ରୂପା ମୁଦି କେଉଁ ଆଙ୍ଗୁଠିରେ ପିନ୍ଧିଲେ କାର୍ଯ୍ୟ ସଫଳ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

ଜୀବନ ସରସ ସୁନ୍ଦର ଓ ସୁଖମୟ କରିବା ପାଇଁ ଆଣ୍ଟୁ ଜାଣିବା କେତେକ ଶାସ୍ତ୍ର ଲିଖିତ ନିୟମମାନ । ସକାଳୁ ଉଠି ଦୁଇ ହାତର ପାପୁଲିକୁ ଦେଖିଲେ ବହୁତ ଶୁଭପ୍ରଦ ଓ ମଙ୍ଗଳକାରୀ ହୋଇଥାଏ । ଘରେ ଚୁଚୁନ୍ଦ୍ରା ଦେଖିବା ଶୁଭପ୍ରଦ ହୋଇଥାଏ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନର ସୂଚନା ମିଳିଥାଏ । ଘରେ ବୁଢିଆଣୀ ଜାଲ ହେବ ଅଶୁଭ ହୋଇଥାଏ ଏବଂ ଅମଙ୍ଗଳକାରୀ ହୋଇଥାଏ । ବେଙ୍ଗ ବୋବାଇବା ଦ୍ଵାରା ବର୍ଷା ହେବାର ସୂଚନା ମିଳିଥାଏ ।

ଅମାବାସ୍ୟା ଦିନ ଘରର ଅଦରକାରୀ ଜିନିଷ ବା ଅଳିଆ ବାହାରେ ଫୋପାଡିବା ଅତ୍ୟନ୍ତ ଶୁଭ ହୋଇଥାଏ । ପକ୍ଷୀ ଫଳ ଖାଇ ଘର ଉପରେ ପକାଇବା ଦ୍ବତ ଭଲ ସମୟ ଆସିବାର ସୂଚନା ମିଳିଥାଏ । ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ କାଉ ବୋବାଇବା ଶୁଭପ୍ରଦ ହୋଇଥାଏ । ଜନ୍ମ ମାସ, ଜନ୍ମ ସମୟ ଏବଂ ଜନ୍ମ ନକ୍ଷତ୍ରରେ ପୁଅ କିମ୍ବା ଝିଅ ବାହାଘର କରିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।

ମନ୍ଦିରକୁ ଯାଇଥିବା ସମୟରେ ପ୍ରଥମେ ବାହାନଙ୍କୁ ନମସ୍କାର କରିବା ପରେ ଠାକୁରଙ୍କୁ ପ୍ରଣାମ କରିବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ । ପ୍ରତିଦିନ ଆଠ ଗ୍ଳାସ ପାଣି ପିଇବା ଉଚିତ ଏବଂ ତାହା ବସି କରି ପିଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

 

ଗାଧୋଇବା ପରେ ସୂର୍ଯ୍ୟଙ୍କୁ ନମସ୍କାର କରିବା ଶୁଭପ୍ରଦ ହୋଇଥାଏ ଏବଂ ଗାଧୋଇବା ପରେ କେବେବି ତେଲ ସ୍ପର୍ଶ କରିବା ଉଚିତ ନୁହେଁ । କଥା ହେବା ବେଳେ ଭାବିଚିନ୍ତି ଏବଂ ଜଗିକି କଥା ହେବା ଶୁଭପ୍ରଦ ଓ ମଙ୍ଗଳକାରୀ ହୋଇଥାଏ । ଟଙ୍କା ଗଣିବା ବେଳେ କେବେବି ଛେପ ମାରିବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ବାମ ପାଦ ଦେଇ ଘରୁ ବାହାରିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।

ସେହିପରି ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଡାହାଣ ପାଦ ଦେଇ ଘରୁ ବାହାରିବା ଶୁଭ ହୋଇଥାଏ । ଗାଈ ଆଖିରୁ ଲୁହ ବାହାରିବା ଅଶୁଭ ଏବଂ ବିପଦ ଆସିବାର ସଂକେତ ହୋଇଥାଏ । ଘର ଉପରେ କଳା ପେଚା ବସିଲେ ଅଶୁଭ ହେବାର ସୂଚନା ମିଳିଥାଏ ।

ବିଛା ଦେଖିବା ଶୁଭପ୍ରଦ ହୋଇଥାଏ ଏବଂ ବିଛା କେବେବି ମାରିବା ଉଚିତ ନୁହେଁ । ଭୋଜନ କରିବା ସମୟରେ ଗାମୁଛା କିମ୍ବା ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ । ମନ୍ଦିରର ଦେବତା ପୂର୍ବମୁଖା ଏବଂ ଘରର ଠାକୁର ପଶ୍ଚିମମୁଖା ହୋଇଥିଲେ ଶୁଭ ହୋଇଥାଏ ।

ବାରମ୍ବାର ଚର୍ମରୋଗ ହେଉଥିଲେ ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗେଇ ମୁଣ୍ଡିଆ ମାରିଲେ ତାହା ଦୂର ହୋଇଥାଏ । ବାରମ୍ବାର କାର୍ଯ୍ୟରେ ଅସଫଳ ହେଉଥିଲେ ଗୁରୁବାର ଦିନ ଏକ ରୂପା ମୁଦି ଶିବଲିଙ୍ଗରେ ଛୁଆଁଇ କାଣୀ ଆଙ୍ଗୁଳିରେ ପିନ୍ଧିବା କଲ୍ୟାଣକାରୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।