ସଚ୍ଚା ଜୀବନ ସାଥିଙ୍କୁ କେମିତି ଚିହ୍ନିବେ ? ଜାଣନ୍ତୁ ଏହି 3 ଟି କଥା- Krishna Vani

ମନୁଷ୍ୟ ତାର ଜୀବନକୁ ଭଲ ଭାବରେ ଉପଭୋଗ କରିଥାଏ ଓ ନିଜେ ଖୁସିରେ ରହି ଅନ୍ୟକୁ ମଧ୍ୟ ଖୁସିରେ ରଖିବାକୁ ଚେଷ୍ଟା କରିଥାଏ  କିନ୍ତୁ ଏହି ପୁରା ଜୀବନକୁ ଭଲ ଭାବରେ ଓ ଖୁସିରେ ବିତାଇବା ପାଇଁ ଗୋଟିଏ ପ୍ରକୃତ ପ୍ରେମ କରୁଥିବା ଜୀବନ ସାଥୀଟିଏ ଆବଶ୍ୟକ ହୋଇଥାଏ । ଏମିତିରେ ସବୁ ବ୍ୟକ୍ତିକୁ ଜୀବନ ସାଥୀଟିଏ ମିଳିଥାଏ କିନ୍ତୁ ଯଦି ଏହି ଜୀବନସାଥୀଟି ବିଶ୍ଵାସୀ ହୋଇନଥାଏ ତେବେ ସେହି ବ୍ୟକ୍ତିକୁ ସମାଜରେ ବଞ୍ଚିବା ଦୁର୍ବିସହ ହୋଇଯାଇଥାଏ ।

ତାକୁ କୌଣସି କାମରେ ମନ ଠିକ ଭାବରେ ଲାଗେ ନାହିଁ । ଏଥିପାଇଁ ସବୁ ବ୍ୟକ୍ତିକୁ ନିଜ ପାଇଁ ଜୀବନସାଥିକୁ ବାଛିବା ବେଳେ ପୁରା ଧ୍ୟାନ ସହକାରେ ଓ ବୁଝିବିଚାରୀ ନିସ୍ପତି ନେବାକୁ ହୋଇଥାଏ ।

ପ୍ରତ୍ୟେକ ବ୍ୟକ୍ତିର ଏକ ନିଜର ଇଛା ଓ ପସନ୍ଦ ଥାଏ ଏହି ପସନ୍ଦକୁ ଖାସ କରି ତାର ଜୀବନ ସାଥୀଟିଏ ହିଁ ପୂରଣ କରିଥାଏ । ଏଥିପାଇଁ ସବୁ ସମ୍ବନ୍ଧର ଆଧାର ବିଶ୍ଵାସ ହୋଇଥାଏ । କାହିଁକି ନା ସମ୍ପର୍କରେ ଭରସା ରହିବା ଜରୁରୀ ହୋଇଥାଏ । ଯଦି ଆପଣ ପରସ୍ପର ପ୍ରତି ଭରସା ନକରନ୍ତି ତେବେ ଆପଣଙ୍କ ପ୍ରେମଭରା ସମ୍ପର୍କ ଭାଙ୍ଗି ଚୁରମାର ହୋଇଯିବ । ଆପଣଙ୍କ ସଂସାରରେ ନିଆଁ ଲାଗିଯାଇଥାଏ ।

ତେବେ ଏହା ପ୍ରଶ୍ନ ଉଠେ କି ଭରସା କାହାଉପରେ କରିବେ । ପ୍ରକୃତ ଜୀବନ ସାଥିକୁ କିପରି ଚିହ୍ନିବେ । ଏହି ବିଷୟରେ ଜାଣିବାକୁ ହେଲେ ଆପଣଙ୍କୁ ପ୍ରଥମେ ଏହା ଜାଣିବାକୁ ହେବକୀ ସବୁ ଦଉଡିରେ ତିନୋଟି ଶିରା ଥାଏ । ଏହି ତିନୋଟି ଶିରାକୁ ଏକାଠି ମିଶାଇ ଦଉଡି ତିଆରି କରାଯାଇଥାଏ । ଯାହାଫଳରେକି ଦଉଡି ସହଜରେ ଛିଡିନଯାଏ ।

ଠିକ ଏହିପରି ବିଶ୍ଵାସ ସହିତ ବି ହୋଇଥାଏ । ଯଦି ଆପଣ ତାଙ୍କ ସହ ବିଶ୍ଵାସ ସହ ବନ୍ଧନ ଯୋଡନ୍ତି ଯିଏକି ଆପଣଙ୍କର ଏହି ତିନୋଟି କଥା ଜାଣିଥାଏ ତ ଆପଣ ଏହାର ବାହାରେ ଜୀବନର ବଡରୁ  ବଡ ସମସ୍ୟାକୁ ପାର ହୋଇଯିବେ ।

୧- ପ୍ରଥମ କଥା

ଯେଉଁ ବ୍ୟକ୍ତି  ଆପଣଙ୍କ ଖୁସି ପଛରେ ଲୁଚିଥିବା ଆପଣଙ୍କ ଦୁଖ ଦୁର୍ଦଶାକୁ ବୁଝିଥାଏ ଓ ଜାଣିଥାଏ । ଯାହାକୁ କି ଆପଣ ନିଜେ ପ୍ରକାଶ କରନ୍ତି ନାହିଁ କିନ୍ତୁ ତାଙ୍କୁ ଜଣାପଡିଯାଇଥାଏ ।

୨ – ଦ୍ଵିତୀୟ କଥା

ଯେଉଁ ବ୍ୟକ୍ତି  ଆପଣଙ୍କ କ୍ରୋଧ ପଛରେ ଥିବା ଆପଣଙ୍କର ପ୍ରେମ ଆପଣଙ୍କର ପସନ୍ଦ ଆପଣଙ୍କର ଭଲପାଇବାକୁ ବିନା ବୁଝାଇବା ପୂର୍ବରୁ ବୁଝିଯାଇଥାଏ ।

୩ – ତୃତୀୟ କଥା

ଯେଉଁ ବ୍ୟକ୍ତି ଆପଣଙ୍କ ଗୁମଶୁମ ପଛରେ ଲୁଚି ଥିବା ଆପଣଙ୍କ ନାପସନ୍ଦକୁ ଓ ଆପଣଙ୍କ ଦୂଖକୁ ଅନୁଭବ କରିଥାଏ । ତେବେ ଯେଉଁ ବ୍ୟକ୍ତି ଆପଣଙ୍କ ହୃଦୟ କିମ୍ବା ମନ ଭିତରେ ଥିବା ଏହି ତିନୋଟି କଥାକୁ ଭଲଭାବରେ ଜାଣିପାରିଥାଏ କିମ୍ବା ଅନୁଭବ କରିପାରିଥାଏ । ତେବେ  ଯଦି ଆପଣ ତାଙ୍କ ସହ ପ୍ରେମ କିମ୍ବା ବିବାହ ବନ୍ଧନ ବାନ୍ଧୁଛନ୍ତି ତେବେ ଆପଣଙ୍କ ଜୀବନ ସ୍ଵର୍ଗ ହୋଇଯାଇଥାଏ ଓ ଆପଣଙ୍କ ଜୀବନ ଅତି ଖୁସିରେ ବୀତିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।