ବର୍ତ୍ତମାନ ତେଲୁଗୁ ଫିଲ୍ମ RRR କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ହ୍ଵାଟ୍ସଆପ୍ ଷ୍ଟାଟସ, ଫେସବୁକ୍ ଷ୍ଟୋରି ଓ ଇନଷ୍ଟାଗ୍ରାମ ଯୁଆଡେ ଦେଖିବେ ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳିବ । ବାହୁବଳି ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR ଥିଏଟରରେ ବୋବାଲ କରୁଛି । ଫିଲ୍ମଟି ବର୍ତ୍ତମାନ ବକ୍ସ ଅଫିସରେ ୨୦୦ କୋଟି କ୍ଲବର ନିକଟତର ହେଲାଣି । ଆଉ ଏହାରି ମଧ୍ୟରେ ଓଡିଶାର ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ଫିଲ୍ମ ପ୍ରେମରେ ପଡିଯାଇଛି ।

ଫିଲ୍ମର ଏକ ପୋଷ୍ଟର ମିମ୍ସ ଶେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନ ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଆପଣ ବି ପଢି ନିଅନ୍ତୁ କଣ ଲେଖିଛି ଏସଟିଏ ଓଡିଶା । ବୁଧବାର ରାଜ୍ୟ ସଡକ ଓ ପରିବହନ ବିଭାଗ ଟ୍ବିଟ କରି କହିଛି ମୋଟର ସାଇକେଲ ଚଳାଇବା ବେଳେ ହେଲମେଟ ବ୍ୟବହାର କରିବାକୁ ହିଁ ପଡିବ । ଆଉ ଏପରି ସଚେତନ କରିବା ସହ RRR ର ପ୍ରତ୍ଯେକ ଅର୍ଥକୁ ମିମ୍ସରେ କୁହାଯାଇଛି ।
ଆଉ ଖୋଦ ପରିବହନ ବିଭାଗର ଏହିଭଳି ପଦକ୍ଷେପକୁ ଲୋକେ ଖୁବ ପ୍ରଶଂସା କରିବା ସହ ଫଟୋ ମଧ୍ୟ ଶେୟାର କରୁଛନ୍ତି । ପରିବହନ ବିଭାଗ ଶେୟାର କରିଥିବା ଏହି ମିମ୍ସରେ ସାଉଥ ସୁପରଷ୍ଟାର ରାମଚରଣ ଓ ଜୁନିୟର ଏନଟିଆର ଙ୍କ ଏକ ବାଇକରେ ଯାଉଥିବାର ଦୃଶ୍ୟ ରହିଛି । ଫିଲ୍ମର ଏହି ସିନ୍ ରେ ଉଭୟ ଅଭିନେତା ହେଲମେଟ ପିନ୍ଧି ନଥିଲେ ।

କିନ୍ତୁ ପରିବହନ ବିଭାଗ ସେମାନଙ୍କୁ ହେଲମେଟ ପିନ୍ଧାଇଛି । ଏହାସହ RRR ର ଅର୍ଥ ‘ରେସ୍ପନସିବଲ ରୋଡ ରାଇଡ’ ବୋଲି ବିଭାଗ କହିଛି । ଏସଟିଏ କହିଛି କି RRR ଆପଣଙ୍କୁ ସୁରକ୍ଷିତ ଭାବେ ଲକ୍ଷସ୍ଥଳରେ ପହଞ୍ଚାଇବ । ଆୟନା ଡ୍ରାଇଭର ହୁଅନ୍ତୁ କି ପଛରେ ବସିଥିବା ଯାତ୍ରୀ ସବର୍ଦା ହେଲମେଟ ପିନ୍ଧନ୍ତୁ । ତେବେ କେବଳ ଏବେ ନୁହେଁ ବରଂ ପୁଷ୍ପା ଫିଲ୍ମକୁ ନେଇ ମଧ୍ୟ ପରିବହନ ବିଭାଗ ଟ୍ବିଟ କରି ସଚେତନ କରିଥିଲା ।
ଆଉ ଏବେ ପୁଣି RRR ଫିଲ୍ମକୁ ନେଇ ସଚେତନ କରାଯାଉଥିବା ଦେଖିବାକୁ ମିଳୁଛି । ଆପଣଙ୍କୁ ପରିବହନ ବିଭାଗର ଏହିଭଳି ସଚେତନତା କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।