ସବୁ ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ଦୂର ହୋଇଯିବ ମଙ୍ଗଳ ଦୋଷ, ଜାଣନ୍ତୁ ଏହି ସବୁ ଉପାୟ ବିଷୟରେ

କେତେକ ଲୋକମାନଙ୍କର ଜାତକରେ ମଙ୍ଗଳ ଦୋଷ ଥାଏ ଏବଂ ଏହି ଦୋଷ କାରଣରୁ ବ୍ୟକ୍ତିକୁ ସମସ୍ତ କାର୍ଯ୍ୟରେ ଅସଫଳତା ହାତରେ ଲାଗିଥାଏ । ଏହା ଛଡା ସେମାନଙ୍କର ବିବାହ ଯୋଗରେ ବି ବହୁତ ସମସ୍ୟା ଉପୁଜିଥାଏ । ଯଦି ଆପଣଙ୍କର ଜାତକରେ ଏହି ଦୋଷ ଅଛି ତେବେ ତଳେ ଦିଆଯାଇଥିବା ଉପାୟକୁ ମଙ୍ଗଳବାର ଦିନ ନିଶ୍ଚିତ କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ଦୋଷ ଶେଷ ହୋଇଯାଏ ।

ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ମଙ୍ଗଳ ଦୋଷ ହୋଇଯିବ ଦୂର –

କୃଷ୍ଣଙ୍କର ପୂଜା କରନ୍ତୁ

ମଙ୍ଗଳବାର ଦିନ କୃଷ୍ଣଙ୍କର ପୂଜା କରିବା ଦ୍ଵାରା ବିଶେଷ ଫଳ ମିଳିଥାଏ । ମଙ୍ଗଳବାର ଦିନ ପୂଜା କରିବା ପାଇଁ ସର୍ବେ ପ୍ରଥମେ ଆପଣ କୃଷ୍ଣଙ୍କର ଏକ ଫଟୋ ନେଇ ତୁଲସୀ ଗଛ ପାଖରେ ରଖନ୍ତୁ ଏବଂ ଏହା ପରେ ତୁଲସୀ ଗଛ ଏବଂ କୃଷ୍ଣଙ୍କର ଆରାଧନା କରନ୍ତୁ ।

ଗୁଡ ଏବଂ ଚଣା ଦିଅନ୍ତୁ

ଯେଉଁ ଲୋକମାନଙ୍କର ଜାତକରେ ମଙ୍ଗଳ ଦୋଷ ଅଛି ସେମାନେ ମଙ୍ଗଳବାର ଦିନ ମାଙ୍କଡମାନଙ୍କୁ ଗୁଡ ଏବଂ ଚଣା ଖାଇବାକୁ ଦିଅନ୍ତୁ । ଏହା ଛଡା ଆପଣ ଗାଈକୁ ବି ଏକ ରୁଟି ଏବଂ ଗୁଡ ଖାଇବାକୁ ଦେଇ ପାରିବେ ।

କରନ୍ତୁ ଶିବଲିଙ୍ଗର ପୂଜା

ଆପଣ ମଙ୍ଗଳବାର ଦିନ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ଲାଲୀ ମସୁର ଡାଲି ଏବଂ ଲାଲୀ ଗୋଲାପ ଫୁଲ ଅର୍ପଣ କରି ପୂଜା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ଦୋଷ ଦୂର ହୋଇଯାଏ ।

ନଦୀରେ କରନ୍ତୁ ଏହି ଜିନିଷକୁ ପ୍ରବାହିତ

ଯେଉଁ ଲୋକମାନଙ୍କର ଜାତକରେ ମଙ୍ଗଳ ଦୋଷ ଅଛି ତେବେ ସେମାନେ ମଙ୍ଗଳବାର ଦିନ ଏକ ନାଲି କପଡାରେ କୁମକୁମ, ମସୁର ଡାଲି, ଗୋଟିଏ ନାଲି ଫୁଲ ଏବଂ କୌଣସି ବି ମିଠା ଜିନିଷକୁ ବାନ୍ଧି ଦିଅନ୍ତୁ । ଏହା ପରେ ଏହାକୁ କୌଣସି ନଦୀ କିମ୍ବା ପୋଖରୀରେ ପ୍ରବାହିତ କରି ଦିଅନ୍ତୁ ।

କରନ୍ତୁ ହନୁମାନଙ୍କର ପୂଜା

ଆପଣ ମଙ୍ଗଳବାର ଦିନ ହନୁମାନଙ୍କର ମନ୍ଦିରକୁ ଯାଇ ତାଙ୍କର ପାଦ ତଳେ ନାଲି ରଙ୍ଗର ଏକ ଫୁଲ ଅର୍ପଣ କରନ୍ତୁ ଏବଂ ୧୧ ଥର ହନୁମାନଙ୍କର ନାମ ଜପ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଏହି ଦୋଷରୁ ମୁକ୍ତି ମିଳିଯିବ ।

କରନ୍ତୁ ତୁଲସୀ ଗଛର ପୂଜା

ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଆପଣ ତୁଲସୀ ଗଛର ପୂଜା ନିଶ୍ଚିତ କରନ୍ତୁ । ଏହା ଛଡା ଆପଣ ଘରେ ନାଲି ରଙ୍ଗର ଫୁଲର ଗଛ ଲଗାନ୍ତୁ ଏବଂ ମଙ୍ଗଳବାର ଦିନ ଏହି ଗଛର ଫୁଲକୁ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ଜୀବନ ଉପରେ ମଙ୍ଗଳ ଦୋଷର ଖରାପ ପ୍ରଭାବ ପଡିବ ନାହିଁ ।