ସମସ୍ତଙ୍କୁ ହସାଉଥିବା ଓଲିଉଡର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ହସ ଆଉ ଦେଖିବାକୁ ମିଳିବନି । ଦିନେ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା ପିଣ୍ଟୁ ନନ୍ଦ ଏବେ ସମସ୍ତଙ୍କ ଆଖିରେ ଲୁହ ଦେଇ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ପିଣ୍ଟୁ ନନ୍ଦଙ୍କ ଚିକିତ୍ସା, ଲିଭର ଟ୍ରାନ୍ସପ୍ଳାଣ୍ଟ, ସାହାଯ୍ୟ ଟଙ୍କା ଓ ମୃ-ତ୍ୟୁ ଏମିତି ଅନେକ କଥାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାରି ମଧ୍ୟରେ ରିଲିଜ ହୋଇଛି ପିଣ୍ଟୁ ନନ୍ଦଙ୍କ ଶେଷ ଆଲବମ ଗୀତ ।
ଏହି ଗୀତରେ କଳିଯୁଗ ପ୍ରେମ ବିଷୟରେ ପିଣ୍ଟୁ ନନ୍ଦ କିଛି କଥା କହିଛନ୍ତି । ପିଣ୍ଟୁଙ୍କ ହସ ହସ ମୁହଁ ସବୁଦିନ ପାଇଁ ହଜି ଯାଇଥିବା ବେଳେ ତାଙ୍କ ରିଲିଜ ହୋଇଥିବା ଏହି ଗୀତଟି ଶୁଣିବା ପରେ ଲୋକଙ୍କ ଆଖିରୁ ଲୁହ ଝରିପଡୁଛି । ପିଣ୍ଟୁ ଚାଲିଯିବା ପରେ ରିଲିଜ ହୋଇଥିବା ତାଙ୍କର ଏହି ଶେଷ ଗୀତଟିକୁ ବର୍ତ୍ତମାନ ଯାଏଁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଏହା ପିଣ୍ଟୁଙ୍କ ଶେଷ ଗୀତ ହୋଇଥିବା ବେଳେ ଏହା ଦେଖିବା ଲୋକର ଆଖିରୁ ଲୁହ ନିଗିଡି ପଡୁଛି ।
ଅଭଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଗୀତଟିରେ ମଧ୍ୟ ପିଣ୍ଟୁଙ୍କ ନାଁ ଗଉରା ରଖାଯାଇଛି । ଏହି ଗୀତରେ କିନ୍ତୁ ଏଥର ଗଉରା ମାଉଁସ ଖାଉନି କି ଗୋରସ ପିଉନି । ଏଥରର ଗଉରା କଳିଯୁଗରେ ପ୍ରେମ କରି କିଭକି ଦଶା ଭୋଗିଛି ସେ ଉପରେ ଗୀତଟି ପ୍ରସ୍ତୁତ ହୋଇଛି । ଆଉ ଗଉରା ଏଥର ଦୁନିଆକୁ ସନ୍ଦେଶ ଦେଉଛି କି, କଳିଯୁଗରେ ପ୍ରେମ କରନାହିଁ ।
ପିଣ୍ଟୁଙ୍କର ଏହି ଶେଷ ଗୀତଟିକୁ ଦେଖି ସମସ୍ତଙ୍କ ଆଖି ଭିଜି ଯାଉଛି । ସବୁଠୁ ବଡ ଦୁଃଖର କଥା ହେଉଛି ପିଣ୍ଟୁ ନନ୍ଦଙ୍କର ଏହି ଗୀତଟି ରିଲିଜ ହେବା ପୂର୍ବରୁ ସେ ଆଉ ଏ ଦୁନିଆରେ ନାହାନ୍ତି । ଗୀତରେ ପଂକ୍ତି କିଛି ଏଭଳି ରହିଛି, “କଳିଯୁଗର ପ୍ରେମ କରିଲେ ନେବୁ ନାମ, ଏଠି ବରଷକେ ହୁଏ ବାର ଥର ପ୍ରେମ ।
ହଁ ମୁଁ ଗଉରା ଆଉ ଖାଇବିନି ମାଉଁସ ଆଉ ପିଇବିନି ଗୋରସ, ମୋ ପାଇଁ କେତେ ଝିଅ ମରନ୍ତି ବେଚରା । ମୋ ନାଁ ଗଉରା ଆଉ ଯିଏ କଳିଯୁଗରେ ପ୍ରେମ କରିବ ତା’ ଭବିଷ୍ୟତ ଟା ଫୁଲ୍ ଅନ୍ଧକାର ।” ଏହି ଗୀତଟିକୁ ଅଭିଜିତ ମଜୁମଦାର ନିଜେ ଗାଇଥିବା ବେଳେ ପିଣ୍ଟୁ ନନ୍ଦ ମଧ୍ୟ ଏହି ଗୀତରେ କିଛି କଥା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।