ସଂସାରରେ ବଞ୍ଚିବାକୁ ହେଲେ ପାଣ ଭଳି ଖାଦ୍ୟର ମଧ୍ୟ ନିହାତି ଆବଶ୍ୟକ ହୋଇଥାଏ । ମନୁଷ୍ୟ ଏହି ଖାଦ୍ୟ ସଂଗ୍ରହ କରିବା ପାଇଁ ଜୀବନରେ ବହୁତ କଷ୍ଟ କରିଥାଏ । ଏହି ଖାଦ୍ୟକୁ ଖାଇବା ଉପଯୋଗୀ କରିବା ପାଇଁ ମନୁଷ୍ୟକୁ ରୋଷେଇ କରିବାକୁ ହୋଇଥାଏ । ଏହି ରୋଷେଇ ଘରକୁ ମନୁଷ୍ୟକୁ ସଫା ସୁତାଉରା ରଖିବା ଉଚିତ । ଯଦି ରୋଷେଇ ଘରେ କୌଣସି ପରିଷ୍କାର ପରିଚ୍ଛନ୍ନ କରାନଯାଏ ତେବେ ଏହି ସ୍ଥାନରେ ରୋଷେଇ କରିବା ଦ୍ବାରା ମନୁଷ୍ୟ ରୋଗାକ୍ରାନ୍ତ ହୋଇଥାଏ ଓ ଘରୁ ଲକ୍ଷ୍ମୀ ଦୁରେଇ ଯାଆନ୍ତି ଯାହାଫଳରେ କି ମନୁଷ୍ୟକୁ ଦାରିଦ୍ର୍ୟତାର ସାମନା କରିବାକୁ ହୋଇଥାଏ ।
ରୋଷେଇ ଘରର ଏକ ମହତ୍ୱପୂର୍ଣ୍ଣ ଭାଗ ହୋଇଥାଏ । ଯେଉଁଠାରେ ମା ଅର୍ଣ୍ଣପୁର୍ନଅଙ୍କର ବାସ ହୋଇଥାଏ । ରୋଷେଇ ଘରେ ଏହି ୫ ଟି ଜିନିଷ ବହୁତ ସମୟ ଧରି ରହିଥାଏ ତେବେ ତୁରନ୍ତ ଏହି ଜିନିଷକୁ ବାହାରକୁ ପକାଇଦେବା ଘରପାଇଁ ଭଲ ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଘର ବର୍ବାଦ ହୋଇଯାଇଛନ୍ତି ଯେଉଁ ବ୍ବ୍ୟକ୍ତିର ରୋଷେଇ ଘରେ ଏହି ୫ ଟି ଜିନିଷ ସେହି ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ବୃଦ୍ଧି ହୋଇଥାଏ । ବିଭିର୍ଣ୍ଣ ପ୍ରକାରର ସମସ୍ୟା ଉତ୍ପରଣ ହୋଇଥାଏ । ଘରର ମୁଖିଆକୁ ବରବାଦୀର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ରୋଷେଇ ଘରକୁ ଏହି ସବୁ ଜିନିସଠାରୁ ଦୁରେଇ ରଖନ୍ତୁ ।
୧ – ପ୍ରଥମ
ସାଧାରଣ ଭାବରେ ରୋଷେଇ ଘରେ ବେଳେ ବେଳେ କିଛି ପନିପରିବା ବହୁତ ଦିନ ରହିବା ଦ୍ଵାରା ପଚିସଢି ଯାଇଥାଏ । ଗରୁଡ ପୁରାଣ ଅନୁଯାଇ ଏହା ଘୋର ପାପ ମାନାଯାଏ । ଏହା ଦ୍ଵାରା ବ୍ଘାରେ ବହୁତ ପ୍ରକାରର ରୋଗ ପ୍ରବେଶ କରିଥାଏ । ବ୍ୟକ୍ତିର ଜୀବନରେ ରାହୁ କେତୁଙ୍କର ପ୍ରଭାବ ବିସ୍ତାର ହୋଇଥାଏ । ଏବଂ ମା ଅର୍ଣ୍ଣପୂର୍ଣା କ୍ରୋଧିତ ହୋଇଥାନ୍ତି । ଏହା ଫଳରେ ବ୍ୟକ୍ତି ଜୀବନରେ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ ଓ ସେ ବ୍ୟକ୍ତି ଦରିଦ୍ର ହୋଇଯାଇଥାଏ । ଏଥିପାଇଁ ରୋଷେଇଘରେ ପଚାସଢା ପନିପରିବା ରଖିବା ଉଚିତ ନୁହେଁ ।
୨ – ଦ୍ଵିତୀୟ
