ରାଗିଥିବା ପୁଅ ଆଜି ଗାଁ କୁ ଫେରିଛି । ମୁହଁ ରେ ହସ ବି ଫୁଟିଛି । ଗାଁ କୁ ଫେରିଛି 50 ବର୍ଷ ପରେ ଘରକୁ । ଏ ଯାତ୍ରା ବହୁ ବର୍ଷ ର ଆଉ ଗୋଟେ ଅବୁଝା ପୁଅର । ସାବତ ମା ର ଯନ୍ତ୍ରଣା 13 ବର୍ଷର କିଶୋର ପିଲାକୁ ଗାଁ କୁ ଛାଡିବାକୁ ବାଧ୍ୟ କରିଥିଲା । ହେଲେ ଯେତେ ଯାହା ହେଲେ ବି ମାଟି ମା କଥା ମନେ ପଡିଲା । ତେବେ ସେହି ଅବୁଝା ପୁଅଙ୍କର ଗାଁ ହେଉଛି ରତଙ୍ଗ ରେ ।
ରତଙ୍ଗ ଗାଁ ର କାଳୁରଣା ମାତ୍ର 13 ବର୍ଷ ବୟସରେ ସାହି ପାରିଲେନି ସାବତ ମା ଙ୍କ ଯନ୍ତ୍ରଣା । ବନ୍ଧୁ ପରିଜନ ସବୁ ଭୁଲି ଗାଁ କୁ ଛାଡି କୁଆଡେ ଚାଲିଗଲେ । ସମୟ ଗଡି ଚାଲିଲା ହେଲେ ସେ ଘରକୁ ଫେରି ନ ଥିଲେ । ଏବେ ତାଙ୍କର ବୟସ 63 ବର୍ଷ । ନିଜ ଜନ୍ମ ମାଟି କୁ ଫେରିବା ପରେ ଖୁସି ରେ ଆତ୍ମବିଭୋର ହୋଇ ପଡିଛନ୍ତି କାଳୁ । ତାଙ୍କର 5 ଭାଇ ଓ 2 ଭଉଣୀ ଅଛନ୍ତି ।
କାଳୁ ଙ୍କୁ ମାତ୍ର 12 ବର୍ଷ ବୟସ ହୋଇଥିବା ବେଳେ ଏତେବେଳେ ସେ ଜନ୍ମ କଲା ମା ର ମୃତ୍ୟୁ ଘଟିଥିଲା । ଏହା ପରେ ତାଙ୍କ ବାପା ଦ୍ଵିତୀୟ ବିବାହ କରିଥିଲେ । ସେଠାରୁ ଆରମ୍ଭ ହୋଇଥିଲା ସାବତ ମା ର ନିର୍ଯ୍ୟାତନା । ସେ ଦୁଃଖ ସହି ନ ପାରି ଗାଁ ର କିଛି ଯୁବକ ଙ୍କ ସହ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଇଥିଲେ କାଳୁ । ସେବେ ଠାରୁ ଆଉ ସେ ଗାଁ କୁ ଫେରି ନ ଥିଲେ ।
ଘର ପରିବାର କାହା ସହ ଯୋଗାଯୋଗ ରେ ନ ଥିଲେ କାଳୁ । ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲା ଇଲାକା ର ଜଣଙ୍କ ଘରେ ରହି ସେ ଚାଷ କାମ କରୁଥିଲେ । ପରିଣତ ବୟସରେ ବା ବୟସର ଅପରାହ୍ନ ରେ ମନେ ପଡିଛି ଜନ୍ମ ମାଟି । ଆଉ ଖାସ ସେଥିପାଇଁ ଆଜି ସେ ଲେଉଟିଛନ୍ତି ଗାଁ କୁ । ଏପଟେ ବଡ ଭାଇ କାଳୁ ଗାଁ ଫେରି ଆସି ଥିବାରୁ ସାନ ଭାଇ ସିମାଞ୍ଚଳ ଖୁସି ହେବ ସହ ନିଜ ଘରେ ଆଶ୍ରୟ ଦେଇଛନ୍ତି ।
ଗାଁ ଲୋକ ମଧ୍ୟ ହଜିଲା ପୁଅ କୁ ଫେରି ପାଇ ବେସ ଆନନ୍ଦ ପ୍ରକାଶ କରିଛନ୍ତି । ଏବେ ସମସ୍ତଙ୍କ ମୁହଁ ରେ ଖାଲି ଗୋଟେ କଥା କହୁଛନ୍ତି ହଜିଲା ପୁଅ ଆଜି ଘରକୁ ଫେରିଛି । ଖୁସି ହେବେନି ବା କେମିତି ଗାଁ ର ପୁଅ ଆଜି ଦୀର୍ଘ 50 ବର୍ଷ ପରେ ଗାଁ କୁ ଫେରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।