ରୁଷ ଭାରତର ସମ୍ପର୍କରେ ଲାଗିଲା ବ୍ରେକ, କଣ ଚୀନ ରହିଛି ଏହା ପଛରେ, ଜାଣନ୍ତୁ ପୁରା ଘଟଣା

ଏବେ ବହୁତ ବଡ଼ ଖବର ଆସିଛି ଯାହା ବହୁତ ମହତ୍ତ୍ଵପୂର୍ଣ୍ଣ ଅଟେ ଏବଂ ଏହା ଉପରେ ସ୍ପଷ୍ଟୀକରଣ ଦେବା ବହୁତ ଅଧିକ ଜରୁରୀ ଅଟେ କାରଣ ଏହାକୁ ନେଇ ବହୁତ ଅଧିକ ଭୁଲ୍ ତଥ୍ୟ ବ୍ୟାପୁଛି । ଖବର ଏହା ଯେ ଭାରତ ଏବଂ ରୁଷ୍ ଭିତରେ ହେବାକୁ ଯାଉଥିବା ସାଲାନା ମହତ୍ତ୍ଵପୂର୍ଣ୍ଣ ମିଟିଙ୍ଗ ଅଟେ ଯାହା ପ୍ରତିବର୍ଷ ଏହି ମିଟିଙ୍ଗ ହୋଇଥାଏ, ତାହା ଦୁଇ ଦେଶ ମଧ୍ୟରେ ହୋଇଥାଏ । ଗୋଟିଏ ବର୍ଷ ଭାରତରେ ଏବଂ ଆଉ ଗୋଟିଏ ବର୍ଷ ରୁଷ୍ ରେ ଏବଂ ଏଥିରେ ଦୁଇ ଦେଶର ରାଷ୍ଟ୍ର ଅଧ୍ୟକ୍ଷ ମିଶି ଥାନ୍ତି ।

ଏହା ବହୁତ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । ବିଗତ ୨୦ ବର୍ଷ ଧରି ୨୦୦୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ ପାଖାପାଖି ୨୦ଥର ରାଷ୍ଟ୍ର ଅଧ୍ୟକ୍ଷ ମିଳି ସାରିଲେଣି ଯାହା ଆଜି ପର୍ଯ୍ୟନ୍ତ ଥରେବି ମିସ୍ ହୋଇ ନାହିଁ । ପଛେ ସ୍ଥିତି ଯାହାବି ହେଉ, ଦୁଇ ଦେଶ ମଧ୍ୟରେ ଦୂରତା କେତେବି ବଢ଼ି ଯାଉ, ଯେତେ ସମସ୍ୟା ଆସୁ ଏହି ମିଟିଙ୍ଗ କେବେବି ମିସ୍ ହୋଇ ନାହିଁ କିନ୍ତୁ ଏଥର ଏହି ମିଟିଙ୍ଗ ହେଇପାରିବ ନାହିଁ ।

ଦୁଇ ଦେଶ ତରଫରୁ ଏହି କଥା ସ୍ଥିର କରାଯାଇଛି କି ଯେଉଁ ବାଇ ଲ୍ଯାଟାରାଲ ମିଟିଙ୍ଗ ତାକୁ ରଦ୍ଦ କରିଦିଆ ଯାଉ । ଏହି ମିଟିଙ୍ଗ ର ରଦ୍ଦ କରିଦେବାର ଦୁଇ କାରଣ କୁହାଯାଉଛି । ଗୋଟିଏ ଅଫିସିଆଲ ଆଉ ଗୋଟେ ଅନଅଫିସିଆଲ । ଅଫିସିଆଲ ଯାହା କୋରଣା ଭାଇରସ୍ ପାଇଁ ଏହି ମିଟିଙ୍ଗକୁ ଟାଳି ଦିଆଗଲା କିନ୍ତୁ ଯାହା ଅନଅଫିସିଆଲ କାହାଣୀ କିଛି ଅଲଗା କହୁଛି ।

କୁହାଯାଇଛି ଯେ ଭାରତର ଆୟତକ୍ଷେତ୍ର ଏବଂ indo Pacific group ଯୋଗ ଦେବାରୁ ରୁଷ୍ ଭାରତ ସହିତ ଖୁସି ନାହିଁ ସେଥିପାଇଁ ଏହି ମିଟିଙ୍ଗକୁ ରଦ୍ଦ କରିଦିଆ ଯାଇଛି । ଦୁଇ ସପ୍ତାହ ମଧ୍ୟରେ ରୁଷ୍ ଦ୍ଵାରା ଭାରତକୁ ନେଇ ବହୁତ ବୟାନ ବାଜୀ କରିଛନ୍ତି । ଭାରତକୁ ପଶ୍ଚିମ ଦେଶର କାଠର କଣ୍ଢେଇ ମଧ୍ୟ କହିଥିଲେ । ଆଉ ଏକ କଥା ଯାହା ଏମାନଙ୍କୁ ମଜବୁତ୍ କରେ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲକ୍ ଡାଉନ୍ ମଧ୍ୟରେ ୧୦ଟି ଦେଶ ସହିତ ସାଲାନା ଭର୍ଚୁଆଲ ମିଟିଙ୍ଗ ମଧ୍ୟ କରି ସାରିଛନ୍ତି । କିନ୍ତୁ ରୁଷ୍ ର ରାଷ୍ଟ୍ରପତି ପୁତିନ ସହ ମିଟିଙ୍ଗ ହୋଇପାରି ନଥିଲା । ଏହାକୁ ନେଇ କୈାଣସି ସ୍ପଷ୍ଟୀକରଣ ଦିଆଯାଇ ପାରିନାହିଁ । ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯାହାବି ହେଉ, ବିନା କାରଣରେ ରୁଷ୍ ଏହି ମିଟିଙ୍ଗ କୁ ରଦ୍ଦ କରି ପାରିବନାହିଁ ।

ରୁଷ୍ ର ଏତେ ଦମ୍ ନାହିଁ ଯେ ଏହି ମିଟିଙ୍ଗ ଏମିତି ରଦ୍ଦ କରି ପାରିବ କାରଣ ରୁଷ୍ ର ଆମେ ପେଟ ପୋଷୁ । ରୁଷ୍ ଭାରତକୁ ଅନେକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଏ ଯାହାଦ୍ଵାରା ବହୁତ ମୋଟା ଅଙ୍କର ଟଙ୍କା କମାଇଥାଏ । ଭାରତକୁ ରୁଷ୍ ଗତବର୍ଷ 56 ପ୍ରକାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା ଯାହା ଆରବ ଡଲାରରେ କିଣା ହୋଇଥିଲା ଏହା ବହୁତ ବଡ଼ ପରିମାଣ ଅଟେ । ସେଥିପାଇଁ ଏହା ରୁଷ୍ ର ବହୁତ ବଡ଼ ଆୟର ମାଧ୍ୟମ ଯାହାଦ୍ଵାରା ସେ ଭାରତକୁ କେବେବି ବିରକ୍ତି କରେଇବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।