ଆଜିକାଲି ପ୍ରାୟ ସମସ୍ତଙ୍କ ଗୋଟିଏ ହିଁ ଅଭ୍ୟାସ । ବିଳମ୍ବ ରାତି ପର୍ଯ୍ୟନ୍ତ ଫୋନ କିମ୍ବା ଲାପଟପ ରେ କିଛି ନା କିଛି ଦେଖିବା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ପୁରୁଷ ଙ୍କ ପାଇଁ ଘାତକ ସାଜିପାରେ । ଗୋଟିଏ ରିସର୍ଚ ଅନୁସାରେ ଫୋନ ଓ ଲାପଟପ ରୁ ବାହାରୁ ଥିବା ବ୍ଲ୍ୟୁ ଲାଇଟ ପୁରୁଷ ଙ୍କ ସ୍ପର୍ମ କ୍ବାଲିଟିକୁ ଖରାପ କରିଦେବ । ରିସର୍ଚ ପାଇଁ ବିଶେଷଜ୍ଞ ମାନେ ୨୧ ରୁ ୫୯ ବର୍ଷ ମଧ୍ୟରେ ଥିବା ୧୧୬ ଜଣ ପୁରୁଷ ଙ୍କ ସ୍ପର୍ମ ସାମ୍ପଲ କୁ ନେଇ ପରୀକ୍ଷା କରିଥିଲେ ।
ଏହି ସମସ୍ତ ବ୍ୟକ୍ତି ଫର୍ଟିଲିଟି ଇଭାଲୁଏସନ ପ୍ରଣାଳୀରେ ସାମିଲ ହୋଇଥିଲେ । ଏହି ସମସ୍ତ ଲୋକଙ୍କ ନିଦ ସହିତ ଜଡ଼ିତ ଅଭ୍ୟାସ ଓ ଇଲେକ୍ଟ୍ରନିକ ଗ୍ୟାଜେଟ ସହିତ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା । ରିସର୍ଚ ଅନୁସାରେ ସନ୍ଧ୍ୟା ଓ ବିଳମ୍ବ ରାତି ପର୍ଯ୍ୟନ୍ତ ଗ୍ୟାଜେଟରୁ ବାହାରୁଥିବା ଲାଇଟ ଓ ଖରାପ ସ୍ପର୍ମ ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଥିଲା ।
ଏଥିରେ ସୁସ୍ଥ ପୁରୁଷଙ୍କ ସ୍ପର୍ମ ଓ ତାଙ୍କ ଫର୍ଟିଲିଟି ଉପରେ ରେଡିଏସନର ପ୍ରଭାବକୁ ଷ୍ଟଡି କରାଯାଇଥିଲା । ଷ୍ଟଡି ଏହା ସ୍ପଷ୍ଟ କରିଛି ଯେ, ଇଲେକ୍ଟ୍ରନିକ ଓ ଡିଜିଟାଲ ମିଡିଆ ଉପକରଣ ର ବ୍ୟବହାର ଦ୍ୱାରା ପ୍ର-ଜ-ନ-ନ କ୍ଷମତା ଉପରେ ଅତ୍ୟଧିକ ପ୍ରଭାବ ପଡ଼ିଥାଏ । ଷ୍ଟଡିର ଥେସିସ ଅନୁସାରେ ସ୍ମାର୍ଟ ଫୋନ ସ୍ପର୍ମ ର ଗତିଶୀଳତା ଓ କ୍ବାଲିଟି ଉପରେ ପ୍ରଭାବ ପକାଇଥାଏ । ଏହି ଉପକରଣରୁ ବାହାରିଥାଏ ଏସଡ଼ବ୍ଲ୍ୟୁଏଲ ରଶ୍ମି ।
ଏହି ଲାଇଟ ସହିତ ଯେତେ ଅଧିକ ସମ୍ପର୍କ ହୋଇଥାଏ ଇମୋର୍ଟାଲ ସ୍ପର୍ମର ସଂଖ୍ୟା ସେତେ ଅଧିକ ହୋଇଥାଏ । ଏହି ଷ୍ଟଡିରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଥିବା ପୁରୁଷଙ୍କ କାଉଣ୍ଟ ଭଲ ଓ ଗତିଶୀଳତା ମଧ୍ୟରେ ଭଲ ସଂପର୍କ ଥିବା ବିଶେଷଜ୍ଞ ମାନେ ଜାଣିବାକୁ ପାଇଛନ୍ତି । ଏଥିରୁ ଏହା ସ୍ପଷ୍ଟ ହେଲା ଯେ, ଯେଉଁ ପୁରୁଷ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କ ସ୍ପର୍ମ ର ଗତିଶୀଳତା ଭଲ ହୋଇଥାଏ ।
ଅପର ପକ୍ଷରେ ଯେଉଁ ପୁରୁଷ ବିଳମ୍ବ ରାତି ପର୍ଯ୍ୟନ୍ତ ଫୋନ ଓ ଲାପଟପ ବ୍ୟବହାର କରନ୍ତି । ସେମାନଙ୍କ ସ୍ପର୍ମ ର ଗତିଶୀଳତା ବାଧିତ ହୁଏ ଓ ଇଂଫର୍ଟିଲିଟିର ସମ୍ଭାବନା ବଢ଼ିଥାଏ । ଏହି ଷ୍ଟଡିରେ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ମଧ୍ୟ କୁହାଯାଇଛି ଯେ, ସ୍ମାର୍ଟ ଫୋନର ରେଡିଏସନ୍ ଦ୍ଵାରା ଡିଏନଏ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ । ଯେଉଁ କାରଣରୁ ଶରୀରର କୋଷ ଭଲ ହେବାର କ୍ଷମତା ହରାଇ ବସିଥାଏ ।
ଆପଣ ମାନେ ଏହା ଭାବୁଥିବେ ଯେ, ଫୋନ ଓ ଲାପଟପ ବ୍ୟବହାର କ’ଣ ବନ୍ଦ କରିଦେବା । ତାହା ନୁହେଁ କେବଳ ଶୋଇବା ପୂର୍ବରୁ ଗ୍ୟାଜେଟ ବ୍ୟବହାର କମାଇବା ଦ୍ୱାରା ହିଁ ଏହି ସମସ୍ୟାର ସମାଧାନ ହୋଇ ପାରିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ ।