ପୁଣି ସାମନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର । ଅପରେସନ ଅଧାରୁ ରୋଗୀଙ୍କୁ ଛାଡି ଦେଲେ ଡାକ୍ତର । ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଗଲା । ଯାଜପୁର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ନିକଟରେ ସେଠାକାର ଜଣେ ଡାକ୍ତର ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରି ବିଦା କରି ଦେଇଥିଲେ ।

ଜୀବନଜ୍ଯୋତି ନାମକ ଏକ ଘରୋଇ ହସ୍ପିଟାଲ ଜଣେ ମହିଳାଙ୍କ ପେଟ କା-ଟି ଅପରେସନ କରିବା ପରେ ପୁନର୍ବାର ଚିକିତ୍ସା ସମ୍ଭବ ନୁହେଁ ବୋଇ କହିଥିଲେ ଡାକ୍ତର । ଏପରିକି ଡାକ୍ତର ନାଁରେ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ଚାପ ପକା ଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏନେଇ ସେଠାକାର ସିଡ଼ିଏମଓ ଶୁଭାଶିଷ ମହାରଣା କହିଛନ୍ତି କି, ଗଣମାଧ୍ୟମ ଜରିଆରେ ହିଁ ସେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଛନ୍ତି । ସମସ୍ତ ପ୍ରାଇଭେଟ ହସ୍ପିଟାଲ ଗୁଡିକ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅଣ୍ଡରରେ ଆସୁଛନ୍ତି ।
ଏଡ଼ିଏମଓ ହେଉଛନ୍ତି ତା’ର ଇନ୍ସପେକଟିଂ ଅଥୋରିଟି । ତେଣୁ ସେ ଏହି ଘଟଣାର ଇନ୍ସପେକ୍ସନ କରି ଗୋଟିଏ ରିପୋର୍ଟ ଦେବେ । ଏହି କ୍ଷେତ୍ରରେ ପଛଘୁଞ୍ଚା ଦିଆଯିବ ନାହିଁ ବରଂ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି କହିଛନ୍ତି ସିଡ଼ିଏମଓ । ତେବେ ସୂଚନା ଅନୁସାରେ ଯାଜପୁର ବିରଜାପୁର ଅଞ୍ଚଳର ସତ୍ୟରଞ୍ଜନ ରାଓଙ୍କ ପତ୍ନୀ ଅଞ୍ଜାବତୀ ରାଓ ଯାଜପୁର ସହରରେ ଥିବା ଜୀବନଜ୍ଯୋତି ଘରୋଇ ଚିକିତ୍ସାଳୟରେ ଟ୍ଯୁମର ଅପରେସନ ପାଇଁ ଭର୍ତ୍ତି ହୋଇଥିଲେ ।

ସେଠାରେ ତାଙ୍କ ପୂର୍ବ ନିର୍ଦ୍ଧାରିତ ସମସ୍ତା ପରୀକ୍ଷା କରାଯିବା ପରେ ଅପରେସନ ଆରମ୍ଭ କରିଥିଲେ ଡାକ୍ତର । କିନ୍ତୁ ଓଟି ରେ 45 ମିନିଟ ରହିବା ପରେ ରୋଗୀର ପେଟ କା-ଟି-ବା ପରେ ଅପରେସନ ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ । ତେଣୁ ରୋଗୀର କଟା ପେଟକୁ ପୁନର୍ବାର ସିଲେଇ କରି ଦେଇଥିଲେ । ପରିବାର ଲୋକେ ଏଭଳି ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି କରିଥିଲେ ।
ସେଠାରେ ସେମାନେ ରୋଗୀଙ୍କୁ ଆଣି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ଉକ୍ତ ଡାକ୍ତରଖାନା ନାଁରେ ଅଭିଯୋଗ ଆଣିଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେବି ଉତ୍ତେଜନା ଲାଗି ରହିଛି । ତେଣୁ ଉକ୍ତ ଡାକ୍ତରଖାନା ଏବଂ ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯାଇ ଅବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡ଼ିଏମଓ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।