IPS ହେବାର ସ୍ଵପ୍ନ ଦେଖିଥିବା Ruchika ଙ୍କ ଷ୍ଟଡି ରୁମ୍ ର ଏହି ଝଲକ ଆପଣଙ୍କୁ ଭାବୁକ କରିଦେବ…ଥରେ ନଜର ପକାନ୍ତୁ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ ଏବେ ସାରା ରାଜ୍ୟ ଉଠୁଛି ପଡୁଛି । ରୁଚିକା ନିଜ ସୁଇସାଇଡ ନୋଟରେ ତିନିଜଣ ସିନିୟର ଛାତ୍ରୀଙ୍କ ଟର୍ଚର ପାଇଁ ଆତ୍ମହତ୍ୟା କରୁଥିବା କଥା ଲେଖି ଯାଇଛନ୍ତି । ଯାହାଫଳରେ ସେହି ତିନିଜଣ ଅଭିଯୁକ୍ତଙ୍କୁ ଠାବ କରାଯାଇ ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରୁଚିକାଙ୍କ ପରିବାର ସମେତ ସମସ୍ତେ ଦାବି କରୁଛନ୍ତି । ଏଥିପାଇଁ ବିଜେବି କଲେଜ ସାମ୍ନାରେ ବିଭିନ୍ନ ଛାତ୍ର ସଂଗଠନ ଧାରଣା ମଧ୍ୟ ଦେଉଛନ୍ତି ।

ସେପଟେ ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି । ରୁଚିକା ଖୁବ ମେଧାବୀ ଛାତ୍ରୀ ଥିଲେ ଓ ଆଇଏଏସ ଆଇପିଏସ ହେବାର ସ୍ଵପ୍ନ ଦେଖୁଥିଲେ ବୋଲି ତାଙ୍କ ବାପା ପ୍ରକାଶ କରିଥିଲେ । ରୁଚିକା ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରୁଥିଲେ ଓ ଆଇଏଏସ ହୋଇ ସାରିଥିବା ମହିଳା ଅଫିସର ମାନଙ୍କୁ ନିଜର ଆଦର୍ଶ ମାନୁଥିଲେ । କେତେ ସମୟ ପରିଶ୍ରମ କରିବେ ଓ କିପରି ଭାବେ ଲକ୍ଷ୍ୟ ହାସଲ କରିବେ ସେନେଇ ପୁରା ପ୍ରସ୍ତୁତି କରି ରଖିଥିଲେ ଯୁକ୍ତ ତିନି ପ୍ରଥମ ଶ୍ରେଣୀରେ ପଢୁଥିବା ରୁଚିକା । ଯାହାର ଏକ ଝଲକ ଦେଖିବାକୁ ମିଳିଛି ।

ରୁଚିକା ନିଜ ଷ୍ଟଡି ରୁମ୍ ରେ ପୂର୍ବରୁ ଆଇଏଏସ ଆଇପିଏସ ହୋଇ ସାରିଥିବା ମହିଳା ଅଧିକାରୀ ମାନଙ୍କ ଫଟୋ ଲଗାଇଛନ୍ତି । ପ୍ରଥମ ମହିଳା ଆଇପିଏସ ଅଧିକାରୀ ଶ୍ରୀମତୀ କିରଣ ବେଦୀ, ଅପରାଜିତା ରାଇ, ମେରିନ ଯୋଶେଫ, ଭାରତୀ ଅରୋରା, ଇଶା ପନ୍ତ ଆଜି ସମସ୍ତଙ୍କ ଫଟୋ ସେ ନିଜ ଷ୍ଟଡି ରୁମ୍ ରେ ଲଗାଇଛନ୍ତି ।

ସେମାନଙ୍କୁ ଦେଖି ଦେଖି ପ୍ରଶାସନିକ ସେବା କରିବାର ସପ୍ନକୁ ଆହୁରି ମଜବୁତ କରୁଥିଲେ ରୁଚିକା । ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ରୁଚିକାଙ୍କ ଷ୍ଟଡି ରୁମ୍ ଦେଖିଲେ ଆପଣ ବି ଭାବବିହ୍ଵଳ ହୋଇଯିବେ । ଆଇପିଏସ ହେବା ପାଇଁ ସେ କେତେ ସ୍ଵପ୍ନ ବୁଣିଥିଲେ କିନ୍ତୁ ୩ ଜଣ ସିନିୟରଙ୍କ ପାଇଁ ତାହା ଛାରଖାର ହୋଇଗଲା । କେବଳ ଫଟୋ ନୁହେଁ ବରଂ ଅନେକ ପ୍ରେରଣାଦାୟୀ ଲେଖା ମଧ୍ୟ ସେ ନିଜ ହାତରେ ଲେଖି କାନ୍ଥରେ ଲଗାଇଥିଲେ । ଆଇପିଏସ ହେବାକୁ ମନ ଦେଇ ପାଠ ବି ପଢୁଥିଲେ ରୁଚିକା ।

କିନ୍ତୁ ସିନିୟରଙ୍କ ଟର୍ଚର ସହି ନପାରି ମୃତ୍ୟୁକୁ ବାଛିନେଲେ । କେଇ କ୍ଷଣରେ ସବୁକିଛି ବରବାଦ ହୋଇଗଲା । ଏବେ ନ୍ୟାୟ ପାଇଁ ରାଜରାସ୍ତାରେ ଅଡି ବସିଛନ୍ତି ତାଙ୍କ ପରିବାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।