ରୋଷେଇ ଘରର ତାୱା , ବେଲଣା ବାଡି ଓ ପିଢା , କଡ଼େଇ ଇତ୍ୟାଦି ରୋଷେଇ ଘରର ମୁଖ୍ୟ ଜିନିଷ ମାନାଯାଏ । ଏହାଦ୍ବାରା ଆମେ ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାଉ । ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ଟୁଟା , ପୁରୁଣା ଓ କଳଙ୍କି ଲାଗିଥିବା କଡେଇ , ବେଲଣା ବାଡି ଓ ପିଢା ତାୱା ଇତ୍ୟାଦିକୁ ବ୍ୟବହାର ନକରି ବାହାର କରିଦେବା ଉଚିତ । ନଚେତ ଏହାଦ୍ବାରା ରାହୁ କେତୁଙ୍କର ପ୍ରଭାବ ବ୍ୟକ୍ତି ଜୀବନରେ ବହୁତ ସମସ୍ୟା ସୃଷ୍ଟି କରିଥାଏ । ଏହାଫଳରେ ବ୍ୟକ୍ତିକୁ ଦରଦ୍ରତାର ସମୁଖୀନ ହେବାକୁ ପଡିଥାଏ । ଏଥିପାଇଁ ରୋଷେଇ ଘରେ ସଫା ସୁତୁରା ଓ ଭଲ ବାସନ କୁସନ ରଖିବା ଉଚିତ ଯାହାଫଳରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ବ୍ୟକ୍ତିକୁ ଜୀବନରେ ଖୁସି ମିଲଥାଏ । ।
୩ – ତୃତୀୟ
ମହିଳାଙ୍କୁ ମାସିକ ଧର୍ମ ସମୟରେ ରୋଷେଇ ଘରେ ପ୍ରବେଶ କରିବା ଅନୁଚିତ । ଏହି ମହିଳାଙ୍କୁ ପରିବାରର ସହଯୋଗ କରିବା ଆବଶ୍ୟକ ହୋଥାଏ । କିଛି ବ୍ୟକ୍ତି ଅଛନ୍ତି ଏହି ସମୟରେ ମହିଳାଙ୍କୁ ଘରର ସବୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥାନ୍ତି । ଏହା ଅନୁଚିତ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ସମୟରେ ମହିଳା ରୋଷେଇ ଘରେ ପ୍ରବେଶ କରିବା ଦ୍ଵାରା ପାପ ହୋଇଥାଏ ।
୪ – ଚତୁର୍ଥ
ରୋଷେଇ ଘରେ ଆବଶ୍ୟକତା ଠାରୁ ଅଧିକ ଧାରୁଆ ଜିନିଷ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରେ ବାବୁବେଳେ ମାର କାଟ ଓ କଲି ଝଗଡା ଲାଗି ରହିଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବୃଦ୍ଧି ହୋଇଥାଏ । ଏହା ଦ୍ଵାରା ରାହୁ କେତୁଙ୍କର ପ୍ରଭାବ ବ୍ୟକ୍ତି ଜୀବନରେ ପଡି ବ୍ୟକ୍ତିକୁ ଦରିଦ୍ର କରିଦେଇଥାଏ । ଏଥିପାଇଁ ରୋଷେଇ ଘରେ ଧାରୁଆ ଜିନିଷ ଅଧିକ ରଖିବା ଉଚିତ ନୁହେଁ ।
୫ – ପଞ୍ଚମ
ରୋଷେଇ ଘରେ ବହୁତ ସମୟ ଆଗରୁ ଦଳା ହୋଇଥିବା ଅଟା କିମ୍ବା ଅଟା ଗୋଳା ରଖିବା ଅନୁଚିତ । କାହିଁକି ନା ଏହା ପ୍ରେତ ଆତ୍ମାଙ୍କର ଭୋଜନ ହୋଇଯାଇଥାଏ । ପୁରୁଣା ଅଟା ପିଣ୍ଡ ସଦୃଶ ହୋଇଥାଏ । ଏହାଫଳରେ ଭୁତ ପ୍ରେତ ଓ ଖରାପ ଶକ୍ତି ଘରେ ପ୍ରବେଶ କରିଥାଏ । ଏହାଦ୍ବାରା ବ୍ୟକ୍ତି ବହୁତ ଖରାପ ପ୍ରଭାବ ପଡିଥାଏ । ଏହା ଛଡା ପୁରୁଣା ଅଟା ଗୋଳାରେ ତିଆରି ଜିନିଷ ଖାଇଲେ କ୍ୟାନ୍ସର ଭଳି ରୋଗ ବୃଦ୍ଧି ହୋଇଥାଏ । ଏଥିପାଇଁ ଏହି ଜିନିଷକୁ ଘରେ ରଖିବା ଉଚିତ ନୁହେଁ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