ଧନୁ ରାଶି (Sagittarius) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ୨୦୨୨ ମସିହା ଅଗଷ୍ଟ ମାସଟି ଧନୁ ରାଶିର ଲୋକଙ୍କ ପାଇଁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ ପ୍ରତିକାର କରିବେ । ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ଆସିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ ।

ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମସିହା ଅଗଷ୍ଟ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ କ୍ଯାରିୟର କ୍ଷେତ୍ରରେ ଏକ ନୂତନ ସଫଳତା ହାସଲ କରିବେ । ଏହି ମାସରେ ଆପଣ ଏକ ନୂତନ ଚାକିରି ପାଇପାରନ୍ତି । କିନ୍ତୁ ଶିକ୍ଷାକ୍ଷେତ୍ରରେ ଛାତ୍ର-ଛାତ୍ରୀମାନେ କିଛି ଅସୁବିଧାର ସମୁଖୀନ ହୋଇପାରନ୍ତି । କେତୁଙ୍କ ସ୍ଥିତି ଯୋଗୁଁ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ଫଳାଫଳ ପାଇବା ପାଇଁ ଆପଣଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡିପାରେ ।

ରାହୁ ପଞ୍ଚମ ଘରେ ଥିବାରୁ ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ସକାରାତ୍ମକ ଫଳ ପ୍ରଦାନ କରିବ ଓ ଆପଣ ଭାଗ୍ଯର ପୂର୍ଣ୍ଣ ସମର୍ଥନ ପାଇବେ । ଯେଉଁମାନେ ବେକାର ବସିଛନ୍ତି ବା ଚାକିରି ସନ୍ଧାନରେ ଅଛନ୍ତି ସେମାନେ ନୂଆ ନିଯୁକ୍ତି ପାଇବେ ।

ଆର୍ଥିକ ଜୀବନ ଦୃଷ୍ଟିରୁ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ଏହି ମାସରେ ଆପଣ ଆର୍ଥିକ ସ୍ତରରେ ଆହ୍ଵାନର ସମୁଖୀନ ହୋଇପାରନ୍ତି । ଏହି ସମୟ ମଧ୍ୟରେ ଆପଣଙ୍କୁ ଟଙ୍କା ଜମା କରିବାରେ ସାମାନ୍ଯ ଅସୁବିଧା ହୋଇପାରେ । କିନ୍ତୁ କିଛି କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରୁ ସକାରାତ୍ମକ ଫଳାଫଳ ମଧ୍ୟ ପାଇବାର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭର ସମ୍ଭାବନା ରହିଥିବା ବେଳେ କୌଣସି ସ୍ଥାନରେ ଆପଣଙ୍କ ଟଙ୍କା ଦୀର୍ଘ ସମୟ ଧରି ଅଟକି ରହିବାରର ସମ୍ଭାବନା ମଧ୍ୟ ରହିଛି ।

ଏହି ମାସରେ ଆପଣ ନିଜ ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ସେହିପରି ପ୍ରେମ ଏବଂ ବିବାହ ଜୀବନ ଦୃଷ୍ଟିରୁ ଅଗଷ୍ଟ ମାସଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଦେଇ ଗତି କରିପାରେ । ଏଭଳି ସ୍ଥିତି ଆପଣ ପରସ୍ପର ଉପରେ ନିଜର ବିଶ୍ବାସ ହ୍ରାସ କରିବାକୁ ଦିଅନ୍ତୁ ନାହିଁ ।

ପାରିବାରିକ ଜୀବନ ଦୃଷ୍ଟିରୁ ମାସଟି ଆପଣଙ୍କୁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଏହି ମାସରେ ଆପଣଙ୍କ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସେହିପରି ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ ଓ କଦଳୀ ଗଛକୁ ମଧ୍ୟ ପୂଜା କରନ୍ତୁ ।

ଏହାସହ ହଳଦିଆ ଜିନିଷ ଦାନ କରନ୍ତୁ କିମ୍ବା ହଳଦୀକୁ ବିଶେଷ ଭାବେ ଦାନ କରନ୍ତୁ । ଦେଖିବେ ଯାହା ସବୁ ଅଶୁଭ ଥିଲା ଖଣ୍ଡନ ହୋଇ ଶୁଭଫଳ ନିଶ୍ଚିତ ଭାବେ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।