ପୂଜା କରିବା ସମୟରେ ଆଖିରେ ଲୁହ ଆସିଲେ କଣ ସଙ୍କେତ ମିଳିଥାଏ ? ନିଶ୍ଚୟ ଜାଣି ରଖନ୍ତୁ

ଠାକୁର ପୂଜା କରିବା ଦ୍ଵାରା ଲୋକଙ୍କୁ ସୁଖଶାନ୍ତି ପ୍ରାପ୍ତ ହେବା ସହ ସେମାନଙ୍କ ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ତେବେ ଶାସ୍ତ୍ରନୁଯାୟୀ ପୂଜା ପ୍ରାର୍ଥନା କରିବାର କେତେକେ ବିଧି ବିଧାନ ରହିଛି । ଯାହା ପାଳନ କରିବା ଦ୍ଵାରା ପୂଜାପାଠର ଯଥାଚିତ ଫଳ ପ୍ରାପ୍ତ ହୋଇଥାଏ ଓ ଆମ ଜୀବନରେ ଏହାର ମଙ୍ଗଳ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ପୂଜାପାଠ ବିଷୟରେ କିଛି ମହତ୍ବପୂର୍ଣ୍ଣ କଥା କହିବୁ ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ ଅଟେ ।

ଭଗବାନ ଗଣେଶଙ୍କୁ ତୁଳସୀ ପତ୍ର ଅପ୍ରିୟ ଅଟେ । ସେଥିପାଇଁ ତାଙ୍କର ପୂଜା କରିବା ସମୟରେ ତୁଳସୀ ପତ୍ର କେବେ ହେଲେ ବ୍ୟବହାର କରନ୍ତୁ ନାହିଁ । ବିନା ସ୍ନାନରେ ତୁଳସୀ ପତ୍ର ତୋଳିଲେ ଦେବତାମାନେ ତାହା ସ୍ଵୀକାର କରନ୍ତି ନାହିଁ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହାଛଡା ମଧ୍ୟାହ୍ନ ପରେ କେବେ ମଧ୍ୟ ତୁଳସୀ ପତ୍ର ଗ୍ରହଣ କରିବା କିମ୍ବା ବ୍ୟବହାର କରିବା ଉଚିତ ନୁହେଁ । ମନେ ରଖନ୍ତୁ ରବିବାର ଦିନ ଦୁବଘାସ ଛିଣ୍ଡାଇବା ଅମଙ୍ଗଳକାରୀ ହୋଇଥାଏ ଓ କେତକୀ ପୁଷ୍ପ ମହାଦେବଙ୍କ ପୂଜାରେ ଲଗାଇବା ଦ୍ଵାରା ମହାଦେବ ରୁଷ୍ଟ ହୋଇଯାନ୍ତି ।

କାର୍ତ୍ତିକ ମାସରେ କେତକୀ ପୁଷ୍ପ ଦ୍ଵାରା ଭଗବାନ ବିଷ୍ଣୁଙ୍କ ପୂଜା କରିବା ଖୁବ ମଙ୍ଗଳକାରୀ ହୋଇଥାଏ । ଠାକୁରଙ୍କ ସାମନାରେ ଯାଉଥିବା ଦୀପକୁ କେବେ ମଧ୍ୟ ଲିଭାଇବା ଉଚିତ ନୁହେଁ । ନଚେତ ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ସାବ୍ୟସ୍ତ ହୋଇପାରେ । ସ୍ଥାପିତ ହୋଇଥିବା ମୂର୍ତ୍ତି ଏବଂ ଶାଳଗ୍ରାମଙ୍କ ଆବାହନ ଏବଂ ବିସର୍ଜନ କରାଯାଏ ନାହିଁ । ପଦ୍ମ ଫୁଲକୁ ପାଞ୍ଚ ରାତି, ବେଲପତ୍ରକୁ ଦଶ ରାତି ଏବଂ ତୁଳସୀ ପତ୍ରକୁ ଏଗାର ରାତି ପର୍ଯ୍ୟନ୍ତ ଶୁଦ୍ଧ କରି ପୂଜାକାର୍ଯ୍ୟରେ ଲଗା ଯାଇପାରେ ।

ତମ୍ବାପାତ୍ରରେ ଚନ୍ଦନ ଘୋରି ରଖିଲେ ଏବଂ ଚର୍ମ ପାତ୍ରରେ ଗଙ୍ଗାଜଳ ରଖିଲେ ତାହା ଅପବିତ୍ର ବୋଲି ମାନାଯାଏ । ତରଳି ଯାଇଥିବା ଘିଅ କିମ୍ବା ଅତି ପତଳା ଚନ୍ଦନ ମଧ୍ୟ ଠାକୁରଙ୍କ ପୂଜାରେ ଲଗାଇବା ଅନୁଚିତ ଅଟେ । ମନେ ରଖନ୍ତୁ ଆସନ, ଶୟନ, ଦାନ, ଭୋଜନ, ବିବାଦ, ବସ୍ତ୍ର ସଂଗ୍ରହ, ବିବାହ ଏବଂ ପୂଜା ବେଳେ ଯଦି ଛିଙ୍କ ଆସିଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହୋଇଥାଏ । କିନ୍ତୁ ପୂଜା ସମୟରେ ଦୀପ ଲିଭିଯିବା କିମ୍ବା ପୂଜା ଥାଳି ହାତରୁ ଖସିଯିବା ଆପଣଙ୍କ ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ ।

ଯଦି ପୂଜା କରିବା ସମୟରେ ଆପଣଙ୍କ ଆଖିରୁ ଲୁହ ବାହାରି ଆସେ ତେବେ ଜାଣି ନିଅନ୍ତୁ ଯେ ଭଗବାନ ଆପଣଙ୍କ ପ୍ରାର୍ଥନା ଗ୍ରହଣ କରି ସାରିଛନ୍ତି । ସକାଳୁ ଉଠିବା ପରେ ମନ୍ଦିରରେ ଶଙ୍ଖ କିମ୍ବା ଘଣ୍ଟି ବାଜିବା ଶୁଭାଯାଏ ତେବେ ଏହା ଆପଣଙ୍କ ପାଇଁ ସୌଭାଗ୍ୟ ପ୍ରାପ୍ତିର ସୂଚନା ଦେଇଥାଏ । ଖରାପ ସମୟ ଚାଲିଥିବା ବେଳେ ଯଦି ଝିଣ୍ଟିକାରୀ ଶବ୍ଦ ଶୁଣାଯାଏ କିମ୍ବା ଝିଣ୍ଟିକା ଦେଖାଯାଏ, ତେବେ ଏହା ଭଲ ସମୟ ଆସିବାର ସୂଚନା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।