ଋଷ ୟୁକ୍ରେନ ବିବାଦକୁ ନେଇ ଦ୍ଵନ୍ଦରେ ଭାରତ ! ଆମେରିକା ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ ଋଷ ଭାରତର ମିତ୍ର, କାହାର ସାଥ୍ ଦେବ ଭାରତ ?

ୟୁକ୍ରେନ ଓ ଋଷ ବିବାଦ ଭାରତ ପାଇଁ ଏକ ଅଗ୍ନି ପରୀକ୍ଷା । ୟୁକ୍ରେନ ଓ ଋଷ ମଧ୍ୟରେ କୁହୁଳୁଥିବା ନିଆଁ କୌଣସି ମୁହୂର୍ତ୍ତରେ ବି ଭୟଙ୍କର ରୂପ ନେଇପାରେ । ଋଷ ସହ ଆନେକ ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ପାରୁନି । ଏହି ମାମଲାରେ ଆମେରିକା ଋଷ ବିରୋଧରେ ବାହାରିଥିବା ବେଳେ ସଙ୍କଟରେ ପଡିଯାଇଛି ଭାରତ । କାରଣ ଉଭୟ ଆମେରିକା ଏବଂ ଋଷ ଭାରତର ଭଲ ବନ୍ଧୁ । ଚୀନ ଓ ପାକିସ୍ତାନ ମାମଲାରେ ଏହି ଦୁଇ ଦେଶ ଭାରତର ସାଥ୍ ଦେଇ ଆସିଛନ୍ତି ।

ଋଷ ଭାରତର ପାରମ୍ପରିକ ମିତ୍ର ରାଷ୍ଟ୍ର ହୋଇଥିବା ବେଳେ ଆମେରିକା ସହ ମଧ୍ୟ ସମ୍ପର୍କ ଭଲ ରହିଛି । ତେଣୁ ଋଷ-ୟୁକ୍ରେନ ବିବାଦରେ ଭାରତ କାହାର ସାଥ୍ ଦେବ ତାକୁ ନେଇ ସଙ୍କଟରେ ପଡିଯାଇଛି । ଆମେରିକା ବିଦେଶ ମନ୍ତ୍ରଣାଳୟ ଆଶା ପ୍ରକାଶ କରି କହିଛନ୍ତି କି ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଭାରତ ନିହାତି ଭାବେ ଆମେରିକାର ସାଥ୍ ଦେବ ଓ ଆମେରିକା ସହ ଯୁଦ୍ଧ ସମୟରେ ଠିଆ ହେବ ।

ଅନ୍ୟପଟେ ଭାରତ ତା’ର ଅଧିକାଂଶ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର ପାରମ୍ପରିକ ମିତ୍ର ଋଷ ଠାରୁ ହିଁ କିଣୁଛି । ପ୍ରତିଟି ସୁବିଧା ଏବଂ ଅସୁବିଧାରେ ଋଷ ଭାରତ ସହ ଠିଆ ହେଉଛି । ଏଭଳି ପରିସ୍ଥିତିରେ ଭାରତ କାହା ସାଥ୍ ଦେବ ଏହା ଭାରତ ପାଇଁ ଦ୍ଵନ୍ଦ ସୃଷ୍ଟି କରିଛି । ଦୁଇ ମହାଶକ୍ତି ଋଷ ଏବଂ ଆମେରିକା ପରସ୍ପରକୁ ଖୋଲାଖୋଲି ଚେତାବନୀ ଦେଉଛନ୍ତି ।

ଏନେଇ ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ନାଟୋ ଦେଶଙ୍କ ଆଗରେ ଋଷର ଶକ୍ତି କମ୍ ପଡିପାରେ ସତ କିନ୍ତୁ ଏଥିରେ କେହି ବି ବିଜେତା ହେବେ ନାହିଁ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଯଦି ଯୁଦ୍ଧ ହୁଏ ତେବେ ଭାରତ ପାଇଁ ଏହା ଏକ ଅଗ୍ନିପରୀକ୍ଷା ସହ ସମାନ ହେବ । ସେପଟେ ଅସହାୟ ମନେ କରୁଛନ୍ତି ୟୁକ୍ରେନର ରାଷ୍ଟ୍ରପତି । ନାଟୋ ହିଁ ୟୁକ୍ରେନର ସୁରକ୍ଷାକୁ ନିଶ୍ଚିତ କରିପାରିବ ।

ଏହା ଉପରେ କୌଣସି ବୁଝାମଣା ହେବନାହିଁ । ନାଟୋରେ ମିଶିବା ଆମର ଲକ୍ଷ୍ୟ ନୁହେଁ ବରଂ ଜୀବନ ବୋଲି କହି ନିଜର ଅସହାୟତା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରେଲେନ୍ସକି । ତେବେ ଭାରତ ଏହିପରି ପରିସ୍ଥିତିରେ କାହାର ସାଥ୍ ଦେବା ଉଚିତ ବୋଲି ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।