ସାମାନ୍ଯ କଠିନ ରହିବ ।

ଏହି ସମୟରେ ଆପଣଙ୍କୁ ପରିଶ୍ରମର ଫଳ ମିଳି ନପାରେ । କିନ୍ତୁ ମନ ଦୁଃଖ କରନ୍ତୁ ନାହିଁ, ପରିଶ୍ରମ ଜାରି ରଖନ୍ତୁ ଡେରିରେ ହେଲେ ବି ନିଶ୍ଚୟ ଶୁଭଫଳ ପ୍ରାପ୍ତି କରିବେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଉଚ୍ଚ ନୀଚର ସ୍ଥିତି ଦେଖା ଦେଇପାରେ । କିନ୍ତୁ କିଛିଟା କ୍ଷେତ୍ରରେ ଆପଣ ସଫଳ ମଧ୍ୟ ହେବେ ଓ ପ୍ରଶଂସିତ ହେବେ । ଏହି ସମୟରେ ଆପଣଙ୍କୁ ପରିବାରର ସଂପୂର୍ଣ୍ଣ ସମର୍ଥନ ମିଳିବ ।

କିନ୍ତୁ ପ୍ରେମ ଜୀବନରେ କିଛି କଠିନତା ଦେଖା ଦେଇପାରେ । ପ୍ରେମୀଙ୍କ ସହ ଆପଣଙ୍କ ବିବାଦ ସୃଷ୍ଟି ହୋଇପାରେ । ହେଲେ ଆପଣଙ୍କ ଆର୍ଥିକ ଅବସ୍ଥା ସୁଦୃଢ ହେବ ଓ ଅକ୍ଲାନ୍ତ ପରିଶ୍ରମ କରି ଆପଣ ନିଶ୍ଚିତ ସଫଳତାର ସ୍ଵାଦ ଚାଖିବେ । ମାସର ପ୍ରଥମ ଅଧ୍ୟାୟରେ କୌଣସି ମାନସିକ ଚାପରେ ରହିପାରନ୍ତି ।

କିଛି ସାଧାରଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ମଧ୍ୟ ଦେଖା ଦେଇପାରେ । ତେଣୁ ନିଜ ଜୀବନଶୈଳୀ ଓ ଖାଦ୍ୟପେୟ ପ୍ରତି ବିଶେଷ ସତର୍କ ରୁହନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ପ୍ରତ୍ଯେକ ଗୁରୁବାର ଦିନ ବିଷ୍ଣୁ ସହସ୍ରନାମା ଶୁଣନ୍ତୁ ବା ପାଠ କରନ୍ତୁ ।

ଏହାସହ ପ୍ରତ୍ଯେକ ଦିନ ସ୍ନାନ କରିବା ବେଳେ ପାଣିରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ । ସୂର୍ଯ୍ୟ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟସ୍ତ୍ର ପାଠ କରନ୍ତୁ ଦେଖିବେ ସବୁ ଅଶୁଭତା ଖଣ୍ଡନ ହୋଇ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।